ଓଡିଶା

odisha

ETV Bharat / bharat

Kerala: ଭିନ୍ନକ୍ଷମ ନାବାଳକଙ୍କୁ ଝୁଣିଦେଲେ ବୁଲା କୁକୁର ପଲ

କେରଳରେ ବୁଲା କୁକୁର ଆକ୍ରମଣରେ ଭିନ୍ନକ୍ଷମ ନାବାଳକ ମୃତ । ଘର ନିକଟରୁ ମିଳିଲା କ୍ଷତାକ୍ତ ମୃତଦେହ । ଅଧିକ ପଢନ୍ତୁ

କୁକୁର ଆକ୍ରମଣରେ ଭିନ୍ନକ୍ଷମ ନାବାଳକ ମୃତ
କୁକୁର ଆକ୍ରମଣରେ ଭିନ୍ନକ୍ଷମ ନାବାଳକ ମୃତ

By

Published : Jun 13, 2023, 6:23 AM IST

ଥିରୁଅନନ୍ତପୁରମ:ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ଭିନ୍ନକ୍ଷମ ନାବାଳକ ପ୍ରାଣ ହରାଇଛି । କେରଳର କନ୍ନୁର ଜିଲ୍ଲା ମୁଜାପିଲାଙ୍ଗଡରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରାଣ ହରାଇଥିବା 10 ବର୍ଷୀୟ ନାବାଳକ ସ୍ଥାନୀୟ ଅଞ୍ଚଳର ନିହାଲ ବୋଲି ଜଣାପଡିଛି । ତେବେ ଏହି ନାବଳକଟି କଥା କହିପାରୁନଥିଲା । ଗତକାଲି (ରବିବାର) ସଂଧ୍ୟା ପ୍ରାୟ 5 ଟା ସମୟରେ ଏହି ଘଟଣା ଘଟିଥିଲା । ସେ ଘର ନିକଟରେ ଖଳୁଥିବା ବେଳେ ବୁଲା କୁକୁରଙ୍କ ଏକ ପଲ ତାକୁ ଆକ୍ରମଣ କରିଥିଲେ ।

ପଡୋଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ନାବାଳକଜଣଙ୍କ ନିଜ ଘର ବାହାରେ ଖେଳୁଥିବା ସମୟରେ ବୁଲା କୁକୁରଙ୍କ ଏକ ପଲ ଦ୍ବାରା ଆକ୍ରମଣର ଶିକାର ହୋଇଛି । ହେଲେ ଏହି ସମୟରେ କେହି ଆଖପାଖରେ ନଥିଲେ । ବହୁ ସମୟ ଧରି ସେ ଘରକୁ ନଫେରିବା ପରେ ପରିବାର ସଦସ୍ୟ ତାକୁ ଖୋଜାଖୋଜି କରିଥିଲେ । ଘର ଠାରୁ ମାତ୍ର କିଛି ଦୂରରେ ଏକ ପରିତ୍ୟକ୍ତ ସ୍ଥାନରେ ନାବାଳକ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲ । ତାକୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ସ୍ଥାନୀୟ ଅଞ୍ଚଳରେ କୁକୁରଙ୍କ ସଂଖ୍ୟା ମାତ୍ରାଧିକ ବଢିବା କାରଣରୁ ଏପରି ଅନେକ ଅଘଟଣ ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି । ଦେଶର ପ୍ରାୟ ବିଭିନ୍ନ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଅନିୟନ୍ତ୍ରିତ ଭାବେ ବଢିବା ଫଳରେ ନାନା ପ୍ରକାର ଅଘଟଣ ଘଟୁଛି । କେତେବେଳେ କୁକୁର କାମୁଡାରେ କୋମଳମତି ଶିଶୁଙ୍କ ଜୀବନ ଯାଉଛି ତ, କେବେ ରାସ୍ତାରେ ଦୁର୍ଘଟଣା ମଧ୍ୟ ବଢୁଛି । ହେଲେ କୁକୁରଙ୍କୁ ହତ୍ୟା କରିବା ପରିବର୍ତ୍ତେ ବନ୍ଧ୍ୟାକରଣ କରି ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ନେଇ ସରକାରଙ୍କ ନିୟମ ମଧ୍ୟ ରହିଛି । ହେଲେ ସ୍ଥାନୀୟ ପ୍ରଶାସନର ଅବହେଳା କାରଣରୁ ଏପରି ଅଘଟଣ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି ।

କିଛି ସ୍ଥାନରେ ରାସ୍ତାରେ ଏକୁଟିଆ ଶିଶୁ, ସ୍କୁଲ ଯାଉଥିବା କୁୁନିକୁନି ଛାତ୍ରଛାତ୍ରୀଙ୍କୁ କୁକୁର ଆକ୍ରମଣ କରିବାର ଛାତିଥରା ଭିଡିଓ ମଧ୍ୟ ସିସିଟିଭିରେ କଏଦ ହୋଇଥାଏ । କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସେମାନଙ୍କୁ ଜନବଶତିଠାରୁ ଦୂରେଇ ରଖିବାକୁ ବିଭିନ୍ନ ସମୟରେ ଦାବି ମଧ୍ୟ ହୋଇଥାଏ । ସ୍ଥାନୀୟ ପ୍ରଶାସନ ଏହି ଦିଗରେ ଗୁରୁତ୍ବ ଦେବାର ଆବଶ୍ୟକତା ଥିବା ବିଭିନ୍ନ ସୟମରେ ବୁଦ୍ଧିଜୀବୀ ଦାବିି ମଧ୍ୟ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details