ଥିରୁଅନନ୍ତପୁରମ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବ ଲୋକଙ୍କ ଉପରେ ମାଡିଗଲା ମିନି ଭ୍ୟାନ । ଚାଲିଗଲା ନୀରହ ଶିଶୁ ସମେତ ତିନି ଜୀବନ । ଏପରି ଘଟଣା ଦେଖିବାକୁ ମିଳିଛି କେରଳର ଭଝକୁଲମ, ମଦକ୍କାଠନମ୍ର ରାସ୍ତାରେ । ଏକ ପାର୍ସଲ ବୁହା ଗାଡି ତିନି ଜଣଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦେଢ ବର୍ଷର ଶିଶୁ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା ।
ସୂଚନା ଅନୁଯାୟୀ, ସୋମବାର ସକାଳ ୭.୪୫ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ମିନି ପାର୍ସଲ ଭ୍ୟାନ ନିଜ ଭାରସ୍ୟାମ ହରାଇ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡି ଯାଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ଗାଡିଟି ‘ବ୍ଲୁ-ଡାର୍ଟ’ କୋରିୟର କମ୍ପାନୀର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିକୁ ଯବତ କରିଛି ।
ପୋଲିସର ସୂଚନାନୁଯାୟୀ, ମୃତ ବ୍ୟକ୍ତି ହେଉଛନ୍ତି ୩୫ ବର୍ଷିୟ କୁଞ୍ଜରାକ୍କାଟୁର ପ୍ରଜେସ ପାଉଲ, ତାଙ୍କର ଦେଢ ବର୍ଷର ଝିଆ ଅଲନା ଏବଂ ୬୫ ବର୍ଷିାୟା ମେରି । ପ୍ରଜେସ ଏକ ବ୍ୟବସାୟୀ ହୋଇଥିବା ବେଳେ ସେ ନିଜ ଦୋକାନକୁ ନିଜ ଝିଅ ଏବଂ ମେରି ସହ ଯାଉଥିଲେ । ଏହି ସମୟରେ ଏକ ହାଇସ୍ପିଡ ପାର୍ସଲ ବୁହା ଗିଡି ତାଙ୍କ ଉପରେ ମାଡି ଯାଇଥିଲା । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ମେଡିକାଲ ନେବା ସମୟରେ ଅଧା ବାଟରେ ସେମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।