ହାଇଦ୍ରାବାଦ: ସରକାରୀ ବସକୁ ଚୋରୀ କରି ଯାତ୍ରୀଙ୍କଠାରୁ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଡିଜେଲ ସରିଯିବାରୁ ଅଧାରାସ୍ତାରେ ବସ ରଖି ଚମ୍ପଟ ମାରିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ରାଜନ୍ନା ସିରକିଲ୍ଲା ଜିଲ୍ଲାରେ । ଛାନଭିନ୍ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ତେବେ ତେଲେଙ୍ଗାନାର ରାଜନ୍ନା ସିରକିଲ୍ଲା ଜିଲ୍ଲାର ସିଦ୍ଧିପେଟ ଅଞ୍ଚଳରେ ରହୁଥିବା 'ସ୍ୱାମୀ' ନାମକ ଜଣେ ବ୍ୟକ୍ତି ପ୍ରତିଦିନ ସିଦ୍ଧିପେଟରୁ ହାଇଦ୍ରାବାଦ ଯାଏଁ ସରକାରୀ ବସ୍ ଚଳାଇଥାନ୍ତି । ପ୍ରତିଦିନ ପରି ରବିବାର ଦିନ ମଧ୍ୟ 'ସ୍ୱାମୀ' ବସ ଚଲାଇବା ପରେ ରାତିରେ ସିଦ୍ଧିପେଟ ମଣ୍ଡଳ ପରିଷଦ ଡେଭେଲପମେଣ୍ଟ ଅଫିସ(MPDO)ରେ ବସ୍ ରଖି ଶୋଇବା ପାଇଁ ଚାଲିଯାଇଥିଲେ । ତେବେ ଭୁଲବଶତଃ ସେ ବସକୁ ଲକ କରିନଥିଲେ । ସୋମବାର ସକାଳେ ଡିପୋରେ ବସ ନଥିବା ଦେଖିବାକୁ ପାଇଥିଲେ ଡ୍ରାଇଭର ଜଣକ । ଏନେଇ ସିଦ୍ଧିପେଟ ଥାନାରେ ଅଭିଯୋଗ କରିଥିଲେ ।
ଅନ୍ୟପଟେ ହାଇଦ୍ରାବାଦ ସ୍ଥିତ ସରମପଲ୍ଲୀ-ନେରେଲ୍ଲା ରାସ୍ତାରେ ଏକ ସରକାରୀ ବସ ଛିଡାହୋଇଥିବା ଦେଖିବାକୁ ପାଇଥିଲେ ଆରଟିସି ବସ ଚଳାଉଥିବା ଅନ୍ୟଜଣେ ଡ୍ରାଇଭର । ତେବେ ଏନେଇ କଣ୍ଟ୍ରୋଲ ରୁମକୁ ଜଣାଇବା ପରେ ବସଟି ସ୍ୱାମୀଙ୍କର ହୋଇଥିବା ଜଣାପଡିଥିଲା ପଡିଥିଲା ।
ତେବେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ସିଦ୍ଧିପେଟ ଅଞ୍ଚଳରେ ରହୁଥିବା 'ସ୍ୱାମୀ' ନାମକ ଜଣେ ବ୍ୟକ୍ତି ପ୍ରତିଦିନ ସେହି ସରକାରୀ ବସଟିକୁ ଚଲାଉଥିବା ବେଳେ ସବୁଦିନ ମଣ୍ଡଳ ପରିଷଦ ଡେଭେଲପମେଣ୍ଟ ଅଫିସ(MPDO)ରେ ରଖିଥାନ୍ତି । ତେବେ ରବିବାର ମଧ୍ୟ ବସଟିକୁ ରଖିବା ବେଳେ ଭୁଲବଶତଃ ଲକ କରିବାକୁ ଭୁଲିଯାଇଥିଲେ । ଏହାପରେ ସିରକିଲ୍ଲା ଜିଲ୍ଲା ଗମ୍ଭୀରାଓପେଟ ଅନ୍ତର୍ଗତ ଶ୍ରୀଗଡ ଅଞ୍ଚଳରେ ଜଣେ ଯୁବକ ବସଟିକୁ ଚୋରି କରି ଭେମୁଲାଓ୍ୱାଡା ଅଞ୍ଚଳରେ ରଖିଥିଲେ । ସୋମବାର ସକାଳେ ସାଧାରଣ ବସ୍ ଡ୍ରାଇଭର ଭଳି ସରମପଲ୍ଲୀ-ନେରେଲ୍ଲା ରାସ୍ତାରେ ବସ୍ଟିକୁ ଚଳାଇଥିଲା । ଯେହେତୁ ବସଟି ଆରଟିସି ବସ୍ ଥିଲା ସେଥିପାଇଁ ଯାତ୍ରୀମାନେ ବିନା କୌଣସି ସନ୍ଦେହରେ ବସରେ ଯାତ୍ରା କରିଥିଲେ ଓ ଟିକଟ ବାବଦକୁ ଟଙ୍କା ଦେଇଥିଲେ ।