ଓଡିଶା

odisha

By

Published : Mar 7, 2021, 1:24 PM IST

ETV Bharat / bharat

ଜେଲର ଟାଙ୍ଗରା ଭୂଇଁରେ ହସୁଛି ସୁନାର ଫସଲ

ସବୁଜ ଜେଲରେ ପରିଣତ ହୋଇଛି କେରଳ କାସାରାଗୋଡରେ ଥିବା ଜିଲ୍ଲା ଜେଲ । ଏବେ ଟାଙ୍ଗରା ସବୁଜ ଜିମାରେ ହସୁଛି ସୁନାର ଫସଲ l ଜେଲର ଅନ୍ତେବାସୀ ଓ ଜେଲ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଜେଲ ପରିସରରେ ବର୍ଷତମାମ ଭିନ୍ନ ଭିନ୍ନ ପନିପରିବା ଚାଷ ସମ୍ଭବ ହୋଇପାରିଛି । ଅଧିକ ପଢନ୍ତୁ...

ଜେଲ ଟାଙ୍ଗରା ଭୂଇଁରେ ହସୁଛି ସୁନାର ଫସଲ
ଜେଲ ଟାଙ୍ଗରା ଭୂଇଁରେ ହସୁଛି ସୁନାର ଫସଲ

ଥିରୁଅନନ୍ତପୁରମ: ସବୁଜ ଜେଲରେ ପରିଣତ ହୋଇଛି କେରଳ କାସାରାଗୋଡରେ ଥିବା ଜିଲ୍ଲା ଜେଲ । ଏବେ ଟାଙ୍ଗରା ସବୁଜ ଜିମାରେ ହସୁଛି ସୁନାର ଫସଲ l ଜେଲର ଅନ୍ତେବାସୀ ଓ ଜେଲ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଜେଲ ପରିସରରେ ବର୍ଷତମାମ ଭିନ୍ନ ଭିନ୍ନ ପନିପରିବା ଚାଷ ସମ୍ଭବ ହୋଇପାରିଛି । ଏହା ସହ ଜୈବିକ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି ଏବଂ ଏଠାରେ ଉତ୍ପାଦିତ ପନିପରିବା ଜେଲରେ ଖାଦ୍ୟ ପାଇଁ ବ୍ୟବହୃତ ହେଉଛି । କାସାରାଗୋଡର କାନହାଙ୍ଗଡର ଚେମାଟମ୍ ଭାୟଲର ଜେଲ୍ ପରିସରରେ ଥିବା 30 ପ୍ରତିଶତ ବନ୍ଧ୍ୟା ଜମିକୁ ଜୈବିକ ଚାଷରେ ପରିଣତ କରାଯାଇଛି ।

ଜେଲ ଟାଙ୍ଗରା ଭୂଇଁରେ ହସୁଛି ସୁନାର ଫସଲ

ଜେଲ ପରିସରରେ ମକା, କୋବି, ଝୁଡ଼ଙ୍ଗ ଏବଂ ଭେଣ୍ଡି ସହିତ ଅନେକ ଫସଲ ଚାଷ କରାଯାଉଛି । ଏହା ସହିତ ଏଠାରେ ଅଙ୍ଗୁରୁ ପେନ୍ଥା ଜେଲରେ ପରିଦର୍ଶକଙ୍କୁ ଆକର୍ଷିତ କରୁଛି । ଏପଟେ ରାଜ୍ୟ କୃଷି ବିଭାଗ ଏବଂ ହରିଥା କେରଳ ମିଶନ ଜେଲ ପରିସରରେ ଚାଷ କାର୍ଯ୍ୟ ପାଇଁ ସମସ୍ତ ସହାୟତା ପ୍ରଦାନ କରୁଛନ୍ତି ।

ଏହା କଏଦୀମାନଙ୍କୁ ରୋଜଗାରକ୍ଷମ ମଧ୍ୟ କରିପାରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏପରି କାମରେ ନିୟାଜିତ ରହୁଥିବାରୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଘଟୁଛି । ତେବେ ଏହାପୂର୍ବରୁ କାନହାଙ୍ଗଡ ଜେଲକୁ ଚାଷ କାର୍ଯ୍ୟ ପାଇଁ ‘ସବୁଜ ଜେଲ’ର ଆଖ୍ୟା ଦିଆଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details