ହାଇଦ୍ରାବାଦ:ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ମଟନ ଖାଇବାବେଳେ ଜଣେ ଲୋକର ମୃ୍ତ୍ୟୁ ହୋଇଛି । ତେବେ ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲା ଅନ୍ତର୍ଗତ ରାଜନାୟକ ଥଣ୍ଡାରେ ଦେଖିବାକୁ ମିଳିଛି ଦୁଃଖଦ ଘଟଣା ।
ରାଜନୟାକ ଥଣ୍ଡାରର ଭୁଖ୍ୟା ଗୋପୀ ମଟନ ଖାଇବାବେଳେ ତାଙ୍କ ଗଳାରେ ଏକ ମଟନ ହାଡ ଲାଗିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସେ ଏହି ମାସର ଦ୍ୱାଦଶ ମଙ୍ଗଳବାର ଦିନ ନିଜ ଘରେ ମୁଥିଲମା ପର୍ବ ପାଳନ କରୁଥିଲେ । ତେବେ ସେ ପର୍ବ ଦିନ ମଟନ ରାନ୍ଧିବା ସହ ଦେବୀଙ୍କ ନିକଟରେ ପୂଜା ସାରିବା ପରେ ଖାଦ୍ଯ ଗ୍ରହଣ କରିଥିଲେ ।