ଓଡିଶା

odisha

ETV Bharat / bharat

ଗୋଟିଏ ସ୍ବାମୀର ୭ ସ୍ତ୍ରୀ, ମିଛ ଛାଡପତ୍ର ଦେଖାଇ କରୁଥିଲା ବିବାହ - ମିଛ ଛାଡପତ୍ର ଦେଖାଇ ୭ ଜଣଙ୍କୁ ବିବାହ

ମିଛ ଛାଡପତ୍ର ପ୍ରମାଣପତ୍ର ଦେଖାଇ ୭ ଜଣଙ୍କୁ ବିବାହ କଲା ଯୁବକ । ସମସ୍ତଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇ ଚମ୍ପଟ ମାରିଲା । ପଢନ୍ତୁ ପୁରା ଘଟଣା

ଗୋଟିଏ ସ୍ବାମୀର ୭ ସ୍ତ୍ରୀ, ମିଛ ଛାଡପତ୍ର ଦେଖାଇ କରିଥିଲେ ବିବାହ
ଗୋଟିଏ ସ୍ବାମୀର ୭ ସ୍ତ୍ରୀ, ମିଛ ଛାଡପତ୍ର ଦେଖାଇ କରିଥିଲେ ବିବାହ

By

Published : Jul 14, 2022, 1:09 PM IST

ହାଇଦ୍ରାବାଦ: ତେଲେଙ୍ଗାନାରୁ ସମସ୍ତଙ୍କୁ ତାଜୁବ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଟଙ୍କା ଲୋଭରେ ମିଛ ଛାଡପତ୍ର ପ୍ରମାଣପତ୍ର ଦେଖାଇ ୭ ଜଣ ମହିଳାଙ୍କ ସହ ବିବାହ କରିଛନ୍ତି । ଏହି ଅଭିଯୁକ୍ତ କେବଳ ଧନୀ ଓ ଉଚ୍ଚଶିକ୍ଷିତା ମହିଳାମାନଙ୍କୁ ଟାର୍ଗେଟ କରୁଥିଲା । ବିବାହ କରିବା ପରେ ବିଭିନ୍ନ ଆଳରେ ଲକ୍ଷାଧିକ ଟଙ୍କା ଠକି ନେଇ ଚମ୍ପଟ ମାରୁଥିଲା ଏବଂ ପୁଣି ଅନ୍ୟତ୍ର ବିବାହ କରୁଥିଲା । ଏହିପରି ଗୋଟିଏ ପରେ ଗୋଟିଏ ସେ ୭ ଜଣଙ୍କୁ ବିବାହ କରିଥିଲା । ବଡକଥା ହେଉଛି, ଅଭିଯୁକ୍ତ ଯୁବକ ଗୋଟିଏ କଲୋନୀରେ ନିଜର ୩ ଜଣ ସ୍ତ୍ରୀଙ୍କ ସହ ରହୁଥିଲେ ମଧ୍ୟ କେହି ବି ଏହାର ସୁରାକ୍ ପାଇନଥିଲେ । କିନ୍ତୁ ସେ ଦ୍ବିତୀୟ ବିବାହ କରିଥିବା ମହିଳା ଠକେଇ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଛି ।

ସୂଚନା ଅନୁସାରେ, ଅଭିଯୁକ୍ତର ନାମ ହେଉଛି ଅଡପା ଶିବଶଙ୍କର ବାବୁ । ତା'ର ଘର ଗୁଣ୍ଟୁର ଜିଲ୍ଲାରେ । ସେ ଇଞ୍ଜିନିୟରିଂ କରିଥିବାବେଳେ ସମସ୍ତଙ୍କ ସାମ୍ନାରେ ନିଜକୁ ଏକ ଆଇଟି କମ୍ପାନୀର କର୍ମଚାରୀ ଭାବେ ଦର୍ଶାଉ ଥିଲା । ଏପରିକି ମାସିକ ୨ ଲକ୍ଷ ଟଙ୍କା ଦରମା ପାଉଥିବାର ପେ ସ୍ଲିପ୍ ମଧ୍ୟ ଦେଖାଉଥିଲା । ୨୦୧୮ରେ ଅଡପା ଶିବଶଙ୍କର ନିଜ ଗାଁରେ ପ୍ରଥମ ବିବାହ କରିଥିଲା । ଏହାପରେ ମାଟ୍ରିମନି ସାଇଟରେ ଆଉ ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହର ପ୍ରସ୍ତାବ ଦେଇଥିଲା । ପୂର୍ବରୁ ତା'ର ବିବାହ ବିଚ୍ଛେଦ ହୋଇଯାଇଥିବା କଥା ମଧ୍ୟ ଜଣାଇଥିଲା । ଏଥିରେ ମହିଳାଙ୍କ ପରିବାର ବିଶ୍ବାସ କରି ଲକ୍ଷାଧିକ ଟଙ୍କା ଯୌତୁକ ଦେଇ ତା' ସହ ନିଜ ଝିଅର ବିବାହ କରାଇଥିଲେ । ଏହାର କିଛି ଦିନ ପରେ କମ୍ପାନୀ ତାଙ୍କୁ ପ୍ରୋଜେକ୍ଟ କାମରେ ଆମେରିକା ପଠାଉଥିବା କହି ଦ୍ବିତୀୟ ସ୍ତ୍ରୀ ଏବଂ ଶ୍ବଶୁର ଘରୁ ଲକ୍ଷାଧିକ ଟଙ୍କା ନେଇଥିଲା ଅଭିଯୁକ୍ତ । ପରେ କମ୍ପାନୀ ଆମେରିକା ଟ୍ରିପ୍‌କୁ ଘୁଞ୍ଚାଇ ଦେଇଛି ବୋଲି କହି କିଛି ଦିନ ପରେ ଟଙ୍କା ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଟଙ୍କା ନେଇ ଆଉ ଧରାଛୁଆଁ ନ ଦେବାରୁ ମହିଳା ଜଣକ ମେଦକ ଜିଲ୍ଲାର ରାମଚନ୍ଦ୍ରପୁରମ ଥାନାରେ ଅଭିଯୋଗ କରିଥିଲେ ।

ଏନେଇ ପୋଲିସ ଅଭିଯୁକ୍ତ ଅଡପା ଶିବଶଙ୍କର ବାବୁକୁ ସମନ ଜାରି କରିବା ସେ ଆଉ ଜଣେ ମହିଳାଙ୍କ ସହ ଥାନାରେ ପହଞ୍ଚି ଥିଲା । ଉକ୍ତ ମହିଳାଙ୍କୁ ନିଜ ପତ୍ନୀ ବୋଲି ପରିଚୟ ଦେଇ ଟଙ୍କା ଫେରସ୍ତ କରିଦେବ ବୋଲି କହିଥିଲା । କିନ୍ତୁ ଅଭିଯୋଗକାରୀ ଏବଂ ଅଭିଯୁକ୍ତ ସହ ଆସିଥିବା ମହିଳା ପରସ୍ପର ସହ କଥା ହେବା ପରେ ସତ ଘଟଣା ପଦାକୁ ଆସିଥିଲା । ଅଭିଯୁକ୍ତ ଦୁହିଁଙ୍କୁ ସମାନ କଥା କହି ବିବାହ କରିଥିବା ଏବଂ ଠକି ଥିବାର ସେମାନେ ଜାଣିବାକୁ ପାଇଥିଲେ । ଏହାପରେ ଦ୍ବିତୀୟ ମହିଳା ନିଜ ସାନଭାଇକୁ ଅଭିଯୁକ୍ତ ପଛରେ ଲଗାଇଥିଲେ । ଯାହାପରେ ଜଣାପଡିଥିଲା ଯେ, ସେ ଗୋଟିଏ କଲୋନୀରେ ତିନି ଜଣ ମହିଳାଙ୍କ ସହ ରହୁଛି । ଅଧିକ ଖୋଳତାଡ ପରେ ଅଭିଯୁକ୍ତ ୭ ଜଣଙ୍କୁ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ୨୦୧୮ରେ ପ୍ରଥମ ବିବାହ କରିବା ପରେ ଏହାବାଦ୍ ଗୋଟିଏ ପରେ ଗୋଟିଏ ୭ ଜଣଙ୍କୁ ବିବାହ କରିଥିଲା । ଶେଷରେ ଗତ ଏପ୍ରିଲରେ ସେ ଆଉ ଜଣେ ଝିଅ ସହ ଫେରାର୍ ହୋଇଯାଇଥିଲା । ଏନେଇ ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି । ପୋଲିସ ତାଙ୍କୁ ଧରିବା ପାଇଁ ଖୋଜାଖୋଜି ଚଳାଇଛି ।

ABOUT THE AUTHOR

...view details