ଓଡିଶା

odisha

ETV Bharat / bharat

ଷ୍ଟେସନରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ, 7 ଗିରଫ - ପୁଣେ ନାବାଳିକା ଗଣଦୁଷ୍କର୍ମ

ପୁଣେ ରେଳ ଷ୍ଟେସନରୁ ଜଣେ 13 ବର୍ଷୀୟ ନାବାଳିକାକୁ ଅପହରଣ ପରେ ସାତ ଜଣ ତା' ସହିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପୁଣେରେ ନାବାଳିକା ସହ ଗଣଦୁଷ୍କର୍ମ, 7 ଅଭିଯୁକ୍ତ ଗିରଫ
ପୁଣେରେ ନାବାଳିକା ସହ ଗଣଦୁଷ୍କର୍ମ, 7 ଅଭିଯୁକ୍ତ ଗିରଫ

By

Published : Sep 6, 2021, 6:26 PM IST

ପୁଣେ: ମହାରାଷ୍ଟ୍ରର ପୁଣେରେ ନାବାଳିକା ସହ ଗଣଦୁଷ୍କର୍ମ । ପୁଣେ ରେଳ ଷ୍ଟେସନରୁ ଜଣେ 13 ବର୍ଷୀୟ ଝିଅକୁ ଅପହରଣ ପରେ ସାତ ଜଣ ତା' ସହିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ରେଳ କର୍ମଚାରୀ, ଜଣେ ରିକ୍ସା ଚାଳକ ଏବଂ ଅନ୍ୟମାନେ ସାମିଲ ଅଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ୱାନୱାଡି ପୋଲିସ ଏକ ମାମଲା ରୁଜୁ କରି 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅଗଷ୍ଟ 31 ଓ ସେପ୍ଟେମ୍ବର 1 ମଧ୍ୟରେ ଏହି ଘଟଣା ଘଟିଥିଲା ​​| 31 ଅଗଷ୍ଟ ରାତିରେ ପୀଡିତା ନିଜ ଗାଁକୁ ଯିବା ପାଇଁ ରେଳ ଷ୍ଟେସନକୁ ଆସୁଥିଲେ । ଏତେ ବିଳମ୍ବିତ ରାତିରେ ଟ୍ୟାକ୍ସି ନ ମିଳିବା କହି ଅଟୋ ରିକ୍ସାରେ ଆସିବାକୁ କହିଥିଲେ ଅଭିଯୁକ୍ତ । ରେଳ ଷ୍ଟେସନ ବଦଳରେ ସେମାନେ ନାବାଳିକା ଜଣଙ୍କୁ ଅପହରଣ କରି ୱାନୱାଡି ଅଞ୍ଚଳକୁ ନେଇ ଗଣଦୁଷ୍କର୍ମ କରିଥିଲେ ।

ପରଦିନ ମଧ୍ୟ ଅଭିଯୁକ୍ତମାନେ ନାବାଳିକା ସହ ଗଣଦୁଷ୍କର୍ମ କରିଥିଲେ। ରବିବାର ଏହି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ୱାନୱାଡି ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ରେଳ କର୍ମଚାରୀ ଏବଂ କିଛି ରିକ୍ସା ଚାଳକ ଅଛନ୍ତି।

ABOUT THE AUTHOR

...view details