ମୁମ୍ବାଇ: ମହାରାଷ୍ଟ୍ର ଲାତୁରଠାରେ ପଦାରେ ପଡ଼ିଛି ଯାଆଁଳା ଭାଇର କଳା କାରନାମା (sensation of rape incident in Latur) । ସମାନ ଚେହେରାର ଲାଭ ଉଠାଇବାକୁ ପଛାଇଲାନି (sexual abuse taking advantage of being twins) । ଆଉ ମନରେ ପଶୁତ୍ବ ଭାବ ଜାଗ୍ରତ କରି ଶେଷରେ ଘଟାଇଲା ଘୃଣ୍ୟ କାଣ୍ଡ । ନିଜ ଭାଉଜକୁ ୬ ମାସ ଧରି କରିଆସୁଥିଲା ଦୁଷ୍କର୍ମ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏ ସମ୍ପର୍କରେ ପୀଡିତାଙ୍କ ସ୍ବାମୀ ଓ ଶାଶୁ ମଧ୍ୟ ଅବଗତ ଥିଲେ । ପୀଡ଼ିତାଙ୍କ ପରିବାର (ବାପଘର) ଏନେଇ ଅଭିଯୋଗ କରିବା ପରେ ପୋଲିସ ଦୁଇ ଯାଆଁଳ ଭାଇଙ୍କୁ ଗିରଫ କରିଛି ।
ଲାତୁର ରିଙ୍ଗ ରୋଡ ଅଞ୍ଚଳରେ ରହୁଥିବା ଜଣେ ଯୁବକ ଗତ ୩ ମାସ ପୂର୍ବରୁ ବିବାହ କରିଥିଲେ। ବିବାହିତ ଯୁବକଙ୍କ ଆଉ ଏକ ଯାଆଁଳା ଭାଇ ଥିଲା । ଦୁହିଁଙ୍କ ମୁହଁ ଓ ଚାଲିଚଳଣିରେ ପ୍ରାୟତଃ ସମାନତା ଥିଲା । ଏଣୁ ଘରକୁ ଆସିଥିବା 20 ବର୍ଷୀୟ ନବବଧୂ ନିଜ ସ୍ବାମୀ ଏବଂ ଦିଅର ମଧ୍ୟରେ ପାର୍ଥକ୍ୟକୁ ସହଜରେ ବାରି ପାରୁନଥିଲେ । ଫଳରେ ଏହାର ଫାଇଦା ଉଠାଇଥିଲେ ୨ ଯାଆଁଳା ଭାଇ । ପୀଡିତା ଜଣକ ସ୍ବାମୀର ଭାଇ ଦ୍ବାରା ଦୀର୍ଘ ୬ ମାସ ଧରି ଯୌନ ଶୋଷଣର ଶିକାର ହୋଇଆସୁଥିଲେ ।
ସ୍ବାମୀ-ଶାଶୁ କରୁଥିଲେ ସମର୍ଥନ:-