ଓଡିଶା

odisha

ETV Bharat / bharat

ଔରଙ୍ଗାବାଦରେ ମୋବାଇଲ ଟାୱାର ଚୋରି, ଚୋରକୁ ଖୋଜୁଛି ପୋଲିସ - ମୋବାଇଲ ଟାୱାର ଚୋରି

ଚୋରକୁ ଖୋଜୁଛି ପୋଲିସ । ଚୋର ଏମିତି ସେମିତି ଚୋର ନୁହେଁ । ଔରଙ୍ଗାବାଦରେ ମୋବାଇଲ ଟାୱାର ଚୋରି କରିଛି ଚୋର । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

A Mobile tower has been stolen in Aurangabad Maharashtra FIR Registered
ଔରଙ୍ଗାବାଦରେ ମୋବାଇଲ ଟାୱାର ଚୋରି, ଚୋରକୁ ଖୋଜୁଛି ପୋଲିସ

By

Published : Nov 11, 2022, 9:37 PM IST

ମୁମ୍ବାଇ: ବିଭିନ୍ନ ପ୍ରକାର ଚୋରି କଥା ଆପଣ ଶୁଣିଥିବେ । ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଚୋରି ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକ ମୋବାଇଲ ଟାୱାର ଚୋରି ହୋଇଛି । ଔରଙ୍ଗାବାଦ ଜିଲ୍ଲାର ୱଲାଜ ଅଞ୍ଚଳରେ ଏଭଳି ଅଭିଯୋଗ ହୋଇଛି । ଏହାକୁ ନେଇ ପୋଲିସ ଅଭିଯୋଗ ନରଖିବା ପରେ ଅଭିଯୋଗକାରୀ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

କୋର୍ଟଙ୍କ ଦ୍ବାରସ୍ଥ ହେବାପରେ ୱଲାଜ ଥାନାରେ ଏହାକୁ ନେଇ ମାମଲା ରୁଜୁ ହୋଇଛି । GTL ଇନ୍‌ଫ୍ରାଷ୍ଟ୍ରକ୍ଚର ନାମକ ଏକ କମ୍ପାନୀ ମୋବାଇଲ ଟାୱାର ନିର୍ମାଣ ଓ ଏହାର ମଣ୍ଟେନାନ୍ସ କାର୍ଯ୍ୟ କରୁଛି । ୨୦୦୯ରେ ଅରବିନ୍ଦ ଜଜ୍‌ ନାମକ ବ୍ୟକ୍ତି ୱଲାଜରେ ଟାୱାର ବସାଇବା ପାଇଁ ଏକ ଜାଗା ଲିଜ୍‌ରେ ନେଇଥିଲେ । କେ ସେକ୍ଟର ଅଞ୍ଚଳରେ ଏହି ଜାଗାକୁ ସେ ଦଶ ବର୍ଷ ପାଇଁ ଲିଜ୍‌ରେ ନେଇଥିଲେ । ଏଥିପାଇଁ ମାସିକ ୯୫୦୦ ଟଙ୍କା ଭଡ଼ା ସୂତ୍ରରେ ଦେବାକୁ ସେ ସ୍ଥିର କରିଥିଲେ । ୨୦୧୮ରେ ଏହି ଟାୱାର ସେବା ବନ୍ଦ ହୋଇଗଲା । କିନ୍ତୁ ଏଥିପ୍ରତି କମ୍ପାନୀ ଦୃଷ୍ଟି ଦେଇନଥିଲା ।

ଏହାପରେ ବର୍ତ୍ତମାନ ଅମର ଲାହତ ନାମ ବ୍ୟକ୍ତି କମ୍ପାନୀର ନୂଆ ପ୍ରତିନିଧି ଭାବରେ ଏଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଯାଞ୍ଚ ବେଳେ ଜଣା ପଡ଼ିଛି ଯେ, ଏଠାରେ ଟାୱାର ହିଁ ନାହିଁ । ଏହାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ । ଟାୱାର ବସାଇବା ସମୟରେ ଏଠାରେ ଜେନେରେଟର, ଅନ୍ୟ ସିଷ୍ଟମ ଲଗାଯାଇଥିଲା । କିନ୍ତୁ ଏ ସବୁ କିଛି ବର୍ତ୍ତମାନ ଦେଖିବାକୁ ମିଳିନାହିଁ । ୨୦୧୯ରେ କଣ୍ଟ୍ରାକ୍ଟ ବନ୍ଦ ହୋଇଥିବା କଥା କହିଛି କମ୍ପାନୀ ।

ବର୍ତ୍ତମାନ ଏହାକ ନେଇ ଅଭିଯୋଗ ହୋଇଛି । ଟାୱାର ଓ ଚୋରି ହୋଇଥିବା ଅନ୍ୟ ଜିନିଷର ମୂଲ୍ୟ ୩୪ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପୋଲିସ ଅଭିଯୋଗ ନରଖିବାରୁ କମ୍ପାନୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details