ଓଡିଶା

odisha

ETV Bharat / bharat

ପୁଣି BJP ବିରୋଧରେ AAP ର ସଙ୍ଗୀନ ଅଭିଯୋଗ, ଦଳ ଛାଡିବା ପାଇଁ ଧମକ ସହ ମିଳୁଛି ପ୍ରଲୋଭନ - ଦଳ ଛାଡିବା ପାଇଁ ଧମକ ସହ ମିଳୁଛି ପ୍ରଲୋଭନ

ମନୀଷ ସିସୋଦିଆଙ୍କ ପରେ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ସମେତ ୪ ବିଧାୟକ (Aam Aadmi Party big allegation on BJP)। ବିଜେପିରେ ସାମିଲ ହେବା ପାଇଁ ମିଳୁଛି କୋଟି କୋଟି ଟଙ୍କାର ପ୍ରଲୋଭନ ସହ ମିଥ୍ୟା ମାମଲାର ଧମକ। ଅଧିକ ପଢନ୍ତୁ

ପୁଣି BJP ବିରୋଧରେ AAP ର ସଙ୍ଗୀନ ଅଭିଯୋଗ, ଦଳ ଛାଡିବା ପାଇଁ ଧମକ ସହ ମିଳୁଛି ପ୍ରଲୋଭନ
ପୁଣି BJP ବିରୋଧରେ AAP ର ସଙ୍ଗୀନ ଅଭିଯୋଗ, ଦଳ ଛାଡିବା ପାଇଁ ଧମକ ସହ ମିଳୁଛି ପ୍ରଲୋଭନ

By

Published : Aug 24, 2022, 8:14 PM IST

ନୂଆଦିଲ୍ଲୀ:ଦିଲ୍ଲୀରେ ଗୋଟିଏ ପଟେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକର ତଦନ୍ତ ପ୍ରକ୍ରୟା ଜାରି ରହିଥିବା ବେଳେ ରାଜନୈତିକ ବୟାନବାଜୀ ଓ ଆରୋପ ପ୍ରତ୍ୟାରୋର ମଧ୍ୟ ଜୋର ଧରିବାରେ ଲାଗିଛି । ଆଜି (ବୁଧବାର) ବିଜେପି ବିରୋଧରେ ପୁଣି ବର୍ଷିଛି ଆମ ଆଦମୀ ପାର୍ଟି । ଦଳର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ସଞ୍ଜୟ ସିଂଙ୍କ ସମତେ ୪ ବିଧାୟକ ବିଜେପି ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି (Aam Aadmi Party big allegation on BJP) । ସେମାନଙ୍କୁ ଆପ ଛାଡିବା ସହ ବିଜେପିରେ ମିଶିବା ପାଇଁ କୋଟି କୋଟି ଟଙ୍କାର ଅର୍ଥରାଶି ପ୍ରଲୋଭନ ଦିଆଯାଉଛି । ଏପରି ନକଲେ ତାଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ବିଜେପି ଧମକ ଦେଉଥିବା ଏହି ନେତାମାନେ ଅଭିଯୋଗ କରିଛନ୍ତି ।

ପୁଣି BJP ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା AAP

ଆମ୍ ଆଦମୀ ପାର୍ଟିର ବିଧାୟକ ସଞ୍ଜୀବ ଝା, ସୋମନାଥ ଭାରତୀ, ଅଜୟ ଦତ୍ତ, କୁଲଦୀପଙ୍କ ସମେତ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେମାନଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏପରି ପ୍ରସ୍ତାବ ମିଳିଛି । ସେମାନଙ୍କୁ ବିଜେପି ଆହୁରି ମଧ୍ୟ କହିଛି ଦିଲ୍ଲୀରେ ଆପ ସରକାର କ୍ଷମତାରେ ରହିବ ନାହିଁ । ତେଣୁ ଏହା ସେମାନଙ୍କ ପାଇଁ ବେସ ଭଲ ପଦକ୍ଷେପ ହେବ ସେମାନେ ଭାରତୀୟ ଜନତା ପାର୍ଟିରେ ମିଶିଯାଆନ୍ତୁ । କେବଳ ସେମାନେ ନୁହନ୍ତି ବରଂ ସେମାନେ ଯଦି ଦଳର ଅନ୍ୟ ବିଧାୟକଙ୍କୁ ବିଜେପିରେ ସାମିଲ କରିବା ପାଇଁ ଚାହାନ୍ତି, ସେହି ବିଧାୟକମାନଙ୍କୁ ମଧ୍ୟ ୨୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ପୁଣି BJP ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା AAP

ଏହା ମଧ୍ୟ ପଢନ୍ତୁ:-ସିସୋଦିଆଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ଅଫର ଅଭିଯୋଗ, ଅଡିଓ ରେକର୍ଡିଂ ଅଛି କହିଲା AAP

ପୂର୍ବରୁ ମଧ୍ୟ ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ସାମାନ ଅଭିଯୋଗ ଆଣିଥିଲେ ବିଜେପି ତାଙ୍କୁ ମଧ୍ୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ଦେବା ସହ ପ୍ରଲୋଭିତ କରିଥିଲା । ତାଙ୍କ ବିରୋଧରେ ଚାଲିଥିବା ସମସ୍ତ ମାମଲାର ତଦନ୍ତ ବନ୍ଦ କରିବା ପାଇଁ ତାଙ୍କୁ ବିଜେପିରେ ସାମଲି ହେବା ପାଇଁ ପ୍ରସ୍ତାବ ମିଳିଥିବା ଏକ ପ୍ରେସମିଟରେ କହିଥିଲେ ସିସୋଦିଆ । ସେ ଏଥିରେ ରାଜି ନହେବାରୁ ତାଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ସେ ଅଭିଯୋଗ କରିଥିଲେ । ଏବେ ସିସୋଦିଆଙ୍କ ଅଭିଯୋଗ ପରେ ଦଳର ଅନ୍ୟ ବିଧାୟକ ଓ ସାସଂଦ ମଧ୍ୟ ଏପରି ଅଭିଯୋଗକୁ ଦୋହରାଇଛନ୍ତି ।

ପୁଣି BJP ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା AAP

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details