ବେଙ୍ଗାଲୁରୁ:ସମ୍ପତ୍ତି ପାଇଁ ସୈତାନ ସାଜିଲେ ଦିଅର । ଭାଇଠାରୁ ସମ୍ପତ୍ତି ଛଡାଇବା ପାଇଁ ଭାଉଜଙ୍କ ଉପରେ ଗାଡି ମଡାଇଦେଲେ । ଦୁର୍ଘଟଣାରେ ଜୀବନ ବଞ୍ଚିଯିବାରୁ ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲେ । କର୍ଣ୍ଣାଟକ କଲାବୁରାଗି ଜିଲ୍ଲାରୁ ଏହି ବୀଭତ୍ସ ହତ୍ୟା ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ୩୫ ବର୍ଷୀୟା ମଜାତ ସୁଲତାନ । ପେଶାରେ ସେ ଜଣେ ଆଇନଜୀବୀ ଅଟନ୍ତି । ମୃତକଙ୍କ ସ୍ବାମୀ ନିଜ ଦୁଇ ଭାଇଙ୍କ ସମେତ ୪ ଜଣଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ସୂଚନା ମୁତାବକ, ମୃତ ଆଇନଜୀବୀ ମଜାତ ସୁଲତାନ କଲାବୁରାଗି ସହରର ଜନଜମ କଲୋନୀରେ ବସବାସ କରୁଥିଲେ । ଜମିଜମାକୁ ନେଇ ମହିଳାଙ୍କ ସ୍ବାମୀ ସଦ୍ଦାମ ଏବଂ ତାଙ୍କର ଦୁଇ ଭାଇ ନଇମ ଓ ନଦିମଙ୍କ ଭିତରେ ଦୀର୍ଘ ଦିନ ହେଲାଣି ବିବାଦ ଲାଗି ରହିଥିଲା । ଏହାକୁ କେନ୍ଦ୍ରକରି ସଦ୍ଦାମ ଓ ତାଙ୍କ ପତ୍ନୀ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଥିଲେ । ଗତକାଲି ସେମାନେ ନିଜ ଘର ଖାଲି କରି ଏକ ଚାରି ଚକିଆ ଗାଡିରେ ଆସବାବପତ୍ର ଲଦି ଅନ୍ୟ ଏକ ସ୍ଥାନକୁ ଯାଉଥିଲେ । ଗାଡି ପଛେ ପଛେ ମଜାତ ସୁଲତାନ ସ୍କୁଟି ଧରି ଯାଉଥିବା ସମୟରେ ସଦ୍ଦାମଙ୍କ ଦୁଇ ଭାଇ ନଇମ ଓ ନଦିମଙ୍କ ସହ ଅଜିମ ଗୌଣ୍ଡି ଓ ଅସୀମ ଗୌଣ୍ଡି ନାମକ ଆଉ ଦୁଇ ଜଣ ବ୍ୟକ୍ତି ଏକ କାରରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବୋମାରେ ଉଡାଇବାକୁ ଧମକ, ଜଣେ ଗିରଫ