ଗୋରଖପୁର(ଉତ୍ତରପ୍ରଦେଶ):ଟେକ୍ନୋଲୋଜି କ୍ଷେତ୍ରରେ ଦେଶର ଉଦୀୟମାନ ପ୍ରତିଭାମାନେ ସେମାନଙ୍କର ପରୀକ୍ଷଣ ଏବଂ ଅନୁସନ୍ଧାନ ଫଳରେ ବିଶ୍ବ ଦରବାରରେ ନାମ ଅର୍ଜନ କରିପାରିଛନ୍ତି । ମଦନ ମୋହନ ମାଲଭିୟା ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର (MMMTU) ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଏହିପରି ଏକବଡ଼ ଆବିଷ୍କାର କରିଛନ୍ତି । ଇଞ୍ଜିନିୟରିଂ ଡିଗ୍ରୀର ଦ୍ୱିତୀୟ ବର୍ଷରେ, 27 ଜଣ ଛାତ୍ରଙ୍କୁ ନେଇ ଗଠିତ ଏକ ଟିମ ଏହିପରି ଏକ (ATV-All Terrain Vehicle) ମଡେଲକୁ ବିକଶିତ କରିଛନ୍ତି, ଯାହାକି କୌଣସି କଷ୍ଟଦାୟକ ରାସ୍ତାରେ ଚାଲିବା ସମ୍ପୂର୍ଣ୍ଣ ସଫଳ ହୋଇଛି ।
ଏହାର ପରୀକ୍ଷଣ ଦେଶର ପ୍ରାୟ 140 ପ୍ରତିଭାଙ୍କ ମଧ୍ୟରେ ଏସିଆର ସବୁଠୁ ବଡ ଟ୍ରାକରେ ଇନ୍ଦୋର ନିକଟରେ ଅବସ୍ଥିତ ଦୁର୍ଗମ ଅଞ୍ଚଳରେ କରାଯାଇଥିଲା । ଏଠାରେ ଛାତ୍ରମାନଙ୍କ ଗବେଷଣା 26 ତମ ସ୍ଥାନ ପାଇଥିଲା । ଛାତ୍ରମାନେ ସେମାନଙ୍କର ଅନୁସନ୍ଧାନର ସଫଳତାରେ ଉତ୍ସାହିତ ଥିବାବେଳେ ଅନୁସନ୍ଧାନ ନିର୍ଦ୍ଦେଶକ ମଧ୍ୟ ଏଟିଭି ମଡେଲ ଯାନ ଏକ ବଡ଼ ସଫଳତା ବୋଲି କହିଛନ୍ତି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜେପି ପାଣ୍ଡେ ମଧ୍ୟ ଏହି ଛାତ୍ରମାନଙ୍କୁ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବାରେ ଅଧିକ ସାହାଯ୍ୟ କରିବା ବିଷୟରେ କହିଛନ୍ତି ।
ବିଶ୍ୱବିଦ୍ୟାଳୟରେ ନିର୍ମିତ ଏହି ଯାନଟି ରାପ୍ଟର 4.0 ନାମରେ SAE BAJA- 2022 ପାଇଁ ଇନ୍ଦୋରରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଦର୍ଶିତ କରାଯାଇଥିଲା । ଏହି ଯାନ ତିଆରି କରିଥିବା ଦଳ ସର୍ବଭାରତୀୟ ଇଭେଣ୍ଟରେ 47ତମ ସ୍ଥାନ ହାସଲ କରିଛି, କିନ୍ତୁ ଦଳ ଏଣ୍ଡୁରାନ୍ସ ରେସିଂରେ 26 ତମ ସ୍ଥାନ ଅଧିକାର କରିଛି ଯାହା ପ୍ରତିଯୋଗିତାର ଅନ୍ତିମ ତଥା ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଅଟେ । ମେକାନିକାଲ୍ ଇଞ୍ଜିନିୟରର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଭାଗର ସହକାରୀ ପ୍ରଫେସର ଧିରେନ୍ଦ୍ର ସିଂ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି । ତାଙ୍କ ମାର୍ଗଦର୍ଶନରେ ଛାତ୍ରମାନେ ଏହି ଫଳାଫଳ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।