ଓଡିଶା

odisha

ETV Bharat / bharat

ଗୁଜୁରାଟରେ ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି, ପ୍ରେମ ପାଇଁ ଯୁବକଙ୍କୁ ବୀଭତ୍ସ ହତ୍ୟା - ଗୁଜୁରାଟରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଗୁଜୁରାଟରେ ହାଇଦ୍ରାବାଦ ହତ୍ୟା ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣା ସାମନାକୁ ଆସିଛି । ଅଧିକ ପଢନ୍ତୁ

ଗୁଜୁରାଟରେ ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି, ପ୍ରେମ ପାଇଁ ଯୁବକଙ୍କୁ ବିଭତ୍ସ ହତ୍ୟା
ଗୁଜୁରାଟରେ ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି, ପ୍ରେମ ପାଇଁ ଯୁବକଙ୍କୁ ବିଭତ୍ସ ହତ୍ୟା

By

Published : May 12, 2022, 8:41 PM IST

ଗାନ୍ଧୀନଗର: ଗୁଜୁରାଟରେ ହାଇଦ୍ରାବାଦ ବୀଭତ୍ସ ହତ୍ୟା ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ପ୍ରେମ ପାଇଁ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଯୁବତୀଙ୍କ ପରିବାର । ଗତ କିଛି ଦିନ ପୂର୍ବରୁ ମୁସଲିମ ଧର୍ମର ଯୁବତୀକୁ ପ୍ରେମ କରି ବିବାହ ପରେ ଯୁବତୀର ଭାଇ ପୋଛି ଦେଇଥିଲା ଭଉଣୀର ମଥାର ସିନ୍ଦୂର । ଏଠାରେ ମଧ୍ୟ ସମାନ ଘଟଣା ଘଟିଛି । ଗୁଜୁରାଟର ଜଙ୍ଗଲେଶ୍ବର ରାସ୍ତା ନିକଟରେ ମୁସଲିମ ଯୁବତୀଙ୍କୁ ପ୍ରେମ କରୁଥିବାରୁ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପ୍ରେମ ପାଇଁ ଯୁବକଙ୍କୁ ବିଭତ୍ସ ହତ୍ୟା

୭ ମାସ ଧରି ଥିଲା ସମ୍ପର୍କ:-

ମୃତକ ଯୁବକ ହେଉଛନ୍ତି ବିହାର ନିବାସୀ ମିଥୁନ ଠାକୁର । ସେ ଗୁଜୁରାଟରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ୧୮ ବର୍ଷର ଯୁବତୀ ସୁମିୟା କାଦିୱାରଙ୍କୁ ପ୍ରେମ କରୁଥିଲେ । ଉଭୟ ଜଙ୍ଗଲେଶ୍ବର ମୁଖ୍ୟ ରାସ୍ତା ନିକଟ ରାଧାକ୍ରିଷ୍ଣା ସୋସାଇଟିରେ ରହୁଥିବାବେଳେ ପରସ୍ପରର ଯୋଗାଯୋଗରେ ଆସିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ସେମାନେ ବିବାହ ପାଇଁ ସ୍ଥିର କରିଥିଲେ ।

ଯୁବକଙ୍କୁ ନିର୍ଦ୍ଧୁମ ମାଡ଼:-

ଗତ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ମିଥୁନ ସୁମିୟାଙ୍କ ଫୋନକୁ କଲ୍‌ କରିଥିଲେ । ହେଲେ ସୁମିୟାଙ୍କ ଭାଇ ସାକିର ଫୋନ ଉଠାଇଥିଲେ । ଏହାପରେ ସାକିର ମିଥୁନଙ୍କୁ ଧମକ ଦେଇଥିଲେ ଏବଂ ସୁମିୟାଙ୍କୁ ଯୋଗାଯୋଗ ନ କରିବା ପାଇଁ ଚେତାବନୀ ଦେଇଥିଲେ ।

ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର:-

ମିଥୁନଙ୍କ ପଡୋଶୀ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ସେ ତାଙ୍କୁ ରାଜକୋଟ ସିଭିଲ ହସ୍ପିଟାଲକୁ ନେଇଥିଲେ । ମିଥୁନଙ୍କୁ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବା ଜଣାପଡିବା ପରେ ତାଙ୍କୁ ଅହମ୍ମଦାବାଦ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଗତ ବୁଧବାର ମିଥୁନଙ୍କ ମୃତ୍ୟୁ ଘଟିଛି । ସୁମିୟାଙ୍କ ଭାଇ ସାକିର ମିଥୁନଙ୍କୁ ମାଡ଼ ମାରିବା ପରେ ଏପରି ଘଟିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ହାଇଦ୍ରାବାଦରେ ବିଭତ୍ସ ହତ୍ୟା, ଭାଇ ପୋଛି ଦେଲା ଭଉଣୀ ମଥା ସିନ୍ଦୁର

ସୁମିୟାଙ୍କ ଅବସ୍ଥା ଗୁରୁତର:-

ମିଥୁନଙ୍କ ମୃତ୍ୟୁର ଖବର ପାଇବା ପରେ ସୁମିୟା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ଧାରୁଆ ଅସ୍ତ୍ର ସାହାଯ୍ୟରେ ହାତକୁ କାଟିଥିବା ଜଣାପଡ଼ିଛି । ତେବେ ସୁମିୟାଙ୍କୁ ହସ୍ପିଟାଲକୁ ଆଣିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି ।

ସାକିରଙ୍କ ସହ ଜଣେ ଗିରଫ:-

ସୁମିୟାଙ୍କ ମାଆ ଏକ ଘରୋଇ ସଂସ୍ଥାରେ କାମ କରୁଥିବାବେଳେ ତାଙ୍କ ପିତାମାତା ଛାଡ଼ପତ୍ର ଦେଇ ଅଲଗା ରହୁଛନ୍ତି । ସେପଟେ ମିଥୁନ ଓ ତାଙ୍କ ପିତା ଉଭୟ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ମିଥୁନଙ୍କ ପିତାଙ୍କ ଅଭିଯୋଗ ମୁତାବକ ପୋଲିସ ସାକିର ଓ ଜଣେ ସହଯୋଗୀକୁ ଗିରଫ କରିଛି । ତେବେ ଏ ନେଇ ଭକ୍ତିନଗର ପୋଲିସ ଷ୍ଟେସନ ଇନ୍ସପେକ୍ଟର ଏଲ.ଏଲ ଚାଭଦା କହିଛନ୍ତି ।

ABOUT THE AUTHOR

...view details