ଓଡିଶା

odisha

ETV Bharat / bharat

ଆଉ ଭୂମିକମ୍ପକୁ ନାହିଁ ଡର, ଏହି କୌଶଳରେ ତିଆରି କରନ୍ତୁ ଘର - ଉତ୍ତରାଖଣ୍ଡର ଭୂମିକମ୍ପ ଘର

ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା ହତାସ ହୋଇ ପଡ଼େ ମଣିଷ । କ୍ଷଣିକ ମଧ୍ୟ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ବଡ଼ବଡ଼ ବିଲ୍ଡିଂକୁ ମାଟିରେ ମିଶାଇ ଦିଏ । ତେବେ ପୂରାତନ କୌଶଳ ଆପଣାଇ ଭୂମିକମ୍ପ ନିରୋଧୀ ଘର ତିଆରି କରୁଛନ୍ତି ଶଗୁନ । ଏହି ଘର ନିର୍ମାଣ କୌଶଳ ଶିଖିବାକୁ ବିଦେଶରୁ ଲୋକ ତାଙ୍କ ପାଖରେ ପହଞ୍ଚୁଛନ୍ତି । ଅଧିକ ପଢ଼ନ୍ତୁ...

ଆଉ ଭୂମିକମ୍ପକୁ ନାହିଁ ଡର, ଏହି କୌଶଳରେ ତିଆରି କରନ୍ତୁ ଘର
ଆଉ ଭୂମିକମ୍ପକୁ ନାହିଁ ଡର, ଏହି କୌଶଳରେ ତିଆରି କରନ୍ତୁ ଘର

By

Published : May 12, 2021, 10:13 AM IST

ଡେରାଡୁନ: ନିକଟ ଅତୀତରେ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି ମାନବ ସମାଜ । ସେଥିମଧ୍ୟରୁ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ହେଉଛି ଭୂମିକମ୍ପ । ମାତ୍ରା କେଇଟା ସେକଣ୍ଡରେ ବଡ଼ବଡ଼ ବିଲ୍ଡିଂକୁ ମାଟିରେ ମିଶାଇ ସବୁ କିଛି ଶେଷ କରିଦିଏ ଭୂମିକମ୍ପ । ଏହାର ନିରାକରଣ ପାଇଁ ବର୍ତ୍ତମାନ ଏଭଳି ଘର ନିର୍ମାଣ ହେଉଛି ଯାହା ଆକର୍ଷକ ହେବା ସହ ଭୂକମ୍ପ ନିରୋଧୀ । ଉତ୍ତରାଖଣ୍ଡର ସରୋବର ନଗରୀ ନୈନିତାଲରେ ଦେଖିବାକୁ ମିଳିଛି ଭୂମିକମ୍ପ ନିରୋଧୀ ଘର ।

ଆଉ ଭୂମିକମ୍ପକୁ ନାହିଁ ଡର, ଏହି କୌଶଳରେ ତିଆରି କରନ୍ତୁ ଘର

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହିସବୁ ଘର ଏଭଳି ସବୁ ଜିନିଷରେ ତିଆରି ହେଉଛି ତାହା ସାଧାରଣ ଜମିରୁ ଅତି ସହଜରେ ମିଳିଯାଏ । ଦିଲ୍ଲୀରୁ ନୈନିତାଲର ମେହରୋଡ଼ାକୁ ପହଞ୍ଚିଥିବା ଶଗୁନ କେବଳ ମାଟି ଓ କାଠ ନେଇ ନିର୍ମାଣ କରିଛନ୍ତି ଭୂମିକମ୍ପ ନିରୋଧୀ ଘର । ଏହି ଘର ଦେଖିବାକୁ ଯେତିକି ସୁନ୍ଦର ସେତିକି ମଜବୁତ ।

ଅଧିକ ଗରମ ଅନୁଭୁତ ହେଉଥିବା ସମୟରେ ଏଭଳି ଘର ତିଆରି କଲେ ଆପଣଙ୍କୁ ଘର ଭିତରେ ଥଣ୍ଡା ଅନୁଭବ କରି ପାରିବେ । ଆପଣଙ୍କୁ ଏସିର କୌଣସି ଆବଶ୍ୟକତା ପଡ଼ିବ ନାହିଁ । 1991 ମସିହାରେ ଭୟାନକ ଭୂମିକମ୍ପ ଯୋଗୁଁ ଛାରଖାର ହୋଇଯାଇଥିଲା ଉତ୍ତରକାଶି ଜିଲ୍ଲା । ମାଟିରେ ମିଶି ଯାଇଥିଲା ସିମେଣ୍ଟ, ଇଟା ଓ ବାଲି ତିଆରି ଘର । କିନ୍ତୁ ଏହି ପ୍ରାକୃତିକ ବିପର୍ଯ୍ୟୟ ମାଟି ଓ ପଥରରେ ନିର୍ମିତ ଘରର କୌଣସି କ୍ଷତି କରି ପାରିନଥିଲା ।

ଏବେ ଆପଣ ଭାବନ୍ତୁ 100 ବର୍ଷ ତଳର ଏକ ପଦାର୍ଥ ଆମ ବୁଦ୍ଧି ଉପରେ ଅଙ୍କୁଶ ଲଗାଇ ଦେଇଛି । ଆଜିର ତାରିଖରେ ଆମକୁ ଲାଗୁଛି ବିନା ସିମେଣ୍ଟରେ ଭଲ ଘର କିଭଳି ତିଆରି ହୋଇ ପାରିବ ? କେବଳ 100 ବର୍ଷ ତଳର ଏକ ପଦାର୍ଥ 9 ହଜାର ବର୍ଷ ପୁରୁଣା ଏକ ଟେକ୍ନିକକୁ ଆମ ମନରୁ ଲିଭାଇ ଦେଇଛି ।

ଅତି ଶସ୍ତାରେ ଏହି ସବୁ ଘର ତିଆରି ହୋଇ ପାରିବ । ବାହାରେ ଯଦି ଅଧିକ ଥଣ୍ଡା ଅନୁଭୁତ ହେଉଥିବ ତେବେ ଆପଣଙ୍କୁ ଘର ଭିତରେ ଆପଣଙ୍କୁ ଏତେଟା ଥଣ୍ଡା ଅନୁଭବ ହେବନାହିଁ । ଆପଣଙ୍କୁ ଘର ଭିତରେ କୌଣସି ହିଟର ଲଗାଇବା ମଧ୍ୟ ଆବଶ୍ୟକ ନାହିଁ ।

ବିଦେଶରେ ମଧ୍ୟ ଏହି ମାଟି ଘରର ନିର୍ମାଣ କୌଶଳର ଡିମାଣ୍ଡ ରହିଛି । ବର୍ତ୍ତମାନ ଭୁମିକମ୍ପ ନିରୋଧୀ ଘର ନିର୍ମାଣ ଶିଖିବା ପାଇଁ ପ୍ରାୟ 12ଟି ଦେଶର ଲୋକେ ମେହରୋଡ଼ାରେ ପହଞ୍ଚିଛନ୍ତି ।

ବର୍ତ୍ତମାନ ଦେଶ ବିଦେଶର କୋଣ ଅନୁକୋଣର ଲୋକେ ଏଠାକୁ ଆସୁଛନ୍ତି । ଆମେରିକା, ଲଣ୍ଡନ, ପୂର୍ବମଧ୍ୟ ଦେଶ ବା ଦକ୍ଷିଣ ଆମେରିକା ଦେଶ କଥା କୁହନ୍ତୁ ସଭିଏଁ ଏଠାକୁ ଯିବା ଆସିବା କରୁଛନ୍ତି । 4ରୁ 5 ବର୍ଷ ହେଲା ଏହି ଘର ନିର୍ମାଣ ଶିଖିବାକୁ ସେମାନେ ଆସୁଛନ୍ତି । ଏହି ଘର ତିଆରି ଟେକ୍ନିକ ପ୍ରକୃତି ସହ କିଭଳି ଖାପ ଖୁଆଉଛି ତାହା ଶିଖିବା ଯୋଗ୍ୟ । ଭାରତର ବହୁ ସୁପରିଚିତ ଆର୍କିଟେକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ପ୍ରୋଫେସର ଶଗୁନଙ୍କ ଏହି ଘରକୁ ଆସିବା ସହ ତାଙ୍କଠୁ ଭୁମିକମ୍ପ ନିରୋଧି ଘର ନିର୍ମାଣ କୌଶଳ ଶିଖୁଛନ୍ତି ।

ଆର୍କିଟେକ୍ଚର ବିଷୟରେ କେବଳ ସଷ୍ଟେନେବଲ ଆର୍କିଟେକ୍ଚର ବିଷୟରେ ପଢ଼ାଯାଏ । ବର୍ତ୍ତମାନ ସଭିଏଁ ଡିଜାଇନ ତ ଦେଖୁଛନ୍ତି ତେବେ ଉପଯୁକ୍ତ ଜିନିଷ ବ୍ୟବହାର କରୁନାହାନ୍ତି ।

ମଜୋରାମ ଓ ଜାପାନରେ ମଧ୍ୟ ନିର୍ମାଣ ହେଉଛି ଏଭଳି ଘର । ଭୁମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଏହି ସବୁ ସ୍ଥାନ ଅତି ସମ୍ବେଦନଶୀଳ । ଏହି ସବୁ ଅଞ୍ଚଳରେ ମାଟି ଘାସ ଓ ବାଉଁଶରେ ଘର ତିଆରି କରାଯାଉଛି । ଏହି ସବୁ ଘର ତିଆରି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ମାଟି ଘାସ ଓ ବାଉଁଶରେ ତିଆରି ଘର ଅତି ହାଲୁକା ଓ ମଜଭୁତ ।

ଆଜିକାଲି ପାହାଡ଼ିଆ ଅଞ୍ଚଳରେ ମଧ୍ୟ ନିର୍ମାଣ ହେଉଛି ସମତଳ ଭୂମି ଭଳି ସିମେଣ୍ଟ ଇଟାର ଘର, ଯାହା ବିପଦପୂର୍ଣ୍ଣ । କିନ୍ତୁ ଏହି ଆଧୁନିକ ଯୁଗରେ ବି କିଛି ଯୁବଗୋଷ୍ଠୀ ଏମିତି ଅଛନ୍ତି ଯେଉଁମାନେ ପୂରୁଣା କୌଶଳକୁ ବଞ୍ଚାଇବାକୁ କରୁଛନ୍ତି ନିରନ୍ତର ପ୍ରୟାସ । ସେଭଳି କିଛି ଅଭିଯାନ ଶଗୁନ ମଧ୍ୟ ହାତକୁ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details