ଓଡିଶା

odisha

ETV Bharat / bharat

ପୋଲିସ ହାତରୁ ଖସିବା ପାଇଁ ରଚିଲା ନିଜ ମୃତ୍ୟୁର ଷଡ଼ଯନ୍ତ୍ର - ଫିଲ୍ମ ଷ୍ଟାଇଲରେ ନିଜ ମୃତ୍ୟୁର ନାଟକ ରଚିଲା

ନିଜ ମୃତ୍ୟୁର ଷଡ଼ଷନ୍ତ୍ର ରଚିଲା ଅପରାଧୀ । ନିଜଭଳି ଦେଖା ଯାଉଥିବା ବ୍ୟକ୍ତିକୁ ହତ୍ୟା କଲା । ଏହାପରେ ମୃତଦେହ ନିକଟରେ ନିଜର ପରିଚୟ ଛାଡି ଫେରାର ହୋଇ ଯାଇଥିଲା । ପୋଲିସ ଠାରୁ ବର୍ତ୍ତିବା ପାଇଁ ଏଭଳି କାଣ୍ଡ କରି ନିଜ ମାମଲା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଥିଲା । ଷଡ଼ଯନ୍ତ୍ର କରିଥିଲା ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ ଅହମ୍ମଦ । ଅଧିକ ପଢ଼ନ୍ତୁ

a man kills lookalike but gets caught in uttar pradesh
ପୋଲିସ ହାତରୁ ଖସିବା ପାଇଁ ରଚିଲା ନିଜ ମୃତ୍ୟୁର ଷଡ଼ଯନ୍ତ୍ର

By

Published : Nov 9, 2022, 3:28 PM IST

ଲକ୍ଷ୍ନୌ: ନିଜ ମୃତ୍ୟୁର ଷଡ଼ଷନ୍ତ୍ର ରଚିଲା ଅପରାଧୀ । ପୋଲିସ ଠାରୁ ବର୍ତ୍ତିବା ପାଇଁ ଫିଲ୍ମ ଷ୍ଟାଇଲରେ ନିଜ ମୃତ୍ୟୁର ନାଟକ ରଚିଥିଲା । ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରି ନିଜ ପରିଚୟ ଛାଡ଼ି ଚାଲିଗଲା । ଏନକାଉଣ୍ଟର ପରେ ଉକ୍ତ ବ୍ୟକ୍ତିକୁ ଜୀବିତ ଗିରଫ କଲା ପୋଲିସ । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

କଣ ଥିଲା ପୁରା ଘଟଣା

ଉତ୍ତର ପ୍ରଦେଶ କରହା ଗାଁର 45 ବର୍ଷୀୟ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ ଅହମ୍ମଦ । ଅନେକ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ଫିରୋଜ ନଳିନୀ ସେଣ୍ଟ୍ରାଲ ଜେଲରେ ସଜା କାଟୁଥିଲା । ଏହି ସମୟରେ ଟିଭିରେ କ୍ରିମିନାଲ ଶୋ ଦେଖି ଷଡଯନ୍ତ୍ର କରି ଜେଲରୁ ମୁକୁଳିବାରେ ସଫଳ ହୋଇଥିଲା । ଉକ୍ତ ମାମଲାରେ ଦୁଇ ମାସ ପୂର୍ବରୁ ଜାମିନ ପାଇବା ପରେ ପୋଲିସ ଠାରୁ ବର୍ତ୍ତିବା ପାଇଁ ଯୋଜନା କରିଥିଲା ଫିରୋଜ । ଏହାପରେ ତା ଭଳି ସମାନ ଚେହେରା ଦେଖାଯାଉଥିବା ମଣିଷକୁ ଖୋଜିବା ଆରମ୍ଭ କଲା । ଏହାପରେ ବିହାର ସ୍ଥିତ ବକ୍ସର ଅଞ୍ଚଳର ଜଣେ ଯୁବକ ସୁରଜ ଗୁପ୍ତାଙ୍କ ସହ ଯୋଗାଯୋଗ କରିଥିଲା । ତାଙ୍କ ସହ ବନ୍ଧୁତା କରି ବିଶ୍ବାସ ଜିତିଥିଲା ।

ଗତ 17 ଅକ୍ଟୋବର ଦିନ ମର୍ଦ୍ଦପୁରରେ ଫିରୋଜ ଭୋଜନ ପାଇଁ ସୁରଜଙ୍କୁ ନିମନ୍ତ୍ରଣ କରିଥିଲା । ଏହାପରେ ଯୋଜନା କରି ଫିରୋଜ ଦୁଇ ସହଯୋଗୀଙ୍କ ସହ ଅତି ନିର୍ମମ ଭାବେ ସୁରଜଙ୍କୁ ଗଳାକାଟି ହତ୍ୟା କରିଥିଲା । ଏପରିକି ପରିଚୟ ଲୁଚାଇବାକୁ ଯାଇ ତାଙ୍କ ଗୁପ୍ତାଙ୍ଗ କାଟି ଶରୀରରେ ନିଆଁ ଲଗାଇ ଦେଇଥିଲା । ନିଜ ମୃତ୍ୟୁର ନାଟକ ରଚିବା ପାଇଁ ଘଟଣାସ୍ଥଳରେ ଡ୍ରାଇଭିଂ ଲାଇସେନ୍ସ ଛାଡ଼ି ଫେରାର ହୋଇ ଯାଇଥିଲା । ଏହି ଉପାୟରେ ତା ବିରୋଧରେ ଥିବା ମାମଲା ଗୁଡ଼ିକ ବନ୍ଦ ହୋଇଯିବ ଭାବି ଏଭଳି କାଣ୍ଡ ଭିଆଇଥିଲା ଫିରୋଜ। ।

ଏହା ମଧ୍ୟ ପଢନ୍ତୁ:ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲେ ସ୍ବାମୀ, ଜଳନ୍ତା ଅବସ୍ଥାରେ ସ୍ବାମୀଙ୍କୁ କଲେ ଆଲିଙ୍ଗନ

ହେଲେ ଚୋର ଘର ସବୁବେଳେ ଅନ୍ଧାର ନୁହେଁ । ଉକ୍ତ ସ୍ଥାନରେ ମୃତଦେହ ପଡ଼ିଥିବା ନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେହି ସମୟରେ ମୃତଦେହ ପକେଟରୁ କାଗଜରେ କିଛି ନମ୍ବର ଲେଖାହୋଇଥିବା ପୋଲିସ ଦେଖିବାକୁ ପାଇଥିଲା । ଉକ୍ତ ନମ୍ବରରେ ପୋଲିସ ଯୋଗାଯୋଗ କରିବା ପରେ ମୃତଦେହଟି ଫିରୋଜର ନୁହେଁ ବରଂ ବିହାର ନିବାସୀ ସୁରଜ ଗୁପ୍ତାର ବୋଲି ଜଣାପଡ଼ିଥିଲା । ଏହାପରେ ମାମଲାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲା ପୋଲିସ । ଶେଷରେ ଏନକାଉଣ୍ଟର କରି ଫିରୋଜକୁ ଧରିବାରେ ପୋଲିସ ସଫଳ ହୋଇଥିଲା । ଏନକାଉଣ୍ଟର ବେଳେ ଫିରୋଜ ଆହତ ହୋଇଥିବାବେଳେ ଉକ୍ତ ଘଟଣାରେ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details