ଭୋପାଳ: ପିତ୍ତଳ ପ୍ଲେଟରେ ଚିତ୍ର ଖୋଦେଇ ହେଉ ବା ମୂର୍ତ୍ତି ତିଆରି, ଏହି ହସ୍ତଶିଳ୍ପରେ ଚମ୍ବା କାରୀଗରଙ୍କ କୌଣସି ତୁଳନା ନାହିଁ। କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଚମ୍ବା ହସ୍ତଶିଳ୍ପର ଚାହିଦା ରହିଛି । ଏଠାକାର ହସ୍ତଶିଳ୍ପକାରଙ୍କ ହାତରେ ଯାଦୁ ଥିବା ଭଳି ମନେ ହୁଏ । ଯେକୌଣସି ଚିତ୍ରକୁ ଦେଖି ଅବିକଳ ଚିତ୍ର ଖୋଦେଇ କରି ଦେଇ ପାରନ୍ତି ଏହି କାରିଗର । 84 ବର୍ଷୀୟ ପ୍ରକାଶ ଚାନ୍ଦ ପିତ୍ତଳ ଥାଳିରେ ଏହି ଖୋଦେଇ ଚିତ୍ର କଳା ପ୍ରଥମେ ଆରମ୍ଭ କରିଥିଲେ। ଯେଉଁଥିପାଇଁ ସେ ରାଷ୍ଟ୍ରପତିଙ୍କ ନିକଟରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ବୟସର ଅପରାହ୍ନରେ ତାଙ୍କ କାରିଗରୀ ହାତ ଯେପରି ଥକି ପଡ଼ିଛି।
11 ବର୍ଷ ବୟସ ବେଳେ ଏହି କାମ ଆରମ୍ଭ କରିଥିଲେ ପ୍ରକାଶ ଚାନ୍ଦ। ପିତ୍ତଳ ପ୍ଲେଟରେ ଖୋଦେଇ କାରିଗରୀ ପାଇଁ ସେ ସାରା ଦେଶରେ ସମ୍ମାନ ଲାଭ କରିଛନ୍ତି । ଜୀବନର ପରିଣତ ବୟସରେ ଏହି କଳାକୁ ନେଇ ତାଙ୍କ ପାଖରେ ରହିଛି କେବଳ ସ୍ମୃତି ଓ ସ୍ମୃତି। ଗୋଟିଏ ସମୟରେ ସେ ପିତ୍ତଳ ପ୍ଲେଟ କାରିଗରରେ ସିଦ୍ଧହସ୍ତ ଥିଲେ। ସବୁ ପ୍ରକାର ମୂର୍ତ୍ତି ସେ ଗଢ଼ି ପାରୁଥିଲେ। ତାଙ୍କ ହାତ ତିଆରି ମୂର୍ତ୍ତି ପୂର୍ବ ରାଷ୍ଟ୍ରପତିଙ୍କଠାରୁ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ମନ ମୋହିଛି। 1974ରେ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଛି । ଏହାପରେ ମଧ୍ୟପ୍ରଦେଶର ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛି।
ପ୍ରକାଶ ଚାନ୍ଦଙ୍କ ପର ପିଢ଼ି ବର୍ତ୍ତମାନ ଏହି ପ୍ଲେଟ ଖୋଦେଇ କଳାର ସମ୍ଭାର ଦ୍ବାୟିତ୍ବ ନେଇଛନ୍ତି । ଏହି କାରିଗରୀକୁ ଅତି ଦାୟିତ୍ବର ସହ ଆଗକୁ ବଢ଼ାଉଛନ୍ତି ତାଙ୍କ ପୁଅ ଓ ନାତି । ଆଜି ତାଙ୍କ ହାତ ତିଆରି ମୂର୍ତ୍ତି ଓ ଚିତ୍ରିତ ପିତ୍ତଳ ପ୍ଲେଟର ଚାହିଦା ଦେଶ ବିଦେଶରେ ରହିଛି । ବାହାଘର ଜନ୍ମଦିନ ଭଳି ଉତ୍ସବରେ ଲୋକେ ଏହାକୁ ଉପହାର ସଦୃଶ କିଣି ନେଉଛନ୍ତି।
ଆଜିକୁ 50 ବର୍ଷ ତଳେ ପ୍ରକାଶ ଚାନ୍ଦ ଏହି କାମ ଆରମ୍ଭ କରିଥିଲେ । ଅଦ୍ଭୁଦ କାରିଗରୀର ଉଦାହରଣ ହେଉଛନ୍ତି ଚମ୍ବା କାରୀଗର। ଯେଉଁ କୌଣସି ଫଟୋ ବା ଚିତ୍ରକୁ ଥାଳିରେ ଆଙ୍କି ଦିଅନ୍ତି ଏହି କାରିଗର। କିନ୍ତୁ ଏହି ଖୋଦେଇ କାର୍ଯ୍ୟ ପାଇଁ ସମୟ ଲାଗିଥାଏ । ଥାଳିରେ ଜଣଙ୍କ ଚେହେରା ଆଙ୍କିବାକୁ ପ୍ରାୟ ଲାଗିଯାଏ 3ରୁ 4ଦିନ ସମୟ। ପ୍ରକାଶ ଚାନ୍ଦ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ହିମାଚଳର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ବିଭିନ୍ନ ହସ୍ତିଙ୍କ ଚେହେରା ପିତ୍ତଳରେ ପ୍ଲେଟରେ ଆଙ୍କି ସେମାନଙ୍କୁ ଉପହାର ଦେଇଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିତ୍ର ଆଙ୍କି ତାଙ୍କୁ ଉପହାର ଦେବାକୁ ଲକ୍ଷ୍ୟ ରଖିଛନ୍ତି ତାଙ୍କ ନାତି।