ଓଡିଶା

odisha

ETV Bharat / bharat

ମହିଳାଙ୍କ ପେଟରୁ ଜନ୍ମ ନେଲା ମାଛ ଆକୃତିର ଶିଶୁ - anatomy like fish

ଏକ ସରକାରୀ ମେଡିକାଲରେ ଜଣେ ମହିଳା ଏକ ଫିସ୍ ଆନାଟୋମି ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁର ଅଧା ଶରୀର ମାଛ ଆକୃତିର । ଅଧିକ ପଢନ୍ତୁ...

woman gave birth to a baby with a strange anatomy like fish
ମହିଳାଙ୍କ ପେଟରୁ ଜନ୍ମ ନେଲା ମାଛ ଆକୃତିର ଶିଶୁ

By

Published : Dec 27, 2020, 5:36 PM IST

ମୁମ୍ବାଇ: ସରକାରୀ ମେଡିକାଲରେ ଜଣେ ମହିଳା ଏକ ଫିସ୍ ଆନାଟୋମି ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁର ଅଧା ଶରୀର ମାଛ ଆକୃତିର । ତେବେ ଶନିବାର ଅପରାହ୍ନରେ ଶିଶୁଟିର ମୃତ୍ୟୁ ହୋଇଛି। ଦୁର୍ଭାଗ୍ୟବଶତଃ ଏହି ଶିଶୁର ଆୟୁଷ ମାତ୍ର 12 ଘଣ୍ଟା ଥିଲା ।

ମହିଳାଙ୍କ ପେଟରୁ ଜନ୍ମ ନେଲା ମାଛ ଆକୃତିର ଶିଶୁ

ଏହି ବିରଳ ଢଙ୍ଗରେ ଜନ୍ମ ହୋଇଥିବା ଶିଶୁର ଶରୀରକୁ ଅଧ୍ୟୟନ ଉଦ୍ଦେଶ୍ୟରେ ଆନାଟୋମି ବିଭାଗରେ ରଖାଯାଇଛି । ଜଲଗାଓଁ ଜିଲ୍ଲାର ଜଣେ ମହିଳାଙ୍କୁ ଶୁକ୍ରବାର ମଧ୍ୟାହ୍ନରେ ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିରାପଦ ପ୍ରସବ ସମୟରେ ସ୍ତ୍ରୀ ବିଭାଗର ମୁଖ୍ୟ ଡାକ୍ତର ସଞ୍ଜୟ ବାନସୋଡ ଏବଂ ଅନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ। ପ୍ରସବ ପୂର୍ବରୁ ମହିଳାଙ୍କୁ ମଧ୍ୟ ସ୍ଥାନୀୟ ଚିକିତ୍ସା କରାଯାଉଛି। ସମୟ ସମୟରେ ସୋନୋଗ୍ରାଫି ମଧ୍ୟ କରାଯାଇଥିଲା । ଏତେ ପରେ ବି ଶିଶୁର ଶାରୀରିକ ବିକଳାଙ୍ଗ ବିଷୟରେ ଜଣାପଡିନଥିଲା ।

ଶିଶୁଟିର ସମଗ୍ର ତଳ ପେଟ ଓ ଗୋଡ ପରସ୍ପର ସହିତ ଲାଗି ରହିଥିଲା​ । ଶିଶୁର କିଡନୀ ନଥିଲା, ଯାହାକୁ ଡାକ୍ତରୀ ଭାଷାରେ ‘ସାଇରୋନୋମେଲିଆ’ କୁହାଯାଏ । ଅବଶ୍ୟ ଏହିପରି ଶିଶୁମାନେ ଅତି ବିରଳ ଉପାୟରେ ଜନ୍ମ ହୁଅନ୍ତି ଏବଂ ସେମାନଙ୍କର ଆୟୁଷ ମାତ୍ର କିଛି ଘଣ୍ଟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details