ଓଡିଶା

odisha

ETV Bharat / bharat

A Role Model: ଅର୍ଥ ସାଜିଲାନି ବାଧକ, ଇଟାଗଢା ଶ୍ରମିକଙ୍କ ଝିଅ ହାସଲ କଲେ PhD ଡିଗ୍ରୀ - ଡକ୍ଟରେଟ ଡିଗ୍ରୀ ଲାଭ କଲା ଆଦିବାସୀ ଛାତ୍ରୀ

ଅଦମ୍ୟ ଇଚ୍ଛାଶକ୍ତି ସମ୍ମୁଖରେ ସବୁକିଛି ହାର ମାନିଛି । ଆର୍ଥିକ ଅନଟନ ମଧ୍ୟରେ ଗତିକରି ମଧ୍ୟ ସେ ନିଜ ପାଠପଢାରେ ଲଗାଇ ନାହାନ୍ତି ବିରାମ । ଜାରି ରଖିଥିଲେ ପାଠପଢା । ଆଉ ଆଜି ତାର ଫଳ ମିଳିଛି । ଇଟାଗଢା ଶ୍ରମିକ ତଥା ଆଦିବାସୀ ସମ୍ପ୍ରଦାୟର ହୋଇ ମଧ୍ୟ ସେ ପିଏଚଡ଼ି ଡିଗ୍ରୀ ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି । ଅଧିକ ପଢନ୍ତୁ

A role model: ଅର୍ଥ ସାଜିଲାନି ବାଧକ, ଇଟାଗଢା ଶ୍ରମିକଙ୍କ ଝିଅ ହାସଲ କଲେ PhD ଡିଗ୍ରୀ
A role model: ଅର୍ଥ ସାଜିଲାନି ବାଧକ, ଇଟାଗଢା ଶ୍ରମିକଙ୍କ ଝିଅ ହାସଲ କଲେ PhD ଡିଗ୍ରୀ

By

Published : Apr 3, 2022, 3:06 PM IST

ଚେନ୍ନାଇ:କଥାରେ ଅଛି ଅଦମ୍ୟ ଇଚ୍ଛାଶକ୍ତି ଯେକୌଣସି କଠିନ କାର୍ଯ୍ୟକୁ ସାଧିତ କରିଥାଏ । କଠିନ ପରିଶ୍ରମ କରିଥିଲେ ତାହାର ଫଳ ନିଶ୍ଚିତ ରୂପେ ମିଳିଥାଏ । ଏଥିରେ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତି ସାଜିନଥାଏ ବାଧକ । ଏହାର ପ୍ରମାଣ ଦେଇଛନ୍ତି ତାମିଲନାଡୁର ଜଣେ ଆଦିବାସୀ ସମ୍ପ୍ରଦାୟର ଇଟାଗଢା ଶ୍ରମିକଙ୍କ ଝିଅ । ୨୮ ବର୍ଷର ଯୁବତୀ ରୋଜା ସମସ୍ତ ବାଧାବିଘ୍ନକୁ ସାମନା କରି ମଧ୍ୟ ନିଜ ପାଠପଢାରେ କରିନଥିଲେ ଅବହେଳା । ଆଉ ଶେଷରେ ସେ ପିଏଚଡି(PhD) ଡିଗ୍ରୀ ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି ।

ଉଚ୍ଚ ଡିଗ୍ରୀ ହାସଲ କରିବା ପାଇଁ ସେ କମ ପରିଶ୍ରମ କରିନାହାନ୍ତି । ଜାତିଭିତ୍ତିକ ପ୍ରମାଣ ପତ୍ର ପାଇଁ ତାଙ୍କୁ ନାକେଦମ ହେବାକୁ ପଡ଼ିଛି । ପାଠପଢା ସହିତ ଏଭଳି ଅସୁବିଧାକୁ ମଧ୍ୟ ସେ ସାମନା କରିଛନ୍ତି । ତାଙ୍କ ସଂଘର୍ଷର ଫର୍ଦ୍ଦ ଲମ୍ବା ଥିଲେ ମଧ୍ୟ ଏହି ସଫଳତା ତାଙ୍କ ମୁହଁରେ ହସ ଫୁଟାଇ ପାରିଛି । ଚେନ୍ନାଇର ଲୟୋଲା କଲେଜରୁ ଏହି ଡିଗ୍ରୀ ହାସଲ କରିଛନ୍ତି ଆଦିବାସୀ ସମ୍ପ୍ରଦାୟ(Irular tribe)ର ଛାତ୍ରୀ କେ. ରୋଜା । ଏହି ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ହାସଲ କରିବାରେ ତାଙ୍କୁ ଆମ ଇଟିଭି ଭାରତ ଟିମ ଭେଟିଥିଲା । ସେ ନିଜ ସଂଘର୍ଷର କାହାଣୀ ବଖାଣିଥିଲେ ।

  • ରୋଜାଙ୍କ ସଂଘର୍ଷର କାହାଣୀ:-

ରୋଜା ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ଜାତିଭିତ୍ତିକ ପ୍ରମାଣ ପତ୍ର ବାହାର କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ସମ୍ପ୍ରଦାୟର ଯୁବପିଢି ଉଚ୍ଚ ଶିକ୍ଷା ହାସଲ କରୁନଥିବାରୁ ସେ ଏଭଳି ଅସୁବିଧା ଭୋଗିଥିଲେ । କଠିନ ପରିଶ୍ରମୀ, ମେଧାବୀ ରୋଜା ଭିଲୁପୁରମ ଜିଲ୍ଲାର ସରକାରୀ ମହାବିଦ୍ୟାଳୟରୁ ଜେନେରାଲ କାଟେଗୋରୀରେ ସ୍ନାତକ ହାସଲ କରିଥିଲେ । ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ନିଜର ଉଚ୍ଚଶିକ୍ଷା ବଜାୟ ରଖିଥିଲେ । ଏହାପରେ ସେ MBA ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଖୁବଶୀଘ୍ର PhD ଡିଗ୍ରୀ ପାଠ୍ୟକ୍ରମ ଶେଷ କରି ଏହି ଡିଗ୍ରୀ ହାତେଇବାକୁ ଯାଉଛନ୍ତି ।

ଭିଲୁପୁରମ ଜିଲ୍ଲା ତିଣ୍ଡିଭାନମର ମରୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୩ ଭାଇଭଉଣୀଙ୍କ ମଧ୍ୟରେ ସେ ସବୁଠୁ ବଡ଼ । ସେ ୪ ବର୍ଷ ବୟସରେ ନିଜ ଇଚ୍ଛାରେ ସ୍କୁଲ ଯିବାକୁ ଜିଦି କରୁଥିଲେ । ସରକାରୀ ବିଦ୍ୟାଳୟରେ ତାଙ୍କର ଅସାଧାରଣ ପ୍ରତିଭାକୁ ଦେଖିପାରୁଥିଲେ ଶିକ୍ଷକ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୋଜାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ କହିଥିଲେ । ଏହାପରେ ସେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ତାଙ୍କ ପାଠପଢା ଅଭିଯାନ ଆରମ୍ଭ ହୋଇଥିଲା ।

ସେ ଗୋଟିଏ ପରେ ଗୋଟିଏ ପାହ୍ୟା ଅତିକ୍ରମ କରିଥିଲେ । ଭଲ ମାର୍କ ରଖି ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କଲେ । ସେ ଉଦ୍ଭିଦ ବିଜ୍ଞାନ(Botany)ରେ ଭିଲୁପୁରମ ଅରିଗନର ଅନ୍ନା ସରକାରୀ ମହାବିଦ୍ୟାଳୟରେ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ଉଦ୍ଭିଦ ବିଜ୍ଞାନରେ ୮୨ ପ୍ରତିଶତ ମାର୍କ ରଖିଥିଲେ । ଏହାପରେ ସେ ୨୦୧୭ ମସିହାରେ ସେ ମାଡ୍ରାସ ପ୍ରେସିଡେନ୍ସି କଲେଜରୁ MBA କରିଥିଲେ । ଏବେ ସେ ନିଜ PhD ଡିଗ୍ରୀ ପାଠ୍ୟକ୍ରମ ଜାରି ରଖିଛନ୍ତି ।

ସେପଟେ ତାଙ୍କ ଅନ୍ୟ ୨ ଭାଇ ଭଉଣୀ ବିଦ୍ୟାଳୟ ପର୍ଯ୍ୟନ୍ତ ମଧ୍ୟ ଯାଇପାରିନାହାନ୍ତି । ଏଥିଲାଗି ସେ ସର୍ବଦା ପଶ୍ଚାତାପ କରିବେ ବୋଲି କହିଛନ୍ତି । ତେବେ ତାଙ୍କ ପରିବାର ଅନୁନ୍ନତ ଅଞ୍ଚଳରେ ରହୁଥିବାରୁ ସେମାନେ ଶିକ୍ଷାଠାରୁ ଦୂରରେ ରହିଥିଲେ । ରୋଜାଙ୍କ ପିତାମାତା ମଧ୍ୟ ସ୍କୁଲକୁ ଯାଇନାହାନ୍ତି ବୋଲି ସେ କହିଛନ୍ତି । ହେଲେ ଆଜି ତାଙ୍କ ସମ୍ପ୍ରଦାୟର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ମନ ବଳାଉଥିଲେ ମଧ୍ୟ ଏଠାରେ ଜାତିଭିତ୍ତିକ ପ୍ରମାଣପତ୍ର ବାଧକ ସାଜିଛି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details