ଥିରୁଅନନ୍ତପୁରମ:ଗର୍ଭବତୀକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ । ଗର୍ଭଧରଣ କିମ୍ବା ଗର୍ଭପାତ ସମ୍ପର୍କରେ ମହିଳା ନିଜେ ନିଷ୍ପତ୍ତି ନେଇପାରିବେ । ଜଣେ ମହିଳା ମାଆ ହେବେ କି ନାହିଁ ତାହା ମହିଳାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ । ଜଣେ ଅବିବାହିତା ମହିଳା ନିଜ ସାଙ୍ଗ ଦ୍ବାରା ଗର୍ଭବତୀ ହୋଇ ଗର୍ଭପାତ କରିବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ପ୍ରସଙ୍ଗରେ ଆଜି ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ ।
ଏହା ମଧ୍ୟ ପଢନ୍ତୁ: ମାଣ୍ଡିଆଜାତ ଖାଦ୍ୟକୁ ପ୍ୟାରିସରେ ପ୍ରଶଂସା, ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ପୋଲସରାର SHG ମହିଳା
ଏହି ପ୍ରସଙ୍ଗରେ ରାୟ ଶୁଣାଇବା ବେଳେ କୋର୍ଟ କହିଛନ୍ତି ଯେ, ଗର୍ଭଧରଣ କିମ୍ବା ଗର୍ଭପାତ ସମ୍ପର୍କରେ ମହିଳାଙ୍କୁ ନିଷ୍ପତ୍ତି ନେବାର ଆବଶ୍ୟକ ରହିଛି । ଏଥିରେ ଅନ୍ୟ କେହି କିଛି କହିବା ଆବଶ୍ୟକ ନାହିଁ । ଜଣେ ମହିଳା ମାଆ ହେବେ କି ନାହିଁ ତାହା ମହିଳା ନିଜେ ସ୍ଥିର କରିବା ଆବଶ୍ୟକ । ଆବେଦନ କରିଥିବା ମହିଳା ଜଣକ ଏମବିଏର ଛାତ୍ରୀ ଥିବା ବେଳେ ସେ ୨୬ ସପ୍ତାହ ହେଲା ଗର୍ଭବତୀ ରହିଥିଲେ । କିନ୍ତୁ ଗତ ସପ୍ତାହରେ ସେ ଗର୍ଭବତୀ ବୋଲି ଜାଣିବା ପରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।