ଓଡିଶା

odisha

ETV Bharat / bharat

ହନୁମାନ ମନ୍ଦିର ନିର୍ମାଣ ପାଇଁ ଜମି ଦାନ କଲେ ମୁସଲିମ ବ୍ୟକ୍ତି - ବେଙ୍ଗାଲୁରୁ ମୁସଲିମ ହନୁମାନ ମନ୍ଦିର

ବେଙ୍ଗାଲୁରୁର ଗ୍ରାମାଞ୍ଚଳ ହୋସ୍କୋଟେ ଠାରେ ଜଣେ ମୁସଲିମ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ ନିମନ୍ତେ ଲକ୍ଷାଧିକ ଟଙ୍କାର ଭୂମି ଦାନ କରିଛନ୍ତି । ଅଧିକ ପଢନ୍ତୁ...

ଜଣେ ମୁସଲମାନ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ ପାଇଁ ଜମି ଦାନ କରିଛନ୍ତି
ଜଣେ ମୁସଲମାନ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ ପାଇଁ ଜମି ଦାନ

By

Published : Dec 9, 2020, 6:45 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଗ୍ରାମାଞ୍ଚଳ ହୋସ୍କୋଟେ ଠାରେ ଜଣେ ମୁସଲିମ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ ନିମନ୍ତେ ଲକ୍ଷାଧିକ ଟଙ୍କାର ଭୂମି ଦାନ କରିଛନ୍ତି । ସବୁ ଧର୍ମକୁ ସମ୍ମାନ ପୂର୍ବକ ସେ 1.5 ଗୁଣ୍ଠ ଜମି ହନୁମାନ ମନ୍ଦିର ଟ୍ରଷ୍ଟକୁ ଦାନ ଆକାରରେ ଦେଇଛନ୍ତି ।

ଜଣେ ମୁସଲମାନ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ ପାଇଁ ଜମି ଦାନ କରିଛନ୍ତି

ଏଚ୍‌ଏମ୍‌ଜି ବାଷା ଲୋରୀ ଉଦ୍ୟୋଗୀ ଏବଂ ସେ ବାଙ୍ଗାଲୋରର କଡୁଗଡି ଅନ୍ତର୍ଗତ ବେଲାଠୁର କୋଲୋନୀର ବାସିନ୍ଦା । ସେ ବାଙ୍ଗାଲୋର ନିକଟସ୍ଥ ହୋସ୍କୋଟେ ଠାରେ ଥିବା ୱାଲାଗେରେପୁରା-ମାଇଲାପୁରା ନିକଟରେ ତାଙ୍କ 3 ଏକର ଜମି ମଧ୍ୟରୁ 1.5 ଗୁଣ୍ଠ ଜମି ହନୁମାନ ମନ୍ଦିର ପାଇଁ ଦାନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ଜମିର ମାଲିକାନା ଭିରାନ୍‌ଜନ୍ୟା ସ୍ବାମି ସେବା ଟ୍ରଷ୍ଟକୁ ହସ୍ତାନ୍ତର କରିବେ ।

ତିନି ଦଶନ୍ଧି ପୂର୍ବେ ଗୋଟେ ଛୋଟିଆ ମନ୍ଦିରରେ ଅଞ୍ଜନିଆ ସ୍ଥାପିତ ହୋଇଥିଲେ । ଏହି ସ୍ଥାନଟି ବାଷାଙ୍କ 3 ଏକର ଜମି ମଧ୍ୟରେ ରହିଛି । ନିକଟରେ ଗ୍ରାମବାସୀ ମାନେ ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି । ବାଷା ନିଜେ ଏକ କାର୍ଯ୍ୟକ୍ରମରେ 1.5 ଏକର ଜମି ଗ୍ରାମରେ ଥିବା ହିନ୍ଦୁଙ୍କୁ ମନ୍ଦିର ନିର୍ମାଣ ନିମନ୍ତେ ହସ୍ତାନ୍ତର କରିଛନ୍ତି ।

ବାଷା କହିଛନ୍ତି ଯେ, ଆମେ ଧର୍ମ-ଧର୍ମ ମଧ୍ୟରେ ମତଭେଦ ରଖିବା ଉଚିତ ନୁହେଁ । ସବୁ ଧର୍ମକୁ ସମାନ ନଜରରେ ଦେଖିବା ଉଚିତ । ହାଇ ୱେ ପାଖରେ ଥିବା ସେହି ଜମିର ମୂଲ୍ୟ 70 ରୁ 80 ଲକ୍ଷ ହେବ କିନ୍ତୁ ତାଙ୍କର କୌଣସି ଭାଇ ନଥିବାରୁ ଉକ୍ତ ଜମି ଲୋକଙ୍କ ପୂଜା କାର୍ଯ୍ୟରେ ଲାଗୁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details