ଓଡିଶା

odisha

ETV Bharat / bharat

କୋଭିଡ ଟିକା ନିଅନ୍ତୁ, ପେଟପୁରା ଖାଦ୍ୟ ପାଆନ୍ତୁ, ଜାଣନ୍ତୁ କେଉଁଠି ? - ଟିକା ବଦଳରେ ମାଗଣା ଖାଦ୍ୟ

କୋରୋନା ପାଇଁ ସାରା ଦେଶରେ ଚାଲିଛି ଟୀକାକରଣ ପ୍ରକ୍ରିୟା । ଲୋକଙ୍କୁ ଟିକା ନେବା ପ୍ରତି ଅଧିକ ଉତ୍ସାହିତ କରିବା ପାଇଁ ଅଭିନବ ପ୍ରୟାସ । କୋଭିଡ ଟିକା ବଦଳରେ ଟୀକାକରଣ କେନ୍ଦ୍ରରେ ଲୋକଙ୍କୁ ମାଗଣାରେ ଖାଇବା ଯୋଗାଇ ଦିଆଯାଉଛି । ଅଧିକ ପଢନ୍ତୁ...

ଟିକା ବଦଳରେ ମାଗଣା ଖାଦ୍ୟ
ଟିକା ବଦଳରେ ମାଗଣା ଖାଦ୍ୟ

By

Published : Apr 5, 2021, 11:29 AM IST

ଗାନ୍ଧୀନଗର:କୋରୋନା ପାଇଁ ସାରା ଦେଶରେ ଚାଲିଛି ଟୀକାକରଣ ପ୍ରକ୍ରିୟା । ଲୋକଙ୍କୁ ଟିକା ନେବା ପ୍ରତି ଅଧିକ ଉତ୍ସାହିତ କରିବା ପାଇଁ ଅଭିନବ ପ୍ରୟାସ । କୋଭିଡ ଟିକା ବଦଳରେ ଟୀକାକରଣ କେନ୍ଦ୍ରରେ ଲୋକଙ୍କୁ ମାଗଣାରେ ଖାଇବା ଯୋଗାଇ ଦିଆଯାଉଛି । ଏପରି ବ୍ୟବସ୍ଥା କରିଛି ଗୁଜୁରାଟରର ରାଜକୋଟରେ ଥିବା ଏକ ସଂସ୍ଥା ।

କୋରୋନା ଟିକାକୁ ନେଇ ଅନେକଙ୍କ ମନରେ ଭ୍ରମ ସୃଷ୍ଟି ହେଉଛି । ଲୋକଙ୍କ ମନରୁ ଭୁଲ ଧାରଣା ଦୂର କରିବା ସହିତ ଟିକା ନେବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ରାଜକୋଟର ଏକ ସଂସ୍ଥା ଟୀକାକରଣ କେନ୍ଦ୍ରରେ ବିନା ମୂଲ୍ୟରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ଯୋଗାଇ ଦେଉଛନ୍ତି । ଯାହା ଗୁଜୁରାଟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଟିକା ନେଇ ଘରକୁ ଯିବା ପରେ କିଛି ଚିନ୍ତା କରିବାକୁ ପଡିବ ନାହିଁ । ଏଠାରେ ସେମାନେ ବିଶ୍ରାମ ନେଇ ପାରିବେ ବୋଲି ସଂସ୍ଥାର ସଙ୍ଗଠକ କହିଛନ୍ତି । ଖାଲି ଖାଦ୍ୟ ନିହେଁ ପୂର୍ବରୁ ଟିକା ବଦଳରେ ଲୋକଙ୍କୁ ଉପହାର ମଧ୍ୟ ଦିଆଯାଇଛି । ଉପହାର ପୁଣି ସାଧାରଣ ନୁହେଁ । ସୁନାର ଉପହାର । ରାଜକୋଟର ଗୋଳ୍ଡ ସ୍ମିତ କମ୍ୟୁନିଟି ପକ୍ଷରୁ ଟିକା ନେବାକୁ ଆସୁଥିବା ମହିଳାମାନଙ୍କୁ ନାକ ନୋଥ ଓ ପରୁଷମାନଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଉପହାର ସୂରୁପ ପ୍ରଦାନ କରାଯାଇଛି । ଯାହା ବେଶ ଚର୍ଚ୍ଚାରେ ରହିଛି ।

ଦେଶରେ ଆଜି ବି କୋରୋନା କାୟା ଜାରି ରହିଛି । ଗୋଟିଏ ଦିନରେ ଦେଶରେ 1 ଲକ୍ଷ 3 ହଜାର 558 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

@ANI

ABOUT THE AUTHOR

...view details