ରାୟପୁର: ଲ୍ୟାଣ୍ଡ୍ମାଇନ ନେଇଯାଇଛି ମାଓବାଦୀଙ୍କ ପ୍ରାଣ । ଛତିଶଗଡରେ ଲ୍ୟାଣ୍ଡ୍ମାଇନ ବିଛାଉଥିବା ବେଳେ ବିସ୍ଫୋରଣ ଘଟିବାରୁ ମାଓପ୍ରବଣ ଉପଖଣ୍ଡ କମିଟି ସଦସ୍ୟର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଘଟଣାର ଏକ ସପ୍ତାହ ପରେ ଉତ୍ତର ବସ୍ତର ଉପଖଣ୍ଡ କମିଟିର ସୁଖଦେବ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଅମ୍ବାବେଡା ଅଞ୍ଚଳର ମାଓବାଦୀ ସୋମଜୀ(ସହଦେବ ବେଡା)ର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ ଫେବୃାରୀରରେ 18ରେ କନାରୀ ନିବାସୀ ସୋମଜୀ ଲ୍ୟାଣ୍ଡମାଇନ ବିଛାଉଥିବା ବେଳେ ତାର ମୃତ୍ୟୁ ହୋଇଛି ।