ଥିରୁଅନନ୍ତପୁରମ:ସାଇକେଲ ରେଡି ସରଞ୍ଜାମ ବି ରେଡି । ଆରମ୍ଭ ହେବ ଯାତ୍ରା କେରଳରୁରୁ ଇଜିପ୍ଟ । କେରଳର କନ୍ନାଡା ଜିଲ୍ଲା ବାଇରିକଟ୍ଟା କନ୍ୟାନା ଗାଁର ହାଫିଜ ଅହମ୍ମଦ ସାବିଥ । ସାଇକେଲରେ ଇଜିପ୍ଟ ଯାତ୍ରା କରି ସଫଳତା ହାସଲ ଲକ୍ଷ୍ୟରେ ହାଫିଜ । 21 ବର୍ଷୀୟ ହାଫିଜ ଅକ୍ଟୋବର 20ରୁ କେରଳରୁ ଇଜିପ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିବେ।
ଦୁଇଟି ମହାଦେଶ ଏବଂ 10ଟି ଦେଶ ଦେଇ ଗତି କରିବ ହାଫିଜଙ୍କ ସାଇକେଲ । ପାକିସ୍ତାନ, ଇରାନ, ଇରାକ, କୁଏତ, ସାଇଦି ଆରବ, ୟୁଏଇ, ଓମାନ, ଜୋର୍ଡାନ, ଇସ୍ରାଏଲ ଶେଷରେ ଇଜିପ୍ଟରେ ପହଞ୍ଚିବେ ହାଫିଜ । ଭାରତରୁ ଏହି ଅଭିଯାନ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ରାଜସ୍ଥାନ , ହରିୟାଣା, ପଞ୍ଜାବ, ଜମ୍ମୁକାଶ୍ମୀର ଏବଂ ଲଦାକ ଦେଇ ସମ୍ପୂର୍ଣ୍ଣ ହେବ । ଏହା କେବଳ ଏକ ଅଭିଯାନ ନୁହେଁ ହାଫିଜଙ୍କ ପାଇଁ ଏହା ଏକ ଷ୍ଟଡି ଟୁର ପରି ଯାହା କେରଳ ଥିରୁଅନନ୍ତପୁରମରୁ ଆରମ୍ଭ ହେବ । ଏହି ସାଇକେଲ ଯାତ୍ରା ପାଖାପାଖି 2ଟି ମହାଦେଶ ଓ 10ଟି ଦେଶ ଦେଇ 15 ହଜାର କିଲୋମିଟର ଅତିକ୍ରମ କରିବ ।
କେରଳରୁ ଇଜିପ୍ଟ ସାଇକେଲ ଯାତ୍ରା
ହାଫିଜ ଧାର୍ମିକ ଶିକ୍ଷା ଲାଭ କରୁଛନ୍ତି । ବର୍ତ୍ତମାନ ବାଇରିକାଟେ ମାୱୋନାଥ ଇସଲାମ ମାଦ୍ରାସାରେ ପାଠପଢା ଜାରି ରହିଛି । ମାତ୍ର 9 ବର୍ଷ ବୟସରେ ସେ କୋରାନକୁ ଏକଦମ ନିଜ ମୁଣ୍ଡରେ ଭର୍ତ୍ତି କରି ଦେଇଥିଲେ । ସାଢେ ତିନି ବର୍ଷ ଶିକ୍ଷା ପରେ ସେ ହିଫଲା ଇମାମ ସାଫି ଏକାଡେମୀରେ ଧାର୍ମିକ ଶିକ୍ଷା ଲାଭ ଜାରି ରଖିଛନ୍ତି । ଇଂରାଜୀରେ ବିଏ, ଉର୍ଦ୍ଦୁ ଏବଂ ଇକେନା ୟୁନିଭର୍ସିଟିରେ ମନୋସ୍ତତ୍ବ ବିଭାଗରେ ଡିପ୍ଲୋମା କୋର୍ସ କରୁଛନ୍ତି । ଏହାବ୍ୟତୀତ ୟୁଟ୍ୟୁବରେ ସାବି ଇନସ୍ପାୟାରିସ ନାମକ ଚ୍ୟାନେଲ ଖୋଲି ପ୍ରେରଣାଦାୟକ ବାର୍ତ୍ତାର ଭିଡିଓ ପ୍ରସ୍ତୁତ କରିଥାନ୍ତି ହାଫିଜ ।
ସାଇକେଲରେ ଇଜିପ୍ଟ ଯାତ୍ରା କରିବା ନେଇ ହାଫିଜଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଧାର୍ମିକ ଶିକ୍ଷାରେ ଅଧିକରୁ ଅଧିକ ଜାଣିବା । ଇଜିପ୍ଟର ଅଲ ଅଜହର ବିଶ୍ବବିଦ୍ୟାଳୟରେ ଧାର୍ମିକ ଶିକ୍ଷା ପାଇଁ ଏକ ସୁଯୋଗ ପାଇଥିଲେ। ଯେଉଁଠାରେ ସେ ଆସନ୍ତା ବର୍ଷ ଯୋଗଦେବ। ଏ ନେଇ ଇଜିପ୍ଟକୁ ସାଇକେଲରେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ଇଜିପ୍ଟ ଯିବା ପୂର୍ବରୁ ସେ ମକ୍କା ଏବଂ ମଦିନାହ ଯାତ୍ରା କରିବେ।
ହାଫିଜ କହିଛନ୍ତି ଗତ ବର୍ଷ ସେ ସାଇକେଲରେ କେରଳ ରାଜ୍ୟ ଭମ୍ରଣ କରିଥିଲେ । ଏହା ପରେ ତାଙ୍କ ଆତ୍ମବିଶ୍ବାସ ବଢିଥିଲା। ଇସଲାମିକ ଉଚ୍ଚ ଶିକ୍ଷା ପାଇଁ ସେ ଇଜିପ୍ଟ ଯାତ୍ରା କରିବେ । ଏହା ଯାତ୍ରା ଜରିଆରେ ଇସଲାମ ଗୁରୁ ମହମ୍ମଦ ପ୍ରଫେଟଙ୍କ ବାର୍ତ୍ତ ଲୋକଙ୍କ ପାଖରେ ପହଁଚାଇବା ଏହି ଯାତ୍ରାର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ହାଫିଜ। ଏହା ସହ ସ୍ଥାନୀୟ ସଂସ୍କୃତି ପରମ୍ପରା ବିଷୟରେ ଜାଣିବା । ଏହି ଯାତ୍ରା 200ଦିନରୁ ଅଧିକ ସମୟ ନେବ । ଦିନକୁ 70ରୁ 100 କିଲୋମିଟର ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି ହାଫିଜ ଅହମ୍ମଦ ସାବିଥ ।