ଓଡିଶା

odisha

ETV Bharat / bharat

ମୃତ ସ୍ବାମୀଙ୍କ ଇଚ୍ଛାପୂରଣ କଲେ ସ୍ତ୍ରୀ, ଦେହାନ୍ତର ୧୧ ମାସ ପରେ ହେଲେ ଗର୍ଭବତୀ - ସ୍ବାମୀ ଦେହାନ୍ତ ହେବାର ୧୧ ମାସ ପରେ ଗର୍ଭବତୀ ହେଲେ ସ୍ତ୍ରୀ

ସ୍ବାମୀଙ୍କ ଦେହାନ୍ତର ୧୧ ମାସ ପରେ ଗର୍ଭବତୀ ହେଲେ ସ୍ତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ମଞ୍ଚେରିଆଲ ଅଞ୍ଚଳରେ । ଅଧିକ ପଢନ୍ତୁ

ସ୍ବାମୀ ଦେହାନ୍ତ ହେବାର ୧୧ ମାସ ପରେ ଗର୍ଭବତୀ ହେଲେ ସ୍ତ୍ରୀ
ସ୍ବାମୀ ଦେହାନ୍ତ ହେବାର ୧୧ ମାସ ପରେ ଗର୍ଭବତୀ ହେଲେ ସ୍ତ୍ରୀ

By

Published : Apr 8, 2022, 12:20 PM IST

ହାଇଦ୍ରାବାଦ:ସ୍ବାମୀଙ୍କ ଦେହାନ୍ତର ୧୧ ମାସ ପରେ ଗର୍ଭବତୀ ହେଲେ ସ୍ତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ମଞ୍ଚେରିଆଲ ଅଞ୍ଚଳରେ । ମଞ୍ଚେରିଆଲ ଅଞ୍ଚଳର ଜଣେ ଯୁବତୀ ନିଜ ସ୍ବାମୀଙ୍କ ଦେହାନ୍ତର ୧୧ ମାସ ପରେ ଆଧୁନିକ ଚିକିତ୍ସା ପଦ୍ଧତି ଆପଣେଇ ଗର୍ଭବତୀ ହୋଇଛନ୍ତି । ସୂଚନାଅନୁସାରେ ମଞ୍ଚେରିଆଲର ଜଣେ ଦମ୍ପତି ୨୦୧୩ ମସିହାରେ ବିବାହ କରିଥିଲେ ।

ବିବାହକୁ ଦୀର୍ଘ ୭ ବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି ସନ୍ତାନ ହୋଇପାରିନଥିଲା । ତେଣୁ ସେମାନେ ୨୦୨୦ ମସିହାଠାରୁ ୱାରାଙ୍ଗାଲର ଓସିସ୍ ଫର୍ଟିଲିଟି ସେଣ୍ଟରରେ ଚିକିତ୍ସିତ ହେଉଥିଲେ । ୨୦୨୦ ମାର୍ଚ୍ଚ ମାସରେ ହସ୍ପିଟାଲର ଡାକ୍ତର ସେହି ଦମ୍ପତିଙ୍କ ଠାରୁ ଡିମ୍ବାଣୁ ଓ ଶୁକ୍ରାଣୁ ସଂଗ୍ରହ କରିଥିଲେ । ଏହାପରେ ଦୁର୍ଭାଗ୍ୟବଶତଃ ୨୦୨୧ ମସିହାରେ କୋରୋନାରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା । ସ୍ବାମୀଙ୍କର ସନ୍ତାନ ପ୍ରାପ୍ତି କରିବାର ଇଚ୍ଛା ପୂରଣ ନହୋଇ ଅକାଳରେ ମୃତ୍ୟୁ ଘଟିବା କାରଣରୁ ୩୨ ବର୍ଷୀୟ ସ୍ତ୍ରୀ ଅତ୍ୟନ୍ତ ଦୁଖିତ ଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ ସେ ଦ୍ବିତୀୟ ବିବାହ ନକରି ନିଜ ଶ୍ବଶୁର ଘରେ ରହୁଥିଲେ ।

ସ୍ବାମୀଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ମହିଳା ଜଣକ ଶିଶୁକୁ ଜନ୍ମ ଦେବାକୁ ଚାହୁଁଥିଲେ ଏବଂ ମାତୃତ୍ବର ମଧୁରତାକୁ ଅନୁଭବ କରିବାକୁ ଚାହୁଁଥିଲେ । ଏହି କଥାକୁ ଶାଶୁଘରେ ମଧ୍ୟ ଜଣାଇଥିଲେ ମହିଳା । ଶାଶୁଘର ଲୋକଙ୍କ ସହମତି ପାଇବା ପରେ ମହିଳା ଜଣକ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ସେ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ମଧ୍ୟ ହାଇକୋର୍ଟ ଯାଇଥିଲେ । କୋର୍ଟଙ୍କ ଅନୁମୋଦନ କ୍ରମେ ଅଗଷ୍ଟ ୨୦୨୧ରେ ଡାକ୍ତର ମୃତ ସ୍ବାମୀଙ୍କ ଡିମ୍ବାଣୁ ସହ ସ୍ତ୍ରୀର ଶୁକ୍ରାଣୁକୁ ମିଶାଇ IVF ପ୍ରକ୍ରିୟା ଆରମ୍ଭ କରିଥିଲେ। ଆଧୁନିକ ଡାକ୍ତରୀ ପଦ୍ଧତି ମାଧ୍ୟମରେ ଗତ 22 ମାର୍ଚ୍ଚରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବାରେ ସଫଳ ହୋଇଛନ୍ତି ମହିଳା ।

ABOUT THE AUTHOR

...view details