ବେଙ୍ଗାଲୁରୁ: ଝିଅର ମୃତଦେହ ସହ 4 ଦିନ ବିତାଇଲା ମାଆ । 30 ବର୍ଷର ଝିଅ ରୂପାର ମୃତ୍ୟୁ ହୋଇଯିବା ପରେ ମଧ୍ୟ ପଡୋଶୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ନ ଜଣାଇ ମାଆ ନାଗମ୍ମା ମୃତଦେହ ସହ 4 ଦିନ ବିତାଇବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ହଲ୍ଲାହଲ୍ଲି ହ୍ରଦ ନିକଟ ନ୍ୟୁ ତାମିଲି କଲୋନୀରେ ।
ସୂଚନା ଅନୁଯାୟୀ, ମୃତଦେହ ପଚି ଦୁର୍ଗନ୍ଧ କରିବାରୁ ପଡୋଶୀ ପ୍ରଥମେ କୌଣସି ମୂଷା କିମ୍ବା ଅନ୍ୟାନ୍ୟ ଜୀବଜନ୍ତୁ ମରିଥିବା ଭାବିଥିଲେ । କିନ୍ତୁ ନାଗମ୍ମା ଏବଂ ତାଙ୍କ ଝିଅ ରୂପା 4 ଦିନ ଧରି ଘରୁ ନବାହାରିବାକୁ ନେଇ ସନ୍ଦେହ କରିଥିଲେ । ଏହାପରେ ନଗମ୍ମାଙ୍କ ଘରକୁ ଯାଇ କବାଟ ଭାଙ୍ଗିଦେବା ପରେ ଯେଉଁ ଦୃଶ୍ୟ ଦେଖିଥିଲେ, ତାହା ସମସ୍ତଙ୍କୁ ତାଜୁବ କରିଦେଇଥିଲା । ନାଗମ୍ମା ଝିଅର ମୃତ ଶରୀର ନିକଟରେ ବସିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭୟଭୀତ ହୋଇ ପଡୋଶୀ ତୁରନ୍ତ ଏନେଇ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ଅନ୍ତିମ ସତ୍କାର କରିଛି ।