ଓଡିଶା

odisha

By

Published : Nov 13, 2021, 7:03 PM IST

ETV Bharat / bharat

ECG ରୁମରେ ଯୁବତୀଙ୍କ ନଗ୍ନ ଭିଡିଓ ଉତ୍ତୋଳନ କଲେ କର୍ମଚାରୀ, ଥାନାରେ ମାମଲା

ଇସିଜି (ECG) ରୁମରେ ଯୁବତୀଙ୍କୁ ଅସଦାଚରଣ । ECG ବିଭାଗର ଜଣେ କର୍ମଚାରୀ ଯୁବତୀଙ୍କ ନଗ୍ନ ଭିଡିଓ ଉତ୍ତୋଳନ କରିଛନ୍ତି । ମାମଲା ଏବେ ଥାନାରେ ପହଞ୍ଚିଛି । ଅଧିକ ପଢନ୍ତୁ...

ECG ରୁମରେ ଯୁବତୀଙ୍କୁ ଅସଦାଚରଣ; ନଗ୍ନ ଭିଡିଓ ଉତ୍ତୋଳନ
ECG ରୁମରେ ଯୁବତୀଙ୍କୁ ଅସଦାଚରଣ; ନଗ୍ନ ଭିଡିଓ ଉତ୍ତୋଳନ

ଅମରାବତୀ: ଇସିଜି (ECG) ରୁମରେ ଯୁବତୀଙ୍କୁ ଅସଦାଚରଣ । ECG ବିଭାଗର ଜଣେ କର୍ମଚାରୀ ଯୁବତୀଙ୍କ କଲେ ନଗ୍ନ ଭିଡିଓ । ମାମଲା ଏବେ ଥାନାରେ ପହଞ୍ଚିଛି । ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସରକାରୀ ହସ୍ପିଟାଲରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଆନ୍ଧ୍ର ପ୍ରଦେଶ ପାଠାଗୁଣ୍ଟୁର ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବତୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ଏହାପରେ ନିଜ ପରିବାର ଲୋକଙ୍କ ସହ ଚିକିତ୍ସା ପାଇଁ ଗୁଣ୍ଟୁର ସରକାରୀ ହସପିଟାଲକୁ ଯାଇଥିଲେ । ସେଠାରେ ଡାକ୍ତରଙ୍କୁ ମଧ୍ୟ ଦେଖାଇଥିଲେ । ଡାକ୍ତର ଯୁବତୀଙ୍କୁ ଇସିଜି ଟେଷ୍ଟ ପାଇଁ କହିଥିଲେ । ଯୁବତୀ ମଧ୍ୟ ପରୀକ୍ଷା ପାଇଁ ଇସିଜି ରୁମକୁ ଯାଇଥିଲେ । ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ ଯୁବତୀଙ୍କୁ ପୋଷାକ ଓହ୍ଲାଇବାକୁ କହିଥିଲେ । କିନ୍ତୁ ଯୁବତୀ ଜଣକ ଏଥିରେ ରାଜି ନହେବା ସତ୍ତ୍ବେ ବି ପରେ ବାଧ୍ୟ ହୋଇ ନିଜ ପୋଷାକ ଖୋଲିଥିଲେ ।

ହେଲେ କର୍ମଚାରୀ ଜଣକ ନିଜ ମୋବାଇଲରେ ଯୁବତୀଙ୍କ ନଗ୍ନ ଭିଡିଓ ଉତ୍ତୋଳନ କରିଥିଲେ । ଏ ବାବଦରେ ଯୁବତୀ ଜଣକ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ପକ୍ଷରୁ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ECG ବିଭାଗର ଦାୟିତ୍ବରେ ଥିବା ଶଙ୍କର ଛୁଟିରେ ଥିବାରୁ ତାଙ୍କ ସ୍ଥାନରେ ହରିଶ ନାମକ ଜଣେ କର୍ମଚାରୀ ଏପରି କାର୍ଯ୍ୟ କରିଥିଲା । ପୋଲିସ ହରିଶକୁ ହେପାଜତକୁ ନେଇ ଅଧିକ ତଦନ୍ତ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details