ନୂଆଦିଲ୍ଲୀ:ଜେଲରେ ହରିହରି । ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ମାମଲାରେ ଅଭଯୁକ୍ତ ଅଫତାବ(Murder Accused Aaftab) ଅନୁତାପ କରିନଥିବା ବେଳେ ଏବେ ଗିରଫ ହୋଇ ଜେଲରେ ରହିଛି । ନିଜ ବାନ୍ଧବୀକୁ ୩୫ ଖଣ୍ଡ କରି ଜହ୍ଲାଦ ପ୍ରେମିକ ତିହାର ଜେଲରେ ଥିବା ବେଳେ ସାହିତ୍ୟ ଉପନ୍ୟାସ ବହି ପଢିବାକୁ ନିବେଦନ କରିଥିବା ସୂଚନା ରହିଛି ।
ପ୍ରସିଦ୍ଧ ଲେଖକ ପଲ ରୁକ୍ସଙ୍କ ରଚିତ ଦି ଗ୍ରେଟ ରେଲଓ୍ବେ ବଜାର(The Great Railway Bazaar) ନୋବେଲ ପଢିବାକୁ ମାଗିଥିବା କଥା ସୂଚନା ମିଳିଛି । ତାଙ୍କ ନିବେଦନରେ ସମ୍ମତି ପ୍ରକାଶ କରିବା ସହ ଅଫତାବକୁ ନୋବେଲ ଯୋଗାଇ ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ ।
ଅଫତାବ ପୁନାୱାଲାର ନାର୍କୋ ଆନାଲିସିସ୍ ଟେଷ୍ଟ ଗୁରୁବାର ଶେଷ ହୋଇଛି । ରୋହିଣୀ ସ୍ଥିତ ଡକ୍ଟର ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ୨ଘଣ୍ଟା ଧରି ଏହି ଟେଷ୍ଟ କରାଯାଇଥିଲା । ଏହା ପୂର୍ବରୁ ୪ଘଣ୍ଟା ଧରି ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ପଲିଗ୍ରାଫ ଟେଷ୍ଟ ସମୟରେ ଅଫତାବ ହତ୍ୟାକାଣ୍ଡ ଘଟାଇଥିବା ନେଇ ସ୍ବୀକାର କରିଥିଲା।ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ସମୟରେ ଅଫତାବ ଦେଇଥିବା ଉତ୍ତରକୁ ଫରେନସିକ୍ ସାଇନ୍ସ ଲାବୋରଟୋରୀରେ ଯାଞ୍ଚ କରାଯିବା ନେଇ ସୂଚନା ରହିଛି ।