ଓଡିଶା

odisha

ETV Bharat / bharat

ପୁଞ୍ଚରେ ବଡ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିପୁଳ ମାରଣାସ୍ତ୍ର ଜବତ

ବଡ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ଭାରତୀୟ ସେନା । ବିପୁଳ ମାରଣାସ୍ତ୍ର ଜବତ । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

ବଡ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିପୁଳ ମାରଣାସ୍ତ୍ର ଜବତ
ବଡ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିପୁଳ ମାରଣାସ୍ତ୍ର ଜବତ

By

Published : Jun 15, 2023, 5:23 PM IST

ଶ୍ରୀନଗର:ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଦକ୍ଷିଣ କାଶ୍ମୀରର ପୁଞ୍ଚ ସେକ୍ଟରରେ ବଡ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ଏଥିରେ କେହି ଆତଙ୍କବାଦୀ ଗିରଫ ହୋଇନଥିବା ବେଳେ ବିପୁଳ ପରିମାଣର ଗୁଳିଗୋଳା ଓ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି । ଗତକାଲି (ବୁଧବାର) ରାତିରେ ଏହି ଅପରେସନରେ ସଫଳତା ମିଳିଛି । ଆତଙ୍କବାଦୀଙ୍କର ଏକ ଗୋଷ୍ଠୀ ଭାରତୀୟ ସୀମାରେ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଛାତ୍ରଭଙ୍ଗ ଦେଇଥିବା ସନ୍ଦେହ କରାଯାଉଛି ।

ବଡ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିପୁଳ ମାରଣାସ୍ତ୍ର ଜବତ

ଗତକାଲି ରାତିରେ ଏହି ଅନୁପ୍ରବେଶ ଉଦ୍ୟମ ହେଉଥିବା ସେନାକୁ ସୂଚନା ମିଳିଥିଲା । ସୀମାରେ ପାଟ୍ରୋଲିଂକୁ କଡାକଡି କରାଯାଇଥିଲା । ପୁଞ୍ଚ ସେକ୍ଟରରେ ଏହି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲା ସେନା । ଜବତ ମାରଣାସ୍ତ୍ର ମଧ୍ୟରେ ଏକାଧିକ ଏକେ-47 ରାଇଫଲ, ପ୍ରାୟ 10ଟି ମ୍ୟାଗାଜିନ, 10ଟି ଗ୍ରେନେଡ୍‌, ଛୁରୀ ଓ ବିପୁଳ ପରିମାଣର ଗୁଳି ମଧ୍ୟ ରହିଛି । ପାକିସ୍ତାନ ଆତଙ୍କବାଦୀମାନେ କାଶ୍ମୀରରେ ବଡ଼ ଧରଣର ଆକ୍ରମଣ ଯୋଜନାରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ପ୍ରବେଶ କିରଥିବା ସନ୍ଦେହ କରାଯାଉଛି । ହେଲେ ଏହି କାର୍ଯ୍ୟାନୁଷ୍ଠାନରେ କେହି ଆତଙ୍କୀଙ୍କୁ ସେନା ଗିରଫ କରିବାରେ ସଫଳ ହୋଇନାହିଁ । ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବା ପରେ ସୀମା ସୁରକ୍ଷା ବଳ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି ।

ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନ ଏକାଧିକ ଆତଙ୍କବାଦୀ କ୍ୟାମ୍ପ୍‌ ପ୍ରତିଷ୍ଠା କରିଛି । ପାକିସ୍ତାନ ସେନା ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଅତ୍ୟାଧୁନିକ ମାରଣାସ୍ତ୍ର ଯୋଗାଇବାର କାର୍ଯ୍ୟ କରୁଛି । ଏମାନେ ପିଓକେରେ ପ୍ରଶିକ୍ଷିତ ହୋଇ ଭାରତରେ ଅନୁପ୍ରବେଶ କରି କାଶ୍ମୀରର ବିଭିନ୍ନ ସ୍ଥାନରେ ଆକ୍ରମଣ ଘଟାଉଛନ୍ତି । କାଶ୍ମୀରରେ ସେନା ଗୁଳିରେ ନିପାତ ହେଉଥିବା ଆତଙ୍କୀଙ୍କ ମଧ୍ୟରେ ସୀମାପାର ଅର୍ଥାତ ପାକିସ୍ତାନୀ ଆତଙ୍କବାଦୀ ଥିବା ମଧ୍ୟ ଚିହ୍ନଟ ହୋଉଛନ୍ତି ।

ନିକଟରେ କୂପଓ୍ବାରାରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ସେନା ନିପାତ କରିଥିଲା । ଉଭୟ ସ୍ଥାନୀୟ ଆତଙ୍କୀ ଥିଲେ । ସେମାନେ ବହୁ ହିଂସାକାଣ୍ଡ ଓ ଆକ୍ରମଣରେ ସାମିଲ ଥିଲେ । ପରେ ସେମାନେ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସେନା ଓ ସ୍ଥାନୀୟ ପୋଲିସ ଫୋର୍ସ ମିଳିତ ସର୍ଚ୍ଚ ଅପରେସନ କରିଥିଲା । କୁପଓ୍ବାରା ଏରିଆରେ ହୋଇଥିବା ଏହି ଏନକାଉଣ୍ଟରରେ 2 ଆତଙ୍କୀଙ୍କୁ ସେନା ନିପାତ କରିବାରେ ସଫଳ ହୋଇଥିଲା । ଘାଟିରେ ଏବେ ସୂଚନା ମିଳିବା ମାତ୍ରେ ଆତଙ୍କୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଉଛି ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details