ଶ୍ରୀନଗର: ବହୁଚର୍ଚ୍ଚିତ ୯୦ ଦଶକର ଘାଟିରେ କାଶ୍ମୀର ପଣ୍ଡିତ ସତୀଶ ଟିକ୍କୁ ହତ୍ୟାକାଣ୍ଡ ମାମଲାରେ କାଶ୍ମୀରର ଏକ ସ୍ଥାନୀୟ କୋର୍ଟ ଶୁଣାଣି କରି ଆସନ୍ତା ମାସ ୭ ତାରିଖ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି । କାଶ୍ମୀର ପଣ୍ଡିତ ସତୀଶ ଟିକ୍କୁଙ୍କୁ ଆତଙ୍କବାଦୀ ବିଟ୍ଟା କରାଟେ ହତ୍ୟା କରିଥିଲା । ପରିବାର ଲୋକେ ଏହି ମାମଲାରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଆଜି ଶୁଣାଣି ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଆବେଦନକାରୀ ଓକିଲ ଉପସ୍ଥିତ ନରହିପାରିବାରୁ ମାମଲାର ଶୁଣାଣିକୁ ଜୁନ୍ ୭ ତାରିଖ ଯାଏ କୋର୍ଟ ସ୍ଥଗିତ ରଖିଛନ୍ତି ।
୩୧ ବର୍ଷ ପୂର୍ବେ କାଶ୍ମୀରରେ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ସଦସ୍ୟ ଆତଙ୍କବାଦୀ ବିଟ୍ଟା କରାଟେ କାଶ୍ମୀର ପଣ୍ଡିତ ସତୀଶ ଟିକ୍କୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଚଳିତ ବର୍ଷ ମାର୍ଚ୍ଚ ୩୦ରେ ଶ୍ରୀନଗର ସେସନ କୋର୍ଟରେ ବିଟ୍ଟା ବିରୋଧରେ ମାମଲା ରୁଜୁ କରିଥିଲେ ମୃତ ସତୀଶଙ୍କ ପରିବାର । ମେ' ୧୦ ରେ କୋର୍ଟ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ । ତେବେ ଟିକ୍କୁଙ୍କ ପକ୍ଷ ରଖୁଥିବା ଆଇନଜୀବୀ ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ କୋର୍ଟରେ ହାଜର ହୋଇ ନପାରିନଥିଲେ ।