ଓଡିଶା

odisha

ETV Bharat / bharat

ଭିକ ମଗେଇବାକୁ ଦେହରେ ଢାଳି ଦେଲେ ଏସିଡ, ହାତଗୋଡ଼ ବି ଭାଙ୍ଗିଦେଲେ - ଉତ୍ତର ପ୍ରଦେଶରେ ବ୍ୟକ୍ତିଙ୍କ ଭାଙ୍ଗି ଦେଲେ ହାତଗୋଡ଼

୬ ମାସ ପୂର୍ବେ ଚାକିରି ସନ୍ଧାନରେ ବୁଲୁଥିବା ଜଣେ ଯୁବକଙ୍କୁ ତାଙ୍କରି ଚିହ୍ନା ପରିଚିତ ବ୍ୟକ୍ତି ଅପରହଣ କରି ନେଇଥିଲେ । ଏହାପରେ ତାଙ୍କୁ ନାନା ନିର୍ଯାତନା ଦେଇ ଭିକ୍ଷୁକ ଗ୍ୟାଙ୍ଗ ଲିଡରକୁ ବିକ୍ରି କରି ଦେଇଥିଲେ । ଅଧିକ ପଢ଼ନ୍ତୁ

A man brutally tortured by pouring acids all over his body and then sold to begging mafia in Delhi
ଭିକ ମଗେଇବାକୁ ଦେହରେ ଢାଳି ଦେଲେ ଏସିଡ, ହାତଗୋଡ଼ ବି ଭାଙ୍ଗିଦେଲେ

By

Published : Nov 5, 2022, 7:26 AM IST

କାନପୁର: ଉତ୍ତର ପ୍ରଦେଶର କାନପୁରରେ ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି । ୬ ମାସ ପୂର୍ବେ ଚାକିରି ସନ୍ଧାନରେ ବୁଲୁଥିବା ଜଣେ ଯୁବକଙ୍କୁ ତାଙ୍କରି ଚିହ୍ନା ପରିଚିତ ବ୍ୟକ୍ତି ଅପରହଣ କରି ନେଇଥିଲେ । ଏହାପରେ ତାଙ୍କୁ ନାନା ନିର୍ଯ୍ୟାତନା ଦେଇ ଭିକ୍ଷୁକ ଗ୍ୟାଙ୍ଗ ଲିଡରକୁ ବିକ୍ରି କରି ଦେଇଥିଲେ । କୌଣସିମତେ ସେଠାରୁ ଉଦ୍ଧାର ପାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତ ।

ପୀଡ଼ିତ କାନପୁର ଜିଲ୍ଲାର ସୁରେଶ ମାଞ୍ଝି ବୋଲି ଜଣା ପଡ଼ିଛି । ସୁରେଶଙ୍କୁ ତାଙ୍କରି ବନ୍ଧୁ ଅପହରଣ କରି ନେଇଥିଲେ । ଆଖିରେ କେମିକାଲ ପକାଇ ତାଙ୍କୁ ଅନ୍ଧ କରି ଦେଇଥିଲେ । ଏହାପରେ ତାଙ୍କ ହାତଗୋଡ଼ ମଧ୍ୟ ଭାଙ୍ଗି ଦେଇଥିଲେ । ତାଙ୍କ ଉପରେ ଅନେକ ଥର ଏସିଡ ପକାଯାଇଥିଲା । ଯେତେବେଳେ ସେ ଦିବ୍ୟାଙ୍ଗ ପାଲଟି ଗଲେ ସେତେବେଳେ ତାଙ୍କୁ ଭିକ୍ଷୁକ ଗ୍ୟାଙ୍ଗ ଲିଡର ପାଖରେ ୭୦ ହଜର ଟଙ୍କାରେ ବିକ୍ରି କରି ଦେଇଥିଲେ ।

ଦିଲ୍ଲୀରେ ସୁରେଶଙ୍କୁ ବିକ୍ରି କରାଯାଇଥିଲା । ଭିକ୍ଷୁକ ଲଡିର ରାଜଙ୍କୁ ସୁରେଶକୁ ବିକ୍ରି କରି ଫେରି ଆସିଥିଲା ଅଭିଯୁକ୍ତ । ସୁରେଶର ଅବସ୍ଥା ଦେଖି ରାଜ ତାକୁ ହସ୍ପିଟାଲ୍‌ରେ ଦେଖାଇଥିଲେ । ତେବେ ଚିକିତ୍ସା ପାଇଁ ୩୭ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଡାକ୍ତର । ଏହାପରେ ରାଜ୍‌ ଅଭିଯୁକ୍ତକୁ ସୁରେଶ ବଦଳରେ ଅନ୍ୟ ଏକ ବ୍ୟକ୍ତି ଦେବାକୁ କହି ତାଙ୍କୁ କାନପୁରରେ ଏକ ନିକାଞ୍ଚନ ଅଞ୍ଚଳରେ ଛାଡ଼ି ଚାଲି ଯାଇଥିଲେ ।

କାନପୁରର ନୌବସ୍ଥା ଥାନା ଅଞ୍ଚଳରେ ସୁରେଶଙ୍କୁ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ତାଙ୍କୁ ଉଦ୍ଧାର କରିବା ସହ ମାମଲା ରୁଜୁ କରିଛି । ପୀଡ଼ିତଙ୍କ ବୟାନ ନେଇଛି ପୋଲିସ । ସେହି ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଅଭିଯୁକ୍ତ ଧରା ପଡ଼ିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ABOUT THE AUTHOR

...view details