ଭୋପାଳ: ମଧ୍ୟପ୍ରଦେଶ ମୋରେନାରେ ଅଘଟଣ । ବାୟୁସେନା ବିମାନ ସୁଖୋଇ 30 ଏବଂ ମିରାଜ 2000 ଏୟାରାକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମଧ୍ୟପ୍ରଦେଶ ଗ୍ବାଲିଅର ଏୟାରବେସକୁ ଉଡାଣ ଭରିଥିବା ଦୁଇଟି ଯୁଦ୍ଧବିମାନ । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସିଡିଏସ ଅନୀଲ ଚୌହାନ ଓ ଆଇଏଏଫ ମୁଖ୍ୟ ଭିଆର ଚୌଧୁରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିିିଛି ।
ଦୁର୍ଘଟଣା ଏତେ ଭୟଙ୍କର ଯେ ସୁଖୋଇ-30 ଓ ମିରାଜ ଫାଇଟର ଜେଟ ଖଣ୍ଡଖଣ୍ଡ ହୋଇଛି । ବିମାନରେ ଭୟଙ୍କର ନିଆଁ ମଧ୍ୟ ଲାଗିଯାଇଛି । ପାହାଡଗଡର ଇଶ୍ବର ମହାଦେବ ଜଙ୍ଗଲରେ ଏହି ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁସାରେ ମଧ୍ୟପ୍ରଦେଶ ଗ୍ବାଲିଅର ଏୟାରବେସ୍ରୁ ଉଡାଣ ଭରିଥିଲା ଦୁଇ ଯୁଦ୍ଧ ବିମାନ । ବାୟୁସେନା ଅଭ୍ୟାସ ସମୟରେ ଏହି ଅଘଟଣ ଘଟିଛି । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁଖୋଇରେ 2 ଜଣ ପାଇଲଟ ଥିଲେ ମିରାଜରେ ଜଣେ ପାଇଲଟ ଥିଲେ । ଅନ୍ୟ 2 ଜଣେ ପାଇଲଟ ଆହତ ହୋଇଛନ୍ତି । ବାୟୁସେନାର ଏକ ହେଲିକପ୍ଟର ତୃତୀୟ ପାଇଲଟଙ୍କ ଲୋକେସନରେ ପହଞ୍ଚିଛି ।