ଓଡିଶା

odisha

ETV Bharat / bharat

ଚାକିରି ଛାଡି ସଫ୍ଟୱେର ଇଞ୍ଜିନିୟରଙ୍କ ଗଧ ପାଳନ, ଲକ୍ଷାଧିକ ଟଙ୍କା ରୋଜଗାର - ପୁଅ ପାଇଁ ପଶୁ ପାଳନ

ପୁଅ ପାଇଁ ଗଧ ପାଳନ ଆରମ୍ଭ କଲେ ଆନ୍ଧ୍ରପ୍ରଦେଶର ସଫ୍ଟୱେର ଇଞ୍ଜିନିୟର କିରନ । ଏଥିରୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଚାକିରି ଛାଡି ସଫ୍ଟୱେର ଇଞ୍ଜିନିୟରଙ୍କ ଗଧ ପାଳନ, ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା
ଚାକିରି ଛାଡି ସଫ୍ଟୱେର ଇଞ୍ଜିନିୟରଙ୍କ ଗଧ ପାଳନ, ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

By

Published : Sep 6, 2022, 1:59 PM IST

ଅମରାବତୀ:ଚାକିରି ଛାଡ଼ି ୧୦୦ରୁ ଅଧିକ ଗଧ ପାଳୁଛନ୍ତି ଆନ୍ଧ୍ରପ୍ରଦେଶର ସଫ୍ଟୱେର ଇଞ୍ଜିନିୟର । ଏହି ପଶୁ ପାଳନ କରି ସେ ପ୍ରାୟ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି । ଯଦି କୌଣସି କାର୍ଯ୍ୟକୁ ନିଆରା ଭାବନା ଓ ସଠିକ ଭାବରେ କରାଯାଏ, ତେବେ ସୁଫଳ ମିଳିବା ସହିତ ଜଣେ ବ୍ୟକ୍ତି ଭଲ ରୋଜଗାର ମଧ୍ୟ କରିପାରେ ବୋଲି କହିଛନ୍ତି ଉକ୍ତ ଯୁବକ ଜଣକ ।

ଗଧକୁ ସାଧାରଣତଃ ଜିନିଷ ପତ୍ର ସ୍ଥାନାନ୍ତରଣ କାର୍ଯ୍ୟରେ ଲଗାଯାଏ । ମାତ୍ର ସଫ୍ଟୱେର ଇଞ୍ଜିନିୟର କିରନ, ଗଧ କ୍ଷୀରର ଉପାଦେୟତା ସମ୍ପର୍କରେ ଶୁଣିଥିଲେ । ଗଧ କ୍ଷୀରରେ ଅନେକ ଔଷଧୀୟ ଉପାଦାନ ଥିବା ସେ ଜାଣିବାକୁ ପାଇଥିଲେ । ଏ ନେଇ ସେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରିଥିଲେ । ଏହାପରେ କିରନ ଚାକିରି ଛାଡ଼ି ଧୀରେ ଧୀରେ ଗଧ ପାଳନ କରିବା ଆରମ୍ଭ କରିଥିଲେ । କିରନ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦବରୀ ଜିଲ୍ଲାର ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି । ତାଙ୍କ ପୁତ୍ର ଶ୍ବାସ ରୋଗ (Asthma)ରେ ପୀଡ଼ିତ ହୋଇଥିଲା ।

ଏହା ବି ପଢନ୍ତୁ- ଭାରତର ସବୁଠୁ ବଡ କାର୍‌ ଚୋର ଦିଲ୍ଲୀରୁ ଗିରଫ, 6000 ମାମଲାରେ ଥିଲା ସମ୍ପୃକ୍ତ

ଏହାପରେ ପୁଅକୁ ଗଧ କ୍ଷୀର ଦେବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଥିଲେ । ଏହାପରେ କିରନ ତୁରନ୍ତ ନିଜ ପୁଅକୁ ଗଧ କ୍ଷୀର ଆଣି ଦେଇଥିଲେ । ଏପରି କରିବା ଦ୍ବାରା ତାଙ୍କ ପୁତ୍ର ସୁସ୍ଥ ହେଉଥିବା ସେ ଜାଣିବାକୁ ପାଇଥିଲେ । ମାତ୍ର ଗଧ କ୍ଷୀରର ଦାମ ଖୁବ ଅଧିକ ଥିଲା । ଏଥିଲାଗି ସେ ଗଧ ପାଳିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ କିରନ ଗଧକୁ କିଣିବା ଲାଗି ଗୁଜୁରାଟ, ଉତ୍ତରପ୍ରଦେଶ ଓ ବିହାର ଯାଇଥିଲେ । ୧୦ ଏକର ଜମିରେ ଆରମ୍ଭ କରିଥିଲେ ଗଧ ଫାର୍ମ । ଏହାର ନାମ ସେ 'ଅକ୍ଷୟ ଡଙ୍କି ଫାର୍ମ' ବୋଲି ରଖିଛନ୍ତି ।

ସେ ଗୁଜୁରାଟ, ମହାରାଷ୍ଟ୍ର ଓ ଆଫ୍ରିକାର ଇଥିଓପିଆରୁ ପ୍ରାୟ ୧୨୦ଟି ଗଧ ଆଣି ଏହି ଚାଷ ଆରମ୍ଭ କରିଛନ୍ତି । ଏବେ ଗଧ କ୍ଷୀର ଲିଟରକୁ ୫ରୁ ୭ ହଜାର ଟଙ୍କା ବୋଲି ଜଣାପଡ଼ିଛି । ସେ ଏହାକୁ ଦେଶର ବିଭିନ୍ନ ରାଜ୍ୟକୁ ସପ୍ଲାଏ କରୁଛନ୍ତି । ଏଥିରୁ ସେ ଛେନା ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହାକୁ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖାଯାଉଛି । ଏହାପରେ ବରଫ ବାକ୍ସ ମଧ୍ୟରେ ରଖାଯାଇ ଅନ୍ୟ ରାଜ୍ୟକୁ ସପ୍ଲାଏ କରାଯାଉଛି । ତେବେ ଗଧ କ୍ଷୀର ପିଇବା ଦ୍ବାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବା ସହିତ ଅନେକ ରୋଗରୁ ଉପଶମ ମିଳିଥାଏ ବୋଲି କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ABOUT THE AUTHOR

...view details