କୋଏମ୍ବାଟୁର: ଭାରତର ଅନେକାଞ୍ଚଳରେ ଥିବା କୁଡିଆ ଘର କେବଳ ସମାଜର ଆର୍ଥିକ ବିଭାଜନକୁ ସୂଚାଇ ନଥାଏ, ବରଂ ଏହା ଦର୍ଶାଏ କି ଜାତିବାଦର ଚେର ଦେଶରେ କେତେ ଗଭୀର । କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ପ୍ରଥମେ କଚ୍ଚା ଘର ହିଁ ଭୁଶୁଡିଥାଏ। ଏଣୁ କୌଣସି ସରକାରଙ୍କ ପଇଁ କଚ୍ଚା ଘର ମୁକ୍ତ ରାଜ୍ୟ ଗଠନ ଏକ ମାଇଲ ଷ୍ଟୋନ ନୁହେଁ ବରଂ ସମାନ୍ତରଳ ସମାଜ ଗଠନର ଏକ ପ୍ରୟାସ ।
ଆମେ ସଭିଏଁ ଏପରିକି ଆମ ରାଜନେତା ମଧ୍ୟ ମାନନ୍ତି କି କଚ୍ଚା ଘର ଗରିବୀର ପ୍ରତୀକ ଅଟେ । ଏଣୁ ସର୍ବଦା ଚେଷ୍ଟା କରିଥାନ୍ତି କି ଭାରତ ଆସୁଥିବା ବିଦେଶୀଙ୍କ ନଜରରେ ନପଡୁ ଏହି କୁଡିଆ ଓ ବସ୍ତି । ଆଉ ଏଥି ପାଇଁ ସେମାନେ ବସ୍ତି ଅଞ୍ଚଳ ସମ୍ମୁଖରେ କାନ୍ଥ ବି ନିର୍ମାଣ କରିଥିବା ନଜୀର ରହିଛି । ହେଲେ ଏସବୁ ଦୁଷ୍ଟାନ୍ତ ମଧ୍ୟରେ ଏଭଳି ଜଣେ ମଣିଷ ରହିଛି , ଯିଏ ଗାଁର ସମସ୍ତ କୁଡିଆକୁ କଂକ୍ରିଟ ଘରରେ ପରିବର୍ତ୍ତନ କରି ଦେଇଛି ଓ ସ୍ଥାନୀୟ ଅଞ୍ଚଳକୁ ସମ୍ପୁର୍ଣ୍ଣ ରୂପେ କୁଡିଆ ମୁକ୍ତ କରିଦେଇଛି ।
ଆମେ ଯେବେ କୋଏମ୍ବାଟୁର ଜିଲ୍ଲାର ମେଟଟୁପାଲୟମ ନିକଟସ୍ଥ ତାମିଲନାଡୁର ଓଦାନତୁରାଇ ଗାଁରେ ପ୍ରବେଶ କରୁଛୁ ତ ପିଇବା ପାଣି, ପବନ ଓ ସୌର ଶକ୍ତି ସହ ସଯୁଂକ୍ତ ଘର ଦେଖିବାକୁ ମିଳିଛି । ଆଉ ଏସବୁ ସଫଳ ହୋଇପାରିଛି ପଞ୍ଚାୟତର ପୂର୍ବତନ ସଭାପତି ଶାନମୁଗାମଙ୍କ ପାଇଁ । ଏହି ପଞ୍ଚାୟତ ପାଇଁ ସେ ପବନ ଚକ୍ରି ଫାର୍ମ ତିଆରି କରିଛନ୍ତି । ଯାହାକି ପ୍ରତିବର୍ଷ 8 ଲକ୍ଷ ୟୁନିଟ ବିଦ୍ୟୁତ ଉତ୍ପନ୍ନ କରୁଛି । ଆଉ ଏହି ବିଦ୍ୟୁତର ବ୍ୟବହାର ସାଧାରଣତଃ ଗ୍ରାମବାସୀ କରିଥାନ୍ତି , ଆଉ ଅବଶିଷ୍ଟ ବିଦ୍ୟୁତ ରାଜ୍ୟ ସରକାରଙ୍କ ବିଦ୍ୟୁତ କମ୍ପାନୀକୁ ବିକ୍ରି କରାଯାଇଥାଏ । ଆତ୍ମନିର୍ଭରର ଏହା ଜ୍ବଳନ୍ତ ଉଦାହରଣ ଅଟେ ।
ଗ୍ରାମବାସୀଙ୍କ ପାଇଁ ଶାନମୁଗନ 850 ପରିବେଶ ଅନୁକୂଳ ଘର ତିଆରି କରିଛନ୍ତି । ଆଉ ଏଥିପାଇଁ ସେ ଅଧିଗ୍ରହଣ ହୋଇଥିବା ଜମି ଫେରସ୍ତ ଆଣିଲେ । ଏହା ବ୍ୟତୀତ ସେ ଦୁଇ ଏକର ଜମି ମାଗଣାରେ ଦେଇଥିଲେ। ସେ ନିଜ ଗାଁକୁ କୁଡିଆ ମୁକ୍ତ କରି ପକ୍କା ଘରରେ ବଦଳାଇଦେଇଛନ୍ତି । ଶାନମୁଗାମଙ୍କ ଅନୁସାରେ ଭାରତ ସେତେବେଳେ ସୁପର ପାୱାର ହୋଇପାରିବ , ଯେବେ ଗାଁର ବିକାଶ ହେବ । ଗାଁକୁ ପଛରେ ପକାଇବା ଦ୍ବାରା ଦେଶର ବିକାଶ ଅଧୁରା ରହିବ ।
ଏ ନେଇ ଆର ଶାନମୁଗାମ କୁହନ୍ତି କି, ଜଣେ ନିର୍ବାଚିତ ପ୍ରତିନିଧୀ ମୁଖ୍ୟତଃ ଗରିବ ଏବଂ ଏହି ବର୍ଗର ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବା ବ୍ୟତିତ ଭିତ୍ତିଭୂମି ସୁବିଧା ଓ ଜରୁରୀ ଆବଶ୍ୟକତା ପୂରଣ ସୁନିଶ୍ଚିତ ଉପରେ ଧ୍ୟାନ ଦେବା ଉଚିତ୍ । ସମସ୍ତ ସରକାରୀ ଯୋଜନା ଏବଂ ପ୍ରକଳ୍ପଗୁଡିକରେ 100% ଗୁଣବତ୍ତା ନିଶ୍ଚିତ କରିବା ଅନ୍ୟ ଏକ ଦାୟିତ୍ବ ଅଟେ । ପଞ୍ଚାୟତର ମୁଖିଆ ଗରିବ ହୋଇପାରନ୍ତି ହେଲେ ପଞ୍ଚାୟତ ନୁହେଁ । ଆପଣ ଜଣେ ଭଲ ବ୍ୟକ୍ତି ହୋଇପାରନ୍ତି କିନ୍ତୁ କାମ କରି ଦେଖାଇବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଯଦି ଏଭଳି ଭାବେ ଆମେ କାମ କରିଥାନ୍ତୁ , ତେବେ ଗାନ୍ଧିଜୀଙ୍କ ଗ୍ରାମ ସ୍ବାରାଜ ସ୍ବପ୍ନକୁ ବାସ୍ତବରେ ବଦଳାଇପାରିଥାନ୍ତୁ । ଆଉ 2020 ରେ ଏପିଜେ ଅବଦୁଲ କାଲାମଙ୍କ କଳ୍ପନା ଅନୁସାରେ ସ୍ବୟଂ ଏକ ମହାଶକ୍ତି ହୋଇପାରିଥାନ୍ତୁ ।