ନୂଆଦିଲ୍ଲୀ: ନୋଏଡା ସେକ୍ଟର-29ରେ ଅଗ୍ନିକାଣ୍ଡ। ଶୁକ୍ରବାର ବିଳମ୍ବିତ ରାତିରେ ଅବସରପ୍ରାପ୍ତ ସେନା ବିଗ୍ରେଡିୟରଙ୍କ ଘରେ ନିଆଁ ଲାଗି ଶ୍ବାସ ରୁଦ୍ଧ ହୋଇ ବିଗ୍ରେଡିୟରଙ୍କ ସମେତ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି।
ନୋଏଡାରେ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ଅବସରପ୍ରାପ୍ତ ସେନା ବିଗ୍ରେଡିୟର ଓ ପତ୍ନୀ ମୃତ - fire news
ନୋଏଡା ସେକ୍ଟର 29ରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଅବସରପ୍ରାପ୍ତ ସେନା ବିଗ୍ରେଡିୟର ଆରପି ସିଂ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...
ସୂଚନା ମୁତାବକ, 84 ବର୍ଷୀୟ ଅବସରପ୍ରାପ୍ତ ସେନା ବିଗ୍ରେଡିୟର ଆରପି ସିଂ ତାଙ୍କ ସ୍ତ୍ରୀଙ୍କ ସହ ନୋଏଡା ସେକ୍ଟର 29ରେ ରହୁଥିବାବେଳେ, ତାଙ୍କ ପୁଅ ଆର୍ମିରେ କର୍ଣ୍ଣଲ ଅଛନ୍ତି । ତେବେ ବିଳମ୍ବିତ ରାତିରେ ବିଗ୍ରେଡିୟରଙ୍କ ଘରୁ ଧୂଆଁ ବାହାରୁଥିବା ଦେଖି ପଡୋଶୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳବାହିନୀର 3ଟି ଗାଡି ପହଞ୍ଚି ନିଆଁକୁ କାବୁ କରିଥିଲେ ।
ଏହାପରେ ପୋଲିସ ତୁରନ୍ତ ଦମ୍ପତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନିଆଁ କିପରି ଲାଗିଥିଲା ସେନେଇ ତଦନ୍ତ କରୁଛି ପୋଲିସ।