ହାଇଦ୍ରାବାଦ:ତେଲେଙ୍ଗାନା ହାଇଦ୍ରାବାଦରେ ପ୍ରବଳ ବର୍ଷା ହେବା ଫଳରେ ଜଳମଗ୍ନ ହୋଇଥିଲା ରାସ୍ତାଘାଟ । ସହରର ମଣିକୋଣ୍ଡାଠାରେ ଗତ ଶନିବାର ଜଣେ ସଫ୍ଟୱେର ଇଞ୍ଜିନୟର ଡ୍ରେନରେ ପଡି ଭାସି ଚାଲିଯାଇଥିଲେ । ତେବେ ୩ ଦିନ ପରେ ତାଙ୍କ ମୃତଦେହକୁ ନେକନାମପୁର ପୋଖରୀରୁ ଉଦ୍ଧାର କରାଯାଇଛି ।
ମୃତକ ଇଞ୍ଜିନିୟର ହେଉଛନ୍ତି ଗୋପିସେଟ୍ଟୀ ରଜନୀକାନ୍ତ । ସେ ଶାଦନଗରରେ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥାନ୍ତି । ସେ କୌଣସି କାମ ପାଇଁ ବାହାରକୁ ଯାଇଥିବାବେଳେ ହଠାତ ଜୋରରେ ବର୍ଷା ହୋଇଥିଲା । ସେ କିଛି ସମୟର ଅପେକ୍ଷା କରିଥିଲେ । କିନ୍ତୁ ବର୍ଷା ନ କମିବା ପରେ ସେ ଘରକୁ ଫେରୁଥିଲେ । ତାଙ୍କ ଘର ନିକଟରୁ ମାତ୍ର ୫୦ ମିଟର ଦୂରରେ ଥିବା ଡ୍ରେନରେ ଖସିପଡିବା ପରେ ସେ ସ୍ରୋତରେ ଭାସି ଯାଇଥିଲେ । ଏ ସମ୍ପର୍କରେ ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଟିମ ତାଙ୍କୁ ଖୋଜିଥିଲା । ମାତ୍ର ୩ ଦିନ ପରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି ।