ଡେରାଡୁନ: ଉତ୍ତରାଖଣ୍ଡରେ ହେଲିକପ୍ଟର ଦୁର୍ଘଟଣା । ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ଏକ ହେଲିକପ୍ଟର ଉତ୍ତରାଖଣ୍ଡର କେଦାରନାଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି(Helicopter crash in Kedarnath) । ଦୁର୍ଘଟଣା ପରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଓ ୬ ଜଣ ତୀର୍ଥଯାତ୍ରୀ ରହିଛନ୍ତି । ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପାଖାପାଖି ୧୨ଟା ସମୟରେ କେଦାରନାଥ ନିକଟ ଗରୁଡଚଟ୍ଟୀ ଠାରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି(Kedarnath Helicopter crash) । ଏହା କେଦାରନାଥ ବେସ୍ କ୍ୟାମ୍ପରୁ ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ହେଲିକପ୍ଟରଟି କେଦାରନାଥରୁ ତୀର୍ଥଯାତ୍ରୀଙ୍କୁ ନେଇ ଗୁପ୍ତକାଶୀ ଅଭିମୁଖେ ଯାଉଥିଲା । ଏଥିରେ ମୋଟ ୭ ଜଣ ଥିବାବେଳେ ସମସ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୩ ମହିଳା ରହିଛନ୍ତି । ସମସ୍ତ ଯାତ୍ରୀ ଦକ୍ଷିଣ ଭାରତର ହୋଇଥିବା କୁହାଯାଉଛି । ପୋଲିସ ଓ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ତେବେ ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଥିବାବେଳେ, DGCA ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।