ଓଡିଶା

odisha

ଛୁଟିରେ ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଯବାନ ମୃତ, ଗର୍ଭବତୀ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

By

Published : Oct 10, 2021, 4:38 PM IST

ଛୁଟିରେ ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଯବାନ ମୃତ । ଖବର ଶୁଣି ଆତ୍ମହତ୍ୟା ଉଦ୍ଯମ କଲେ ଗର୍ଭବତୀ ସ୍ତ୍ରୀ । ଡାକ୍ତରଖାନାରେ ଭର୍ତ୍ତି ସୂଚନା। ଅଧିକ ପଢନ୍ତୁ...

ଛୁଟିରେ ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଯବାନ ମୃତ, ଗର୍ଭବତୀ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ
ଛୁଟିରେ ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଯବାନ ମୃତ, ଗର୍ଭବତୀ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଅମରାବତୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଅଭାବନୀୟ ଘଟଣା । ଛୁଟିରେ ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଯବାନଙ୍କ ମୃତ୍ୟୁ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯବାନଙ୍କ ଗର୍ଭବତୀ ସ୍ତ୍ରୀ । ମୃତ ଯବାନ କୁର୍ଣ୍ଣୁଲ ଜିଲ୍ଲାର ନନ୍ଦଭାରାମ ମଣ୍ଡଳ ଅଧୀନ କାନାକାଭିଡୁପେଟା ଅଞ୍ଚଳର ୨୯ ବର୍ଷୀୟ ମନୋହର । ସେ ୧୦ ବର୍ଷ ପୂର୍ବେ ଭାରତୀୟ ସେନାରେ ଯୋଗ ଦେଇଥିବାବେଳେ ବର୍ତ୍ତମାନ ହିମାଚଳ ପ୍ରଦେଶରେ କାର୍ଯ୍ୟରତ ଥିଲେ ବୋଲି ଜଣାପଡିଛି । ତେବେ ଗତ ୭ ତାରିଖ (ଗୁରୁବାର) ସେ ଛୁଟିରେ ନିଜ ଘର କର୍ଣ୍ଣୁଲ ଫେରୁଥିବାବେଳେ ମଧ୍ୟ ପ୍ରଦେଶରେ ଏହି ଅଘଟଣ ଘଟିଛି ।

ଛୁଟିରେ ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଯବାନ ମୃତ, ଗର୍ଭବତୀ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

ମନୋହର ଛୁଟିରେ ଘରକୁ ଫେରୁଥିବାବେଳେ ଗୁରୁବାର (ଅକ୍ଟୋବର 7) ମଧ୍ୟରାତ୍ରିରେ ମଧ୍ୟପ୍ରଦେଶରେ ଟ୍ରେନରୁ ଓହ୍ଲାଇଥିଲେ । ପରେ ସେ ଟ୍ରେନକୁ ଚଢିବା ସମୟରେ ଖସି ପଡିବାରୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ମନୋହରଙ୍କ ବିବାହ ୩ ବର୍ଷ ପୂର୍ବେ ହୋଇଥିବାବେଳେ ପତ୍ନୀ ରାମାଦେବୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି । ତେବେ ସ୍ବାମୀଙ୍କ ମୃତ୍ୟୁ ଖବର ପାଇଁ ସ୍ତ୍ରୀ ରମାଦେବୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାଙ୍କୁ ତୁରନ୍ତ ଉଦ୍ଧାର କରି କୁର୍ଣ୍ଣୁଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ସେ ବିପଦମୁକ୍ତ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details