ଓଡିଶା

odisha

ETV Bharat / bharat

ମହାକୁମ୍ଭରେ ପ୍ରତ୍ୟେକଙ୍କ 'ଦ୍ବାରରେ ପହଞ୍ଚିବ ହରିଦ୍ବାର' - haridwar news

ଆରମ୍ଭ ହୋଇଛି ବିଶ୍ବର ସବୁଠାରୁ ବଡ଼ ସାଂସ୍କୃତିକ ମେଳା ହେଉଛି ମହାକୁମ୍ଭ। ମହାକୁମ୍ଭ ସହ ଆରମ୍ଭ ହୋଇଛି ଏହା ମହାଅଭିଯାନ। ଘରେ ଘରେ ଲୋକଙ୍କୁ ପୁଣ୍ୟ ଅର୍ଜନ କରାଇବାକୁ ଏହି ଅଭିଯାନ ଆରମ୍ଭ ହୋଇଛି। ଅଧିକ ପଢ଼ନ୍ତୁ..

a haridwar campaign started by shanti kunja during mahakumbh mela
ମହାକୁମ୍ଭରେ ପ୍ରତ୍ୟେକଙ୍କ 'ଦ୍ବାରରେ ପହଞ୍ଚିବ ହରିଦ୍ବାର'

By

Published : Feb 5, 2021, 6:18 AM IST

ଡେରାଡୁନ: ବିଶ୍ବର ସବୁଠାରୁ ବଡ଼ ସାଂସ୍କୃତିକ ମେଳା ହେଉଛି ମହାକୁମ୍ଭ ମେଳା। ସନାତନ ହିନ୍ଦୁ ଧର୍ମକୁ ମାନୁଥିବା ପ୍ରତ୍ୟେକ ବ୍ୟକ୍ତି ମହାକୁମ୍ଭରେ ସାମିଲ ହେବାକୁ ଇଚ୍ଛା ରଖିଥାଏ। କୁମ୍ଭମେଳାରେ ଗଙ୍ଗାରେ ବୁଡ଼ ପକାଇଲେ ପୁଣ୍ୟ ଅର୍ଜନ ହୁଏ। କିନ୍ତୁ କୋରୋନା ମହାମାରୀ ଏହି ସମୟରେ ସମସ୍ତ ଚିତ୍ର ବଦଳାଇ ଦେଇଛି। ସ୍ବଇଚ୍ଛାରେ ଯକୌଣସି ସ୍ଥାନ ଯିବା ଉପରେ ପ୍ରତିବନ୍ଧକ ଲାଗିଛି। ମହାମାରୀ ସମୟରେ ମହାକୁମ୍ଭରେ ସାମିଲ ହେବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ଶାନ୍ତିକୁଞ୍ଜର ଗାୟତ୍ରୀ ପରିବାର ପକ୍ଷରୁ 'ଆପଣଙ୍କ ଦ୍ବାରରେ ପହଞ୍ଚିବ ହରିଦ୍ବାର' ଅଭିଯାନର ହୋଇଛି ଶୁଭାରମ୍ଭ। କୁମ୍ଭ ମେଳା ସମୟରେ ହରିଦ୍ବାର ଆପଣଙ୍କ ଦ୍ବାରରେ ପହଞ୍ଚିଲେ ମାନିନିଅନ୍ତୁ ଆପଣଙ୍କ ଦ୍ବାରରେ ପହଞ୍ଚିଛି ପୁଣ୍ୟ।

ମହାକୁମ୍ଭରେ ପ୍ରତ୍ୟେକଙ୍କ 'ଦ୍ବାରରେ ପହଞ୍ଚିବ ହରିଦ୍ବାର'

ଶାନ୍ତିକୁଞ୍ଜର ବିଭିନ୍ନ ଦଳ ବିଭିନ୍ନ ଅଞ୍ଚଳରେ ପହଞ୍ଚିବେ। ଚଳିତ ବର୍ଷ ଶାନ୍ତିକୁଞ୍ଜର ସ୍ବର୍ଣ୍ଣ ଜୟନ୍ତୀର ହୋଇଥିବା ବେଳେ ମହାକୁମ୍ଭ ମଧ୍ୟ ଏହି ବର୍ଷରେ ଆରମ୍ଭ ହୋଇଛି। ଏହି ଜନଜାଗରଣର ବର୍ଷରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକଙ୍କ ମହାକୁମ୍ଭରେ ସାମିଲ ହେବାକୁ ଚାହୁଁଛନ୍ତି।

ସାରା ଦେଶରେ ପ୍ରାୟ 50 ହଜାର ଘରକୁ ଆମେ ପହଞ୍ଚିବ ଶାନ୍ତିକୁଞ୍ଜ ପରିବାର। ସମସ୍ତଙ୍କୁ ଗଙ୍ଗାଜଳ, ଗଙ୍ଗାମାତାଙ୍କ ଚିତ୍ର ଓ ଏକ ପୁସ୍ତକ ଦେବେ। ପୁସ୍ତକରେ କୁମ୍ଭମେଳାର ବିଶେଷତ୍ତ୍ବ ଲେଖା ରହିଛି। ଏହାସହ ଏକ ସଂକଳ୍ପ ପତ୍ର ମଧ୍ୟ ଦିଆଯାଇଛି ଯେଉଁଥିରେ ପରିବାର ସୁସଂସ୍କୃତ ହୋଇ ପାରିବେ ବୋଲି କହିଛି ଶାନ୍ତିକୁଞ୍ଜ ପରିବାର।

କୁମ୍ଭମେଳା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଏକ ପ୍ରୟାସ କରାଯାଉଛି। ମାଆ ଗଙ୍ଗା ସ୍ବୟଂ ନିଜ ଭକ୍ତଙ୍କ ଘରେ ପହଞ୍ଚିବେ। ଶାନ୍ତିକୁଞ୍ଜର ସେବାୟତ ଡାକ୍ତର ଗୋପାଳ କୃଷ୍ଣ ମୁତାବକ ବର୍ତ୍ତମାନ 10 ଲକ୍ଷରୁ ଅଧିକ ଘରକୁ ଗଙ୍ଗାଜଳ, ଦେବମାତା ଗାୟତ୍ରୀ ଚିତ୍ର ଓ ଯୁଗ ସାହିତ୍ୟ ପୁସ୍ତକ ପହଞ୍ଚାଇବାକୁ ପ୍ରବନ୍ଧ କରାଯାଉଛି।

ମାନବ ସମାଜ କୋଭିଡ ସଙ୍କଟ ଦେଇ ଗତି କରୁଛି। ଗାଇଡଲାଇନ ପାଳନ କରିବା ପାଇଁ ବହୁ ଶ୍ରଦ୍ଧାଳୁ ହରିଦ୍ବାର ଆସିପାରିଲେ ନାହିଁ। ପାଖରେ ରହୁଥିବା ଲୋକ ଏଠାକୁ ଆସିବାରେ ସମର୍ଥ ହେଉଛନ୍ତି। କିନ୍ତୁ ଗାଁ ଗହଳିରୁ ଲୋକ ଏଠାକୁ ଆସି ପାରିବେ ନାହିଁ। ଦେଶର ଗାଁ ଗାଁକୁ ଆମେ ଗଙ୍ଗାଜଳ ପହଞ୍ଚାଇବା ସହ ମହାକୁମ୍ଭର ବିଶେଷତ୍ତ୍ବ ଯୁବଗୋଷ୍ଠୀଙ୍କୁ ଅବଗତ କରାଇବା ଶାନ୍ତିକୁଞ୍ଜର ମୁଖ୍ୟ ଲକ୍ଷ୍ୟ

କୁମ୍ଭମେଳା ସହ ଚଳିତ ବର୍ଷ ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜ ସ୍ଥାପନାକୁ 50 ବର୍ଷ ପୁରିଛି। ଲକ୍ଷଲକ୍ଷ ଭକ୍ତ ମହାକୁମ୍ଭ ସହ ଗାୟତ୍ରୀ ପରିବାରର ସ୍ବର୍ଣ୍ଣ ଜୟନ୍ତୀର ସାମିଲ ହେବାକୁ ଚାହୁଁଛନ୍ତି। କିନ୍ତୁ ଏହା ସମ୍ଭବ ହୋଇପାରିବ ନାହିଁ। ଏଥିପାଇଁ ଶାନ୍ତିକୁଞ୍ଜ ପକ୍ଷରୁ 'ଆପଣଙ୍କ ଦ୍ବାରରେ ପହଞ୍ଚିବ ହରିଦ୍ବାର' ଅଭିଯାନ ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭ ସହ, ଗାୟତ୍ରୀ ତୀର୍ଥରେ ସାମିଲ ହେବା ଭଳି ଅନୁଭୁତି ଦେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details