ଅମରାବତୀ: କଥାରେ ଅଛି, ଭଗବାନ ଯେବେ ଦିଅନ୍ତି ଫାଡିକି ଦିଅନ୍ତି । ଏହାର ଏକ ସଦ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ କୁର୍ନୂଲ ଜିଲ୍ଲାରେ । ଏଠାରେ ଜଣେ ଚାଷୀଙ୍କ ହାତରେ ଲାଗିଛି ଲକ୍ଷାଧିକ ଟଙ୍କାର ହୀରା । ଚାଷ କାର୍ଯ୍ୟ କରୁଥିବା ବେଳେ ବିଲରୁ ତାଙ୍କୁ ଏହି ବହୁମୂଲ୍ୟ ହୀରା ମିଳିଛି । ହୀରାଟି ୧୦ କ୍ୟାରେଟ ବିଶିଷ୍ଟ ହୋଇଥିବା ବେଳେ ୩୪ ଲକ୍ଷ ଟଙ୍କାରେ ଚାଷୀ ଏହାକୁ ବିକ୍ରି କରିଛନ୍ତି ।
ଏମିତି ବଦଳେ ଭାଗ୍ୟ, ଚାଷଜମିରୁ ହୀରା ପାଇଲେ ଚାଷୀ - ଚାଷ ଜମିରୁ ଚାଷୀଙ୍କୁ ମିଳିଲା ହୀରା
ରାତାରାତି ଚମକିଲା ଚାଷୀଙ୍କ ଭାଗ୍ୟ । ଚାଷ କାମ କରୁଥିବା ବେଳେ ଜମିରୁ ୩୪ ଲକ୍ଷ ଟଙ୍କାର ହୀରା ପାଇଲେ ଚାଷୀ । ଅଧିକ ପଢନ୍ତୁ

ଏମିତି ବଦଳେ ଭାଗ୍ୟ, ଚାଷଜମିରୁ ହୀରା ପାଇଲେ ଚାଷୀ
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ତୁଗାଲି ମଣ୍ଡଳ ଅନ୍ତର୍ଗତ ଜି ଏରାଗୁଡ୍ଡୀ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଚାଷୀ ପରିବାର ବିଲରେ କାମ କରୁଥିଲେ । ଏହି ସମୟରେ ଚାଷୀଟିର ଝିଅକୁ ବିଲରୁ ଏକ ହୀରା ମିଳିଥିଲା । ଏହି ଖବର ଜଣାପଡିବା ପରେ ପେରାବାଲି ଏବଂ ଜୋନ୍ନାଗିରି ଅଞ୍ଚଳର କିଛି ବ୍ୟବସାୟୀ ହୀରାକୁ କ୍ରୟ କରିବାକୁ ଚାଷୀ ନିକଟରେ ପହଞ୍ଚିଥିଲେ । ବ୍ୟବସାୟୀ ୩୪ ଲକ୍ଷ ଟଙ୍କାରେ ଏହାକୁ କିଣିଥିବା ଜଣାପଡିଛି । ତେବେ ବର୍ଷର ମୌସୁମୀ ଆରମ୍ଭରେ ଜୋନ୍ନାଗିରି, ଜି ଏରାଗୁଡି, ତୁଗଲା ଅଞ୍ଚଳରେ ଚାଷଜମିରୁ ହୀରା ମିଳିବା ଏକ ସାଧାରଣ କଥା ବୋଲି ସ୍ଥାନୀୟ ଲୋକେ କୁହନ୍ତି ।