ଓଡିଶା

odisha

ISIS ଆତଙ୍କୀ ଓ୍ବେବସାଇଟ ଆକସେସ୍ କରି ହାଇଦ୍ରାବାଦରୁ ଜଣେ ଗିରଫ

By

Published : Apr 2, 2022, 4:07 PM IST

ହାଇଦ୍ରାବାଦରେ ଆତଙ୍କୀ ଓ୍ବେବସାଇଟ ଆକସେସ କରି ଯୁବକ ଗିରଫ । ପଚରା ଉଚରା କରୁଛି ପୋଲିସ । ଅଧିକ ପଢନ୍ତୁ

ଆତଙ୍କୀ ଓ୍ବେସସାଇଟ ଆକସେସ କରି ଯୁବକ ଗିରଫ
ଆତଙ୍କୀ ଓ୍ବେସସାଇଟ ଆକସେସ କରି ଯୁବକ ଗିରଫ

ହାଇଦ୍ରାବାଦ: ନିଷେଧ ଘୋଷଣା କରାଯାଇଥିବା ଆତଙ୍କୀ ସଂଗଠନ ISIS ଓ ଅନ୍ୟ କିଛି ଆତଙ୍କୀ ସଂଗଠନର ଓ୍ବେବସାଇଟ ଆକସେସ କରିବାରୁ ଜଣେ ଯୁବକଙ୍କୁ ଗିରଫ କରିଛି ତେଲେଙ୍ଗାନା ପୋଲିସ । ହାଇଦ୍ରାବାଦର ଓଲ୍ଡ ସିଟିି ଅଞ୍ଚଳରେ ଘଟିଛି ଏହି ଘଟଣା । ଗିରଫ ଯୁବକଜଣଙ୍କ ଆତଙ୍କୀ ସଂଗଠନ isis ର ଓ୍ବେବସାଇଟ ଆକସେସ କରୁଥିବା ସାଇବର ସେଲରୁ ଜଣାପଡିବା ପରେ ପୋଲିସ ଚଢାଉ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି । ତଦନ୍ତ ଦୃଷ୍ଟିରୁ ଗିରଫ ଅଭିଯୁକ୍ତର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନଥିବାବେଳେ ପଚରା ଉଚରା ଜାରି ରହିଛି ।

ଆତଙ୍କୀ ସଂଗଠନମାନେ ନିଜ ଓ୍ବେବସାଇଟ ମାଧ୍ୟମରେ ଯୁବକଙ୍କୁ ସଂଗଠନରେ ସାମିଲ ହେବା ପାଇଁ ବିଭିନ୍ନ ପ୍ରକାର ଉପାୟରେ ପ୍ରଲୋଭିତ କରିଥାନ୍ତି । ଏପରି କାର୍ଯ୍ୟକଳାପ ଉପରେ ସାଇବର ସେଲ ଓ ଗୁଇନ୍ଦା ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯାଇଥାଏ । ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତକୁ ବ୍ୟାପକ କରିଛି ହାଇଦ୍ରାବାଦ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details