ଓଡିଶା

odisha

ETV Bharat / bharat

କଳାପଟାରେ ସୁଇସାଇଡ ନୋଟ ଲେଖି ଯୁବ ଶିକ୍ଷକଙ୍କ ଆତ୍ମହତ୍ୟା - କଳାପଟାରେ ସୁଇସାଇଡ ନୋଟ

ସ୍କୁଲରେ ସରକାରୀ ଶିକ୍ଷକ ସ୍ବୀକୃତି ନ ପାଇବାରୁ କଳାପଟାରେ ସୁଇସାଇଡ ନୋଟ ଲେଖି ଯୁବ ଶିକ୍ଷକଙ୍କ ଆତ୍ମହତ୍ୟା । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

A teacher committed suicide after writing death note on a block board
କଳାପଟାରେ ସୁଇସାଇଡ ନୋଟ ଲେଖି ଯୁବ ଶିକ୍ଷକଙ୍କ ଆତ୍ମହତ୍ୟା

By

Published : Dec 5, 2020, 8:16 PM IST

ବେଙ୍ଗାଲୁରୁ: କଳାପଟାରେ ସୁଇସାଇଡ ନୋଟ ଲେଖି ଜଣେ 25 ବର୍ଷୀୟ ଯୁବ ଶିକ୍ଷକଙ୍କ ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକ ଚିକ୍କାବଲାପୁରର ଗୌରୀବିଦାନପୁର ତାଲୁକ ଅଞ୍ଚଳରେ । ମୃତକ ଶିକ୍ଷକ ହେଉଛନ୍ତି ଚନ୍ଦ୍ରଶେଖର ବିନ କ୍ରିଷ୍ଣାପା । ସେ ନିକଟସ୍ଥ ମଞ୍ଚନାହଲିର ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟରେ ଅତିଥି ଶିକ୍ଷକ ରୂପେ କର୍ଯ୍ୟରତ ଥିଲେ । ତେବେ ଦୀର୍ଘ ଦୁଇ ବର୍ଷ ଏହି ସ୍କୁଲରେ ଶିକ୍ଷକତା କରିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ସରକାରୀ ଶିକ୍ଷକର ସ୍ବୀକୃତି ପ୍ରଦାନ ନ କରିବାରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଡରେ ଲେଖିଛନ୍ତି ଏବଂ ତାଙ୍କ ମୃତ୍ୟୁ ପାଇଁ ସେ ସିଧାସଳଖ ଉକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।

କଳାପଟାରେ ସୁଇସାଇଡ ନୋଟ ଲେଖି ଯୁବ ଶିକ୍ଷକଙ୍କ ଆତ୍ମହତ୍ୟା

ସୂଚନାଯୋଗ୍ୟ, ଆଚାର୍ଯ୍ୟ ବିଦ୍ୟାଳୟର କାର୍ଯ୍ୟରତ ଥିବା ଚନ୍ଦ୍ରଶେଖର କୋଭିଡ ପାଇଁ ସ୍କୁଲ ବନ୍ଦ କାରଣରୁ ରହୁଥିବା ଭଡା ଘରେ ଟ୍ୟୁସନର କରି ଗୁଜୁରାଣ ମେଣ୍ଟାଉଥିଲେ । ତେବେ ଶୁକ୍ରବାର ସନ୍ଧ୍ୟା ପ୍ରାୟ 7 ଟା ସମୟରେ ସେ କଳାପଟାରେ ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କରିଥିଲେ । ସୁଇସାଇଡ ନୋଟରେ ଲେଖାଥିଲା, ମୋ ସମସ୍ତ ଛାତ୍ରମାନେ! "ତୁମର ଭବିଷ୍ୟତ ଉଜ୍ଜଳ ହେଉ । ମୁଁ ମୋର ସମସ୍ତ ପ୍ରିୟଜନଙ୍କୁ କ୍ଷମା ମାଗୁଛି । ମଞ୍ଚନାହଲିର ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟର କର୍ତ୍ତୃପକ୍ଷ ମୋତେ ସରକାରୀ ଶିକ୍ଷକ ଭାବେ ସ୍ବୀକୃତି ନ ଦେବାରୁ ମୁଁ ଆତ୍ମହତ୍ୟା କରୁଛି ଏବଂ ମୋ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରୁଛି ।" ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details