ଓଡିଶା

odisha

ETV Bharat / bharat

ଜମ୍ମୁ ବସଷ୍ଟାଣ୍ଡରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ - ଜାମ୍ମୁ ବସ ଷ୍ଟାଣ୍ଡରୁ ବିଷ୍ଫୋଟକ ସାମଗ୍ରୀ ଜବତ

ସୁରକ୍ଷାକର୍ମୀ ରବିବାର ଦିନ ଜମ୍ମୁ ବସଷ୍ଟାଣ୍ଡ ନିକଟରୁ ବହୁମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ସୂଚନା ଅନୁଯାୟୀ ପୁଲୱାମା ଆକ୍ରମଣର ଦ୍ବିତୀୟ ବାର୍ଷିକ ଉପଲକ୍ଷେ ଏକ ବଡ ଧରଣର ଆକ୍ରମଣର ଷଡଯନ୍ତ୍ର କରୁଥିଲେ ଆତଙ୍କୀ । ଅଧିକ ପଢନ୍ତୁ...

A large quantity of explosives was seized from the Jammu bus stand
ଜାମ୍ମୁ ବସ ଷ୍ଟାଣ୍ଡରୁ ପ୍ରଚୁର ବିଷ୍ଫୋଟକ ସାମଗ୍ରୀ ଜବତ

By

Published : Feb 14, 2021, 3:58 PM IST

ଶ୍ରୀନଗର: ସୁରକ୍ଷାକର୍ମୀ ରବିବାର ଦିନ ଜମ୍ମୁ ବସଷ୍ଟାଣ୍ଡ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ସୂଚନା ଅନୁଯାୟୀ ପୁଲୱାମା ଆକ୍ରମଣର ଦ୍ବିତୀୟ ବାର୍ଷିକ ଉପଲକ୍ଷେ ଏକ ବଡ ଧରଣର ଆକ୍ରମଣ ଷଡଯନ୍ତ୍ର କରୁଥିଲେ ଆତଙ୍କୀ । ଆଉ କିଛି ସମୟ ମଧ୍ୟରେ ଜମ୍ମୁ ଜୋନର IGP ମୁକେଶ ସିଂ ଗଣମାଧ୍ୟମକୁ ସମ୍ବୋଧିତ କରି ଏହି ଘଟଣାର ଅଧିକ ସୂଚନା ଦେବେ । ସେହି ସମୟରେ ଆଇଜିପି ଗିରଫ ଦୁଇ ଆତଙ୍କବାଦୀଙ୍କ ବିଷୟରେ ସୂଚନା ଦେବେ ।

ଏହା ପୂର୍ବରୁ ଗତ ଶନିବାର ଦିନ ଅନନ୍ତନାଗ ପୋଲିସ ସାମ୍ବା ଅଞ୍ଚଳରୁ ଦ ରେଜିଷ୍ଟ୍ରେସ ଫ୍ରଣ୍ଡ (ଟିଆରଏଫ) ର ଆତଙ୍କବାଦୀ ଜହୂର ଅହମଦ ରାଠେରକୁ ଗିରଫ କରିଛି । ରାଠେର ବିରୁଦ୍ଧରେ ତିନି ବିଜେପି କାର୍ଯ୍ୟକର୍ତ୍ତା ଏବଂ ଜଣେ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି । ରାଠେର ପିଓକେରେ ଆତଙ୍କବାଦୀ ପାଇଁ ତାଲିମ ନେଇଛନ୍ତି ଏବଂ ରଜୌରି ଅଞ୍ଚଳରୁ ଲୁଚିଛପି ଭାରତକୁ ଆସିଥିଲା ।

ସେ ଟିଆରଏଫ ପାଇଁ ଆତଙ୍କବାଦୀଙ୍କ ଭର୍ତ୍ତି ଓ ଅସ୍ତ୍ରଶସ୍ତ୍ର ଯୋଗାଣ ଆଦି କାରବାର ବୁଝୁଥିଲା । 2006 ମସିହାରେ ସେ ସମର୍ପଣ କରିଥିଲା କିନ୍ତୁ, 2020 ରେ ସେ ଟିଆରଏଫ ପାଇଁ ପୁନଶ୍ଚ ଅପରାଧିକ କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ ତାକୁ ଗିରଫ କରି ପଚରା ଉଚୁରା ଆରମ୍ଭ କରିଛି ।

ABOUT THE AUTHOR

...view details