ଓଡିଶା

odisha

By

Published : Aug 18, 2022, 10:54 PM IST

ETV Bharat / bharat

Tourism Agreement: ରାମୋଜୀ ଫିଲ୍ମ ସିଟି ଓ IRCTC ମଧ୍ୟରେ ଚୁକ୍ତିନାମା

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ଆଇଆରସିଟିସି (Indian Railway Catering and Tourism Corporation) ମାଧ୍ୟମରେ ବି ଜାଣିପାରିବେ ବିଶ୍ବର ସର୍ବବୃହତ ଫିଲ୍ମ ସିଟି ରାମୋଜୀ ଫିଲ୍ମ ସିଟି (Ramoji Film City) ସମ୍ପର୍କରେ । ଏହାସହ IRCTC ଟୁରିଜିମ ପ୍ୟାକେଜ ମାଧ୍ୟମରେ ବୁଲିପାରିବେ ରାମୋଜୀ ଫିଲ୍ମ ସିଟି । ଅଧିକ ପଢନ୍ତୁ

ରାମୋଜୀ ଫିଲ୍ମ ସିଟି ଓ ଆଇଆରସିଟିସିରେ ଚୁକ୍ତିନାମା
ରାମୋଜୀ ଫିଲ୍ମ ସିଟି ଓ ଆଇଆରସିଟିସିରେ ଚୁକ୍ତିନାମା

ହାଇଦ୍ରାବାଦ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ଆଇଆରସିଟିସି (Indian Railway Catering and Tourism Corporation) ମାଧ୍ୟମରେ ବି ଜାଣିପାରିବେ ବିଶ୍ବର ସର୍ବବୃହତ ଫିଲ୍ମ ସିଟି ରାମୋଜୀ ଫିଲ୍ମ ସିଟି (Ramoji Film City) ସମ୍ପର୍କରେ । ଏହାସହ IRCTC ଟୁରିଜିମ ପ୍ୟାକେଜ ମାଧ୍ୟମରେ ବୁଲିପାରିବେ ରାମୋଜୀ ଫିଲ୍ମ ସିଟି । ଏଥିପାଇଁ ଆଜି ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟି ମୁଖ୍ୟାଳୟରେ ଉଭୟ ଭାରତୀୟ ରେଳବାଇ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ (Indian Railway Catering and Tourism Corporation) ଓ ରାମୋଜୀ ଫିଲ୍ମ ସିଟି ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି ।

ରାମୋଜୀ ଫିଲ୍ମ ସିଟି ଓ ଆଇଆରସିଟିସିରେ ଚୁକ୍ତିନାମା

ସାରା ଦେଶରେ ପର୍ଯ୍ୟଟନ ସଂସ୍ଥା ଗୁଡିକ ଆଇଆରସିଟିସି ମାଧ୍ୟମରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ସୂଚନା ସଂଗ୍ରହ କରିଥାନ୍ତି । ଏହାସହ ଆଇଆରସିଟିସି ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ୟାକେଜ ଉପଲବ୍ଧ କରାଇଥାଏ । ପ୍ରତିବର୍ଷ ଆଇଆରସିଟିସି ମାଧ୍ୟମରେ ପର୍ଯ୍ୟଟକ ମାନେ ଦେଶର ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥାନ୍ତି । ରାମୋଜୀ ଫିଲ୍ମ ସିଟି ଓ ସାଉଥ ସେଣ୍ଟ୍ରାଲ ଜୋନ ଆଇଆରସିଟିସି ମଧ୍ୟରେ ହୋଇଥିବା ଚୁକ୍ତି ଫଳରେ ଏହା ପର୍ଯ୍ୟଟକଙ୍କୁ ସିଧା ସଲଖ ଫାଇଦା ଦେବ । ପର୍ଯ୍ୟଟକ ମାନେ ଏଣିକି ଆଇଆରସିଟିସି ପ୍ୟାକେଜରେ ମଧ୍ୟ ଫିଲ୍ମ ସିଟି ପରିଭ୍ରମଣ କରିପାରିବେ ।

ଚୁକ୍ତି ଅନୁସାରେ ଉଭୟ ଆଇଆରସିଟିସି ଓ ରାମୋଜୀ ଫିଲ୍ମ ସିଟି ୱେବସାଇଟରେ (Websites) ଫିଲ୍ମ ସିଟି ଓ ଆଇଆରସିଟିସି ପ୍ୟାକେଜ ଉପଲବ୍ଧ ହେବ । ଏହାସହ ଆଇଆରସିଟିସି ରାମୋଜୀ ଫିଲ୍ମ ସିଟି ସମ୍ପର୍କରେ ପ୍ରଚାର ପ୍ରସାର କରିବ । ଏହି ଚୁକ୍ତି ନାମା ପରେ ଆଇଆରସିଟିସିର ସାଉଥ ସେଣ୍ଟ୍ରାଲ ଜୋନର ମହାପ୍ରବନ୍ଧକ (General Manager) ନରସିଂଗ ରାଓ କହିଛନ୍ତି ଆମେ ରାମୋଜୀ ଫିଲ୍ମ ସିଟି ସହ ଚୁକ୍ତିନାମା କରି ଗର୍ବିତ । ଏହି ଚୁକ୍ତିନାମା ପର୍ଯ୍ୟଟକଙ୍କ ପାଇଁ ଲାଭଦାୟକ ହେବ ।

ଏହି ଚୁକ୍ତିନାମା ବେଳେ ରାମୋଜୀ ଫିଲ୍ମ ସିଟି ପକ୍ଷରୁ ପରିଚାଳନା ନିର୍ଦ୍ଦେଶିକା (Managing Director) ବିଜୟେଶ୍ବରୀ (Vijayeshwari) ଓ ଆଇଆରସିଟିସି ପକ୍ଷରୁ ସାଉଥ ସେଣ୍ଟ୍ରାଲ ଜୋନର ମହାପ୍ରବନ୍ଧକନରସିଂଗ ରାଓ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ABOUT THE AUTHOR

...view details