ମୁମ୍ବାଇ:କୁକୁର ହତ୍ୟା଼କୁ ନେଇ ଥାନାରେ ଅଭିଯୋଗ । ମହାରାଷ୍ଟ୍ରର ହିଲଲାଇନ ପୋଲିସ ଷ୍ଟେସନ ଅନ୍ତର୍ଗତ ଉଲ୍ଲାସନଗର ଅଞ୍ଚଳ ସାଇନାଥ କଲୋନୀର କ୍ୟାମ୍ପ-୫ରେ ଦେଖିବାକୁ ମିଳିଛି ଏହି ଘଟଣା । ମାଆ ସହ ଛୁଆ କୁକୁରକୁ କେହି ଦୁର୍ବୃତ୍ତ ଗଛରେ ଫାଶୀ ଦେଇ ହତ୍ୟା କରିଛି ।
ତେବେ ଏହାକୁ ନେଇ ହିଲଲାଇନ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ହୋଇଛି । ତେବେ ଏହି ଘଟଣା ପରେ ଏହି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ମାର୍ଚ୍ଚ ୧୬ ତାରିଖରେ ଏହି ଘଟଣା ଘଟିଥିବା ବେଳେ ୮ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ଖୋଜଖୋଜି ଜାରି ରଖିଛି ।