ଓଡିଶା

odisha

ETV Bharat / bharat

ଫ୍ୟାନ୍ସି ନମ୍ବର ପ୍ଲେଟ କ୍ରେଜ: ଗାଡି ୭୧ ହଜାର, ନମ୍ବର ପ୍ଲେଟ୍ ୧୫ ଲକ୍ଷ - ପନ୍ଦର ଲକ୍ଷରେ କିଣିଲେ ଫ୍ୟାନ୍ସି ନମ୍ବର

ଗାଡିର ଭିଆଇପି ନମ୍ବର ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଲଗା ପ୍ରକାରର କ୍ରେଜ । ତେବେ ଏହି ଭିଆଇପି ତଥା ଫ୍ୟାନ୍ସି ନମ୍ବର ପାଇବା ଲାଗି ଲୋକମାନେ ମନଇଚ୍ଛା ମୂଲ୍ୟ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ରହୁଥିବା ଜଣାପଡିଛି । ଏହିଭଳି ଏକ ଘଟଣା ହରିୟାଣା ଚଣ୍ଡିଗଡରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଫ୍ୟାନ୍ସି ନମ୍ବର ପ୍ଲେଟ କ୍ରେଜ, ୧୫.୪୪ ଲକ୍ଷ ଟଙ୍କା ଖର୍ଚ୍ଚରେ କିଣିଲେ ନମ୍ବର
ଫ୍ୟାନ୍ସି ନମ୍ବର ପ୍ଲେଟ କ୍ରେଜ, ୧୫.୪୪ ଲକ୍ଷ ଟଙ୍କା ଖର୍ଚ୍ଚରେ କିଣିଲେ ନମ୍ବର

By

Published : Apr 20, 2022, 7:41 PM IST

ଚଣ୍ଡିଗଡ:ଗାଡିର ଭିଆଇପି ନମ୍ବର ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଲଗା ପ୍ରକାରର କ୍ରେଜ । ତେବେ ଏହି ଭିଆଇପି ତଥା ଫ୍ୟାନ୍ସି ନମ୍ବର ପାଇବା ଲାଗି ଲୋକମାନେ ମନଇଚ୍ଛା ମୂଲ୍ୟ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ରହୁଥିବା ଜଣାପଡିଛି । ଏହିଭଳି ଏକ ଘଟଣା ହରିୟାଣା ଚଣ୍ଡିଗଡରେ ଦେଖିବାକୁ ମିଳିଛି ।

ଚଣ୍ଡିଗଡରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ହୋଣ୍ଡା ଆକ୍ଟିଭା ସ୍କୁଟିର ମୂଲ୍ୟ ୭୧ ହଜାର ଟଙ୍କା ହୋଇଥିବାବେଳେ ଭିଆଇପି ନମ୍ବର ପ୍ଲେଟ୍‌ ପାଇବା ପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଏହି ୪୨ ବର୍ଷୀୟ ବ୍ରିଜ ମୋହନଙ୍କର ଏକ ବିଜ୍ଞାପନ ବ୍ୟବସାୟ ରହିଥିବାବେଳେ ସେ ଚଣ୍ଡିଗଡର ସେକ୍ଟର-୨୩ରେ ରହୁଛନ୍ତି । ମାତ୍ର ଚଣ୍ଡିଗଡରେ ପଞ୍ଜୀକରଣ ଏବଂ ଲାଇସେନ୍ସ ଅଥରିଟି ଦ୍ୱାରା ଆୟୋଜିତ ଏକ ନିଲାମରେ ବ୍ରିଜ ମୋହନ ନିକଟରେ ଏକ ଫ୍ୟାନ୍ସି ନମ୍ବର ପ୍ଲେଟ୍ ହାସଲ କରିଛନ୍ତି ।

ସେହିପରି ଗାଡି ନମ୍ବର CH01-CJ-0001 ପାଇବା ପାଇଁ ସେ ୧୫.୪୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏପଟେ ସେ ପାଇଥିବା ଏହି ଫ୍ୟାନ୍ସି ନମ୍ବର ପ୍ଲେଟ ତାଙ୍କ ଆକ୍ଟିଭା ସ୍କୁଟିରେ ସବୁଦିନ ପାଇଁ ରହିବ ନାହିଁ ବୋଲି କହିଛନ୍ତି । ପରବର୍ତ୍ତୀ ସମୟରେ ସେ ଏହାକୁ ନିଜ କାରରେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି ବୋଲି ମୋହନ କହିଛନ୍ତି । ତେବେ ଆରମ୍ଭରେ ଏହା ତାଙ୍କ ସ୍କୁଟିରେ ଲାଗିବ ବୋଲି ସେ କହିଛନ୍ତି ।

ସେହିଭଳି ମୋହନ କହିଛନ୍ତି ଯେ, ମୁଁ ଆକ୍ଟିଭା ପାଇଁ ନମ୍ବର ବ୍ୟବହାର କରିବି, ଯାହା ମୁଁ ବର୍ତ୍ତମାନ କିଣିଛି । ହେଲେ ଶେଷରେ ମୁଁ ଏହାକୁ କାର ପାଇଁ ବ୍ୟବହାର କରିବି ବୋଲି ମୋହନ କହିଛନ୍ତି । ତେବେ ମୋହନ କିଣିଥିବା ନମ୍ବର ପ୍ଲେଟ୍ ନୂତନ ସିରିଜ୍ CH01-CJ ପାଇଁ ବିଭିନ୍ନ ଫ୍ୟାନ୍ସି ଗାଡି ନମ୍ବର ନିଲାମର ଏକ ଅଂଶ ବୋଲି ଜଣାପଡିଛି । ଏଥିସହ ନିଲାମ ପ୍ରକ୍ରିୟା ଅପ୍ରେଲ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ କରାଯାଇଥିଲା ।

ଅନ୍ୟପଟେ ଚଣ୍ଡିଗଡ ଲାଇସେନ୍ସ ପ୍ରାଧିକରଣର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୩୭୮ ଫ୍ୟାନ୍ସି ନମ୍ବର ପ୍ଲେଟ୍ ନିଲାମ କରାଯାଇଥିଲା । ଏହି ନିଲାମରୁ ସମୁଦାୟ ୧.୫ କୋଟି ଟଙ୍କା ମିଳିଛି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details