ବେଙ୍ଗାଲୁରୁ: ପାଶବିକତାର ସୀମା ପାର୍ କଲାଣି ମଣିଷ । ଦିନକୁ ଦିନ ହିଂସ୍ର ହୋଇଯାଉଛି ମଣିଷ ସମାଜ । ଗୋଟିଏ ପରେ ଗୋଟିଏ ଅମାନୁଷିକ କାଣ୍ଡ କରି ମଣିଷ ଜାତିକୁ ଲଜ୍ଜିତ କରୁଛି । ପ୍ରାୟତଃ ପ୍ରତ୍ୟେକ ଦିନ ମହିଳାଙ୍କୁ ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ନିଜ କାମନାକୁ ଚରିତାର୍ଥ କରିବାକୁ ପଶୁକୁ ମଧ୍ୟ ଛାଡୁନି ମଣିଷ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଚନ୍ନାପାଟଣାରେ । ଯେଉଁଠି ଜଣେ ବ୍ୟକ୍ତି ଏକ ଛେଳିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, କର୍ଣ୍ଣାଟକ ଚନ୍ନାପାଟଣା ଇନ୍ଦ୍ରାଣି କଟେଜର ବାସୀନ୍ଦା ଜମୀର ଖାନ ଥାନାରେ ଏକ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ, ଜଣେ ବ୍ୟକ୍ତି ଯିଏ ପେଶାରେ ଜଣେ ଅଟୋ ଚାଳକ ଇନ୍ଦାଣୀ କଟେଜରେ ନିର୍ମାଣଧୀନ ଚାଲିଥିବା ଏକ ଘର ନିକଟରେ ଏକ ଛେଳିକୁ ନେଇଯାଉଥିବାର ଦେଖିଥିଲେ । ତେବେ ଏହାକୁ ଲକ୍ଷ୍ୟ କରି ଜମୀର ଅଟୋ ଚାଳକ ଜଣଙ୍କର ପିଛା କରିଥିଲେ । ତେବେ ଅଟୋ ଚାଳକ ଜଣଙ୍କ ଛେଳିକୁ ନେଇ ତାସହ ଦୁଷ୍କର୍ମ ଭଳି ନିର୍ଯାତନା ଦିଯାଉଥିବାର ଦେଖିଥିଲେ ଜମୀର ।
ଏହା ମଧ୍ୟ ପଢ଼ନ୍ତୁ...ପଶୁ ବି ଅସୁରକ୍ଷିତ ! ଛେଳିକୁ ଦୁଷ୍କର୍ମ କରି ଯୁବକ ଅଟକ, ଆଖିବୁଜିଲା ଛେଳି