ନୂଆଦିଲ୍ଲୀ:ମହାମାରୀ କୋରୋନା ଭାଇରସକୁ ମାତ ଦେବା ପାଇଁ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ପାଲଟିଛି ସଞ୍ଜୀବନି । କୋଭିସିଲ୍ଡ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଦର ପୁନାଓ୍ବାଲାଙ୍କ ଉପରେ ଅଧିକ ଚାପ ରହିଛି । ଦେଶର କିଛି ବଡ଼ବଡ଼ ଲୋକଙ୍କଠାରୁ ତାଙ୍କ ନିକଟକୁ ଧମକପୂର୍ଣ୍ଣ ଫୋନ ଆସିବା ପରେ ବର୍ତ୍ତମାନ ସେ ଲଣ୍ଡନରେ ରହିଛନ୍ତି । ତେବେ ଏହାକୁ ନେଇ ଟ୍ବିଟରରେ ମିିମସ୍ ଟ୍ରେଣ୍ଡିଂରେ ରହିଛି ।
ଆଦାର ପୁନାବାଲାଙ୍କ ଉପରେ ରହିଥିବା ଚାପକୁ ନେଇ ଏହି ମିମ ଭାଇରାଲ ହେବାକୁ ଲାଗିଛି । ଜଣେ ଟ୍ବିଟର ୟୁଜର ପୁନାଓ୍ବାଲାଙ୍କୁ ନେଇ ଲେଖିଛନ୍ତି, "ଯଦି ଅଦର ପୁନାଓ୍ବାଲା ମୁମ୍ବାଇ ଆସି ଏକ ସାଧାରଣ ଜୀବନଯାପନ କରିବେ ତେବେ ତାଙ୍କ ନାମ ହେବ ଦାଦର ପୁନାଓ୍ବାଲା ।" ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଛି । ବର୍ତ୍ତମାନ ଟ୍ବିଟର ୟୁଜର ଏଭଳି କିଛି ଟ୍ବିଟ କରିବା ଆରମ୍ଭ କରିଛନ୍ତି ।
ପୁଣି ଥରେ ଜଣେ ଟ୍ବିଟର ୟୁଜର ଲେଖିଛନ୍ତି, ଯଦି ଅଦାର ପୁନାଓ୍ବାଲାଙ୍କ ଜଣେ ଜାଆଁଳା ଭାଇ ଥାଆନ୍ତା ତେବେ ତାଙ୍କ ନାମ ହୋଇଥାନ୍ତା other poonawala ।
ସେହିଭଳି ଜଣେ ଟ୍ବିଟର ୟୁଜର ଏକ ମଜାଳିଆ ଫଟୋ ସେୟାର କରି କେଉଁଭଳି ଭାବରେ ଅଦାର ପୁନାଓ୍ବାଲାଙ୍କ ଉପରେ କୋଭିସିଲ୍ଡ ପାଇଁ ଅଧିକ ଚାପ ରହିଛି ତାହା ଦେଖାଇବାକୁ ଚେଷ୍ଟା କରିଛନ୍ତି ।
ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଯଦି ପୁନାଓ୍ବାଲା କୌଣସି ଟ୍ୟୁବୱେଲ ଭାଙ୍ଗିଥାନ୍ତା ତାଙ୍କ ନାମ ଗଦର ପୁନାୱାଲା ହୋଇଥାନ୍ତା ।