ହାଇଦ୍ରାବାଦ:ଦେଶରେ ଅହେତୁକ ପେଟ୍ରୋଲ ଦର ବୃଦ୍ଧି ଗ୍ରାହକଙ୍କୁ କରିଛି ଅସ୍ତବ୍ୟସ୍ତ । ଏହା ବିରୋଧରେ ଚାଲିଛି ଆନ୍ଦୋଳନ । କିନ୍ତୁ ଏପଟେ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଜଣେ ଯୁବକ ଙ୍କ ଅନେକ ଦିନର ସ୍ବପ୍ନ ପୂରଣ ହୋଇଛି । ସେ ନିଜର ବାଇକ୍କୁ ବିକ୍ରି କରି ଗୋଟିଏ ଘୋଡ଼ା କିଣିଛନ୍ତି । ଆଉ ସେହି ଘୋଡ଼ା ଦ୍ବାରା କରୁଛନ୍ତି ଯାତାୟାତ । ଏଭଳି ଘଟଣା ତେଲେଙ୍ଗାନାର ଗଡ଼ୱାଲା ଜିଲ୍ଲାର ମୁଲକାଲାପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ।
ନରସିଂହା ଜୀବନରେ ଗୋଟିଏ ଥର ପାଇଁ ଘୋଡ଼ା ଚଢିବାକୁ ସ୍ବପ୍ନ ଦେଖିଥିଲେ । କିନ୍ତୁ ସେ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ ସାମର୍ଥ ନଥିଲେ । ଏହାପରେ ସେ EMI ଦେଇ ଗୋଟିଏ ମୋଟର ସାଇକେଲ କିଣିଥିଲେ । କିନ୍ତୁ ଦେଶରେ ପେଟ୍ରୋଲ ଦର ଅହେତୁକ ବୃଦ୍ଧି ହେବା ଫଳରେ ଶେଷରେ ନିଜ ବାଇକକୁ ବିକ୍ରି କରି ଗୋଟିଏ ଘୋଡ଼ା କିଣି ନିଜର ସ୍ବପ୍ନ ପୂରଣ କରିଛନ୍ତି ଏହି ଯୁବକ । ସେ ଘୋଡ଼ା ସାହାଯ୍ୟରେ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରୁଛନ୍ତି । ବାଇକରେ ପେଟ୍ରୋଲ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥରେ ସେ ଘୋଡ଼ାର ରକ୍ଷାଣବେକ୍ଷଣ କରିପାରୁଛନ୍ତି ।