ଓଡିଶା

odisha

ETV Bharat / bharat

କଥା କହୁଛି ଅଚଳ ଚିତ୍ରଶିଳ୍ପୀଙ୍କ ଚଳଚଞ୍ଚଳ ଚିତ୍ର - ଦିବ୍ୟାଙ୍ଗ ମହିଳା ଚିତ୍ରକଳାକାର ମୀନା

ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ତାଙ୍କ ଶାରିରୀକ ଦୁର୍ବଳତା। ଶରୀର ଉଠି ପାରୁନଥିଲେ ବି ସେ ଶୋଇ ରହି ଆଙ୍କି ଦିଅନ୍ତି ସୁନ୍ଦର ସୁନ୍ଦର ଚିତ୍ର। ମୀନାଙ୍କ ଏହି ଚିତ୍ର ଦେଶବିଦେଶରେ ଲୋକ ପ୍ରିୟତା ହାସଲ କରିଛି। ଅଧିକ ପଢ଼ନ୍ତୁ...

ଚିତ୍ରକଳା ଆଗରେ ହାର ମାନିଲା ଶାରିରୀକ ଦୁର୍ବଳତା
ଚିତ୍ରକଳା ଆଗରେ ହାର ମାନିଲା ଶାରିରୀକ ଦୁର୍ବଳତା

By

Published : Apr 7, 2021, 4:44 PM IST

ବେଙ୍ଗାଲୁରୁ: ସୁନ୍ଦର ରଙ୍ଗିନ ଚିତ୍ର ଦେଖିଲେ କୌଣସି ଦୋକାନ କିଣା ହୋଇଥିବା ଭଳି ମନେ ହେବ। କିନ୍ତୁ, ସୁନ୍ଦର ସୁନ୍ଦର ଚିତ୍ରଗୁଡିକ ଆଙ୍କିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ, ଯିଏ ନିଜ ପ୍ରଚେଷ୍ଟାରେ ଟିକିଏ ଉଠି ବସି ପାରନ୍ତି ନାହିଁ। ଆଜ୍ଞା ହଁ, ବିଶ୍ବାସ ହେଉନଥିଲେ ବି କଥାଟି ସତ।

ଚିତ୍ରକଳା ଆଗରେ ହାର ମାନିଲା ଶାରିରୀକ ଦୁର୍ବଳତା

ଏହି ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ଜଣକ ମସ୍କୁଲାର ଡିଷ୍ଟ୍ରୋଫି ରୋଗରେ ପୀଡ଼ିତ। ଯାହା ଫଳରେ ହରାଇ ବସିଛନ୍ତି ନିଜ ଗୋଡ଼ର ସାହାରା । ତେବେ ଏହି ଶାରିରୀକ ଦୁର୍ବଳତା ତାଙ୍କ ପ୍ରତିଭା ଆଗରେ ହାର ମାନିଛି। ଶୋଇ ରହି ନିଜ ହାତରେ ସେ ଆଙ୍କି ଦେଇଛନ୍ତି ସୁନ୍ଦର ସୁନ୍ଦର ଚିତ୍ର। କର୍ଣ୍ଣାଟକ ଶିବମୋଗା ଜିଲ୍ଲାର ହୋସଲାଇବାସିନ୍ଦା ମୀନା ଏବେ ସଭିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ। ଦେଶ ବିଦେଶରେ ଲୋକପ୍ରିୟ ହୋଇ ପାରିଛି ମୀନାଙ୍କ ପେଣ୍ଟିଂ।

ମୀନା ପାଠପଢ଼ାରେ ରୁଚି ରଖିବା ସହ ଚିତ୍ରକଳାରେ ସଉକ ରଖୁଥିଲେ। ସ୍କୁଲ ପଢ଼ା ଶେଷ କରିବା ପରେ ସେ ଚିତ୍ରକଳାରେ ପାଠ ପଢ଼ିବାକୁ ମନସ୍ତ କରିଥିଲେ। କିନ୍ତୁ କଲେଜ ଘରଠୁ ବହୁତ ଦୂରରେ ଥିଲା। ସାଙ୍ଗମାନଙ୍କ ପରାମର୍ଶ କ୍ରମେ ଚିତ୍ରକଳାକୁ ସେ ବୃତ୍ତି ଭାବେ ଆପଣେଇ ନେଲେ।

ଶାରୀରିକ ଦୁର୍ବଳତା ନାମକ କଣ୍ଟାକୁ ଏଡ଼ାଇ ଚିତ୍ରକଳାର ସଉକକୁ ଆପଣେଇ ନେଲେ ମୀନା। ପରବର୍ତ୍ତୀ ସମୟରେ ସେ ଏହାକୁ ପୂର୍ଣ୍ଣକାଳୀନ ବୃତ୍ତି ରୂପରେ ଆପଣାଇ ନେଲେ। ଏହି ଚିତ୍ରକଳା ବର୍ତ୍ତମାନ ମୀନାଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଅନଲାଇନରେ ମୁମ୍ବାଇ ସ୍ଥିତ ଏକ ଅନୁଷ୍ଠାନରୁ ସେ ଡେକୋରେସନ କୋର୍ସ ମଧ୍ୟ କରିଛନ୍ତି।

ମୀନାଙ୍କ ମାଆ ତାଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମୀନା ନିଜେ ଏହିସବୁ କଳା ଶିକ୍ଷାଲାଭ କରିଛନ୍ତି। ସଭିଏଁ ତାଙ୍କ ପ୍ରଶଂସାରେ ଶତମୁଖ। ଚିତ୍ରକଳାରେ ହାସଲ କରିଥିବା ପାରଙ୍ଗମକୁ ଦେଖି ପରିବାର ଲୋକେ ଖୁସି ଜାହିର କରିଛନ୍ତି। କଠିନ ପରିଶ୍ରମର ଫଳ ମୀନାଙ୍କୁ ମିଳିଛି ବୋଲି କହିଛନ୍ତି ତାଙ୍କ ମାଆ।

ମୀନା ସୁଫସୁ ଆର୍ଟ କଳା, ଡୁକୁ ପେଜ୍, ମିକ୍ସଡ ମିଡିଆ, ଏମଡିଏଫ, ପ୍ୟାଟ ଓ ସେରାମିକ ଗ୍ଲାସ ଆର୍ଟ ଆଣ୍ଡ କ୍ରାଫ୍ଟ କୋର୍ସ କରିଛନ୍ତି । ସେରାମିକ ଗ୍ଲାସ ଟେକ୍ନିକରେ ସେ ଘର ସଜାଇବା କଳା ଶିଖି ପାରିଛନ୍ତି। ଖାଲି ସେତିକି ନୁହେଁ ଫର୍ଣ୍ଣିଚର ଉପରେ ମଧ୍ୟ ସେ ନିଜ କଳା ପ୍ରଦର୍ଶନ କରି ପାରିଛନ୍ତି। ଚିତ୍ରକଳାର କୌଣସି କୌଶଳ ଶିଖିବାକୁ ମୀନାଙ୍କୁ କେବଳ ଗୋଟିଏ ଦିନ ଲାଗିଥାଏ। ସେ ଭିନ୍ନ ପ୍ରକାରର ହସ୍ତକଳା ଦେଖାଇ ପାରିଛନ୍ତି। ବହୁବର୍ଷ ହେଲା ସେ ଏହି ଚିତ୍ରକଳା କରି ଆସୁଛନ୍ତି। ଏଥିପାଇଁ ଅନେକ ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ ବୋଲି କହିଛନ୍ତି ତାଙ୍କ ବନ୍ଧୁ।

ମୀନାଙ୍କ କି-ହୋଲ୍ଡର, ଫୋଟ ହୋଲ୍ଡର, ୱାଲ ହୋଲ୍ଡର, କି-ବଞ୍ଚ ହ୍ୟାଙ୍ଗର, ୱାଚ ବକ୍ସ ଓ ବୋଟଲ କଳା ହାସଲ କରିଛି ବହୁ ଲୋକପ୍ରିୟତା। ପୂର୍ବରୁ ସେ ଏକାକି ଏହି ସବୁ କାମ କରୁଥିଲେ, ବର୍ତ୍ତମାନ ତାଙ୍କ ବନ୍ଧୁମାନେ ମଧ୍ୟ ଏଥିରେ ସହାୟତା କରୁଛନ୍ତି। ଚିତ୍ରକଳା ପାଇଁ ବିଦେଶରୁ ରଙ୍ଗ ମଗାଉଛନ୍ତି ମୀନା।

ମୀନା ଶାରିରୀକ ଦୁର୍ବଳତାକୁ ଚ୍ୟାଲେଞ୍ଜ କରି କଳାକୁ ଆପଣେଇଛନ୍ତି। ଏଥିପାଇଁ ଆଜି ମହିଳାଙ୍କ ପାଇଁ ସେ ପ୍ରେରଣାର ସ୍ରୋତ। ମୀନାଙ୍କ ଦୃଢ଼ ମନୋବଳ ଆଗରେ ଶରୀରର କଷାଘାତ ବୋଧହୁଏ କିଛି ପ୍ରଭାବ ପକାଇ ପାରିନାହିଁ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ABOUT THE AUTHOR

...view details