ଓଡିଶା

odisha

By

Published : Dec 30, 2022, 10:49 PM IST

ETV Bharat / bharat

ଶୀତରେ ପୋଖରୀରେ ପହଁରିବା ନେଇ ଲାଗିଲା ବାଜି, ଯୁବକ ମୃତ

ଶୀତରେ ପୋଖରୀରେ ପହଁରିବା ନେଇ ଲାଗିଲା ବାଜି । ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଘଟଣା ଉତ୍ତରପ୍ରଦେଶ ବଜିରଗଞ୍ଜ ଅଞ୍ଚଳରେ ଘଟିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ:ଉତ୍ତରପ୍ରଦେଶ ବଜିରଗଞ୍ଜ ଅଞ୍ଚଳରେ ବାଜିମରାକୁ ନେଇ ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ(Young man dies over bet for swimming in winter) । ଶୀତଋତୁରେ ପୋଖରୀରେ ମଧ୍ୟରେ ପହଁରିବାକୁ ନେଇ ବନ୍ଧୁଙ୍କ ସହ ବାଜି ମାରିଥିଲେ ଯୁବକ । ମାତ୍ର ଏହି ସମୟରେ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣାଟି ସୟଦପୁର ଗାଁରେ ଇବରତ ଅଲ୍ଲୀଙ୍କର ଦୁଇ ପୁଅ ରହୁଥିଲେ । ବଡ଼ ପୁଅ ଦିଲଶାଦ(୨୦) ଏବଂ ସାନ ପୁଅ ଫୈଜାନ୍(୧୭) । ସୂଚନାନୁସାରେ, ଦିଲଶାଦ ମୁମ୍ବାଇରେ ରହି କ୍ରେନ୍ ଅପରେଟର ଭାବରେ କାମ କରୁଥିଲେ । ସେ ଛୁଟିରେ ଗାଁକୁ ଆସିଥିଲେ । ଆଜି ସେ ମୁମ୍ବାଇ ଫେରିବାର ଥିଲା । ଶୀତଦିନରେ ଗାଁ ପୋଖରୀରେ ଗାଧୋଇବା ପରେ ପାର ହେବାକୁ ନେଇ ୨ ଭାଇଙ୍କର ଗାଁର ଅନ୍ୟ ଯୁବକମାନଙ୍କ ସହ ବାଜି ଲାଗିଥିଲା । ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ବାଜିକୁ ନେଇ ୨ ଭାଇ ଅନ୍ୟମାନଙ୍କ ସହିତ ପୋଖରୀରେ ପହଞ୍ଚିଥିଲେ ।

ଏହା ବି ପଢନ୍ତୁ-SNOWFALL: କୁଲ୍ଲୁରେ ବର୍ଷ ଶେଷରେ ତୁଷାରପାତ, ଟ୍ରାଫିକରେ ଫସିଲା ୪୦୦ ଯାନ

ସାନ ଭାଇ ଫୈଜାନ୍ ପୋଖରୀ ବାହାରେ ଠିଆ ହୋଇଥିଲେ ଏବଂ ବଡ ଭାଇ ଦିଲଶାଦ ପୋଖରୀ ଭିତରକୁ ଡେଇଁଲେ । ତେବେ ସେ ପୋଖରୀ ପାର ସମୟରେ ବୁଡ଼ି ଯାଇଥିବା ଜଣାପଡ଼ିଛି । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଫୈଜାନ୍ ଘରେ ପହଞ୍ଚି ପରିବାର ଲୋକଙ୍କୁ ଏନେଇ ସୂଚନା ଦେବା ପରେ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ଦିଲଶାଦଙ୍କୁ ପୋଖରୀରେ ଉଦ୍ଧାରକାରୀ ଟିମ ଖୋଜାଖୋଜି କରିଥିବା ବେଳେ ତାଙ୍କର ମୃତଦେହ ମିଳିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି ।

ମୃତ ଦିଲଶାଦଙ୍କ ମାମୁଁ କାମାର ଫାଉଜିଙ୍କ କହିବା ଅନୁସାରେ ଗାଁରେ ଶୀତ ଲାଗି ନିଆଁ ଜଳୁଥିଲା । ସେଠାରେ ବସି ସମସ୍ତେ ହସୁଥିଲେ ଏବଂ ଥଟ୍ଟାମଜା କରୁଥିଲେ । ଏହି ସମୟରେ ଯୁବକମାନେ ଏକ ବାଜି ଲଗାଇଲେ ଯେ ପୋଖରୀରେ କିଏ ପହଁପାରିବ ? ଏହା ପରେ ଦିଲଶାଦ ସର୍ତ୍ତ ପୂରଣ କରିବା ପାଇଁ ପୋଖରୀକୁ ଡେଇଁପଡିଥିଲେ । ପୂର୍ବରୁ ତାଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା କିନ୍ତୁ ସେ ଠାବ ହୋଇନଥିଲେ । ଏହା ପରେ ଉଦ୍ଧାରକାରୀ ଟିମ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ।

ABOUT THE AUTHOR

...view details